ତେଲ ଦରରେ ଲାଗୁନି ବ୍ରେକ୍: ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ୍ ଦର

The Sakala Picture
Published On

ଭୁବନେଶ୍ୱର: ପେଟ୍ରୋଲ-ଡିଜେଲ୍ ଦାମ୍ ଆକାଶଛୁଆଁ ହେବାରେ ଲାଗିଛି। ଲଗାତର ତେଲ ଦାମ୍ ବଢିବା ଫଳରେ ସାଧାରଣ ନାଗରିକ ଚିନ୍ତାରେ ପଡିଯାଉଛନ୍ତି। ଆଜି ପୁଣି ତେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୩୫ ପଇସା ଓ ଡିଜେଲ ଲିଟର ପିଛା ୩୮ ପଇସା ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୧୦୯ଟଙ୍କା ୨୫ପଇସା ଓ ଡିଜେଲ ଲିଟର ପିଛା ୧୦୫ଟଙ୍କା ୮୫ ପଇସାରେ ପହଞ୍ଚିଛି। ସେହିଭଳି ଦିଲ୍ଲୀରେ ପେଟ୍ରୋଲ ଦର ୧୦୮ […]

ଭୁବନେଶ୍ୱର: ପେଟ୍ରୋଲ-ଡିଜେଲ୍ ଦାମ୍ ଆକାଶଛୁଆଁ ହେବାରେ ଲାଗିଛି। ଲଗାତର ତେଲ ଦାମ୍ ବଢିବା ଫଳରେ ସାଧାରଣ ନାଗରିକ ଚିନ୍ତାରେ ପଡିଯାଉଛନ୍ତି। ଆଜି ପୁଣି ତେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୩୫ ପଇସା ଓ ଡିଜେଲ ଲିଟର ପିଛା ୩୮ ପଇସା ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ଫଳରେ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୧୦୯ଟଙ୍କା ୨୫ପଇସା ଓ ଡିଜେଲ ଲିଟର ପିଛା ୧୦୫ଟଙ୍କା ୮୫ ପଇସାରେ ପହଞ୍ଚିଛି। ସେହିଭଳି ଦିଲ୍ଲୀରେ ପେଟ୍ରୋଲ ଦର ୧୦୮ ଟଙ୍କା ୨୯ ପଇସା ରହିଛି, ଡିଜେଲ୍ ଦର ୯୭ ଟଙ୍କା ୨ ପଇସା ରହିଛି। ମୁମ୍ବାଇରେ ପେଟ୍ରୋଲ ଦର ୧୧୪ ଟଙ୍କା ୧୪ ପଇସା ଥିବା ବେଲେ ଡିଜେଲ୍ ଦର ୧୦୫ ଟଙ୍କା ୧୨ ପଇସା ରହିଛି। କୋଲକାତାରେ ପେଟ୍ରୋଲ ଦର ୧୦୮ ଟଙ୍କା ୭୮ ପଇସା ଓ ଡିଜେଲ୍ ଦର ୧୦୦ ଟଙ୍କା ୧୪ ପଇସା ଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ଦର ୧୦୫ ଟଙ୍କା ୧୩ ପଇସା ଓ ଡିଜେଲ୍ ଦର ୧୦୧ ଟଙ୍କା ୨୫ ପଇସା ରହିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର