ବୈଷୟିକ ଜ୍ଞାନ କୌଶଳରେ ପ୍ରସ୍ତୁତ ହେବ ବଢି,ପାମ୍ପଡ଼,ଆଚାର, ମସଲା

The Sakala Picture
Published On

କେନ୍ଦ୍ରାପଡା/ଗରଦପୁର : ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ପକ୍ଷରୁ କେନ୍ଦ୍ରାପଡା ଗରଦପୁର ବ୍ଲକ ଅଧିନ ବ୍ରହ୍ମପୁର ଅଞ୍ଚଳରେ ଆରମ୍ଭ ହୋଇଛି ପ୍ରୟାସ । ବିଭିନ୍ନ ପ୍ରକାରର ଆଚାର, ମସଲା ଗୁଣ୍ଡ, ବଢି ଆଉ ପାମ୍ପଡ଼ ଇତ୍ୟାଦି ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାକୁ ପ୍ରସ୍ତୁତି କରି ବଜାରରେ ବିକ୍ରି କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ କରାଯିବାକୁ କୁହାଯାଇଛି । ଏହି ୨୦ ଜଣ […]

କେନ୍ଦ୍ରାପଡା/ଗରଦପୁର : ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ପକ୍ଷରୁ କେନ୍ଦ୍ରାପଡା ଗରଦପୁର ବ୍ଲକ ଅଧିନ ବ୍ରହ୍ମପୁର ଅଞ୍ଚଳରେ ଆରମ୍ଭ ହୋଇଛି ପ୍ରୟାସ । ବିଭିନ୍ନ ପ୍ରକାରର ଆଚାର, ମସଲା ଗୁଣ୍ଡ, ବଢି ଆଉ ପାମ୍ପଡ଼ ଇତ୍ୟାଦି ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାକୁ ପ୍ରସ୍ତୁତି କରି ବଜାରରେ ବିକ୍ରି କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ କରାଯିବାକୁ କୁହାଯାଇଛି । ଏହି ୨୦ ଜଣ ମହିଳାଙ୍କୁ ଉତ୍ପାଦ କରିବାକୁ ଗ୍ରାମାଞ୍ଚଳ ଆତ୍ମନିଯୁକ୍ତି ତାଲିମ ଅନୁଷ୍ଠାନରୁ ଟ୍ରେନିଂ ଦିଆଯିବା ପରେ ଉତ୍ପାଦ ଗ୍ରୁପ ଗଠନ କରଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏହି ଉତ୍ପାଦ ଗ୍ରୁପ ମାଧ୍ୟମରେ ନିଜେ ଶିଖିବା ସହ ଅନ୍ୟ ମହିଳାଙ୍କୁ ଶିଖାଇ ଆତ୍ମନିର୍ଭରଶୀଳ କରାଇବା ହେଉଛି ପ୍ରଶାସନର ଲକ୍ଷ । ମହିଳାମାନେ କିଛି ଉପାର୍ଜନ କରିବା ସହିତ ଅନ୍ୟ ବେରୋଜଗାର ମହିଳାଙ୍କୁ ଚିହ୍ନଟ କରି ଆତ୍ମନିର୍ଭର କରିବାକୁ ଲକ୍ଷ ରଖାଯାଇଛି । ଏନେଇ ଗରଦପୁର ବ୍ଲକ ଅଧିନ ବ୍ରହ୍ମପୁରରେ ସ୍ୱାବଲମ୍ବିନୀ ଗୃହରେ ଉତ୍ପାଦ କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟ କରିବାକୁ ଗରଦପୁର ପଞ୍ଚାୟତର ସିଆରପି, ୧୨ ଜଣ ଏମ୍ବିକେ, ମହାସଂଘର ସଭାପତି ସସ୍ମିତା ରାୟ, ସେକ୍ରେଟାରୀ ଅଞ୍ଜନା ନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଏନେଇ ଆତ୍ମନିଯୁକ୍ତି ତାଲିମ ଅନୁଷ୍ଠାନର ନିର୍ଦେଶକ ପ୍ରତାପ ଚନ୍ଦ୍ର ଦାସ କହିଛନ୍ତି ଆଜି ଉଦଘାଟନ ହୋଇଥିବା ଉତ୍ପାଦ ଗ୍ରୁପରେ ବଢି, ପାମ୍ପଡ଼,ଆଚାର, ମସଲା ଗୁଣ୍ଡ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଏହିସବୁର ମାନ ବଢିବା ପରେ ରାଜ୍ୟ ସରକାରଙ୍କ ଓରମାସରେ ସାମିଲ କରାଯାଇ ବିଭିନ୍ନ ମେଳା,ପ୍ରଦର୍ଶନକୁ ଉତ୍ପାଦ ସାମଗ୍ରୀ ନିଆଯିବାର ବ୍ୟବସ୍ଥା କରାଯିବ । ଏହାଛଡା ବଜାର ଚାହିଦା ବଢ଼ିବା ପରେ ଉତ୍ପାଦ ପରିମାଣ ମଧ୍ୟ ବଢ଼ିବା ନେଇ ଗରଦପୁର ପଞ୍ଚାୟତ ସ୍ତରୀୟ ସଙ୍ଘ ପକ୍ଷରୁ କୁହାଯାଇଛି ।ବୈଷୟିକ ଜ୍ଞାନ କୌଶଳରେ ଏହିସବୁ ସାମଗ୍ରୀ ପ୍ରସ୍ତୁତି କରାଯିବାକୁ ଗରଦପୁର ମହାସଂଘ ପକ୍ଷରୁ ଉତ୍ପାଦ ଗ୍ରୁପକୁ ୫୦ ହଜାର ଟଙ୍କା ଋଣ ଯୋଗାଇ ଦିଆଯାଇଛି । ମହିଳାମାନେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଘରେ ବସି ରହିଥିବା ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ମଧ୍ୟ ଆତ୍ମନିର୍ଭର କରିବାକୁ ଆଜିର ଉଦଘାଟନ ଉତ୍ସବରେ ଗରଦପୁର ବ୍ଲକ ବିଡ଼ିଓ ରଞ୍ଜିତ କୁମାର ମଲ୍ଲିକ, ବିପିଏମ ସୁସ୍ନତା ରାୟ, ବିଏଲସି ରଶ୍ମିରେଖା ସାହୁ, ଗ୍ରାମାଞ୍ଚଳ ଆତ୍ମନିଯୁକ୍ତି ତାଲିମ ଅନୁଷ୍ଠାନର ନିର୍ଦେଶକ ପ୍ରତାପ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଏହି ମହିଳାମାନଙ୍କୁ ଉତ୍ସାହିତ କରିଥିଲେ ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର