ଦରଦାମ ବୃଦ୍ଧିରେ ଜନତା ଅତିଷ୍ଠ; ମାତ୍ର ରାଜ୍ୟରେ କ୍ଷମତା ଲାଗି ‘ମମିତା’ କାନ୍ଦଣା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ବିଜେପିର ପଦ୍ମ ପାଖୁଡ଼ା ଗୋଟାକ ପରେ ଗୋଟାଏ ଖସି ଚାଲିଛି। ଦଳର ନେତାମାନେ ଜଣକ ପରେ ଜଣେ ଦଳ ଛାଡୁଛନ୍ତି । ୨୦୧୯ ପରେ ଚାରି ଚାରିଟି ଉପନିର୍ବାଚନରେ ଦଳ ଭୟଙ୍କର ପରାଭବ ଭୋଗିଛି। ବାଲେଶ୍ବର ସଦର ଆସନ ହାତରୁ ଖସିଛି। ବିଭିନ୍ନ ଜିଲ୍ଲାରେ ଦଳରେ ଗୋଷ୍ଠୀ କନ୍ଦଳ ତୀବ୍ର । ଦଳୀୟ ନେତୃତ୍ବ ନିଜର ସ୍ଥିତି ଓ ଭବିଷ୍ୟତକୁ ନେଇ ଆଶଙ୍କାଗ୍ରସ୍ତ। ଏହି ସ୍ଥିତିରେ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ସହ ଖାଉଟି ସାମଗ୍ରୀର […]

ଭୁବନେଶ୍ୱର: ରାଜ୍ୟରେ ବିଜେପିର ପଦ୍ମ ପାଖୁଡ଼ା ଗୋଟାକ ପରେ ଗୋଟାଏ ଖସି ଚାଲିଛି। ଦଳର ନେତାମାନେ ଜଣକ ପରେ ଜଣେ ଦଳ ଛାଡୁଛନ୍ତି । ୨୦୧୯ ପରେ ଚାରି ଚାରିଟି ଉପନିର୍ବାଚନରେ ଦଳ ଭୟଙ୍କର ପରାଭବ ଭୋଗିଛି। ବାଲେଶ୍ବର ସଦର ଆସନ ହାତରୁ ଖସିଛି। ବିଭିନ୍ନ ଜିଲ୍ଲାରେ ଦଳରେ ଗୋଷ୍ଠୀ କନ୍ଦଳ ତୀବ୍ର । ଦଳୀୟ ନେତୃତ୍ବ ନିଜର ସ୍ଥିତି ଓ ଭବିଷ୍ୟତକୁ ନେଇ ଆଶଙ୍କାଗ୍ରସ୍ତ। ଏହି ସ୍ଥିତିରେ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ସହ ଖାଉଟି ସାମଗ୍ରୀର ଦର ବୃଦ୍ଧି ସାଧାରଣ ଲୋକଙ୍କ ମନରେ ବିଜେପି ପ୍ରତି ବିତୃଷ୍ଣା ସୃଷ୍ଟି କରିଛି। ପେଟ୍ରୋଲ ଲିଟର ରାଜଧାନୀରେ ୧୦୭ ଟଙ୍କା ଅତିକ୍ରମ କରିଛି, ଡିଜେଲ ୧୦୫ ଟଙ୍କାରେ, ରନ୍ଧନଗ୍ୟାସ ସିଲିଣ୍ଡର ପିଛା ୧୦୦୦ ଟଙ୍କା ହେଲାଣି। ବିଜେପି କ୍ଷମତାକୁ ଆସିବା ପରେ ଏହି ସବୁ ସାମଗ୍ରୀର ମୂଲ୍ୟ ୨ ଗୁଣ ଛୁଇଁଲାଣି। ଏହି ସ୍ଥିତିରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେପି ହାତରେ କିଛି ପ୍ରସଙ୍ଗ ନାହିଁ। ଏହି ପରିପ୍ରେକ୍ଷୀରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ନିଜର ସ୍ଥିତି ବଞ୍ଚାଇ ରଖୁବା ଚିନ୍ତା ବିଜେପିକୁ ଘାରିଛି। ଦଳର କର୍ମୀଙ୍କୁ ସଙ୍ଗଠିତ କରିବା ଏବଂ ଲୋକଙ୍କ ମନରେ ସରକାରଙ୍କ ପ୍ରତି ଏକ ବିରୋଧାଭାସ ସୃଷ୍ଟି କରିବା ଲାଗି ‘ମମିତା’ ପ୍ରସଙ୍ଗକୁ ଏଜେଣ୍ଡା କରିଛି ରାଜ୍ୟ ବିଜେପି । ବିଡ଼ମ୍ବନା ହେଉଛି, ଏହି ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ପାଇଁ ଅତି ତଳସ୍ତରକୁ ମଧ୍ୟ ଦଳ ଖସି ଯାଇଛି। ‘ମମିତା’ ହତ୍ୟାକାଣ୍ଡ ପ୍ରସଙ୍ଗକୁ ଆୟୁଧ କରି ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ରୀତିମତ ଷଡ଼ଯନ୍ତ୍ର କରୁଛି ବିଜେପି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ସନସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ‘ମମିତା’ ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଲିସ କଠୋର ପଦକ୍ଷେପ ଗ୍ରହଣ କରିଛି । ଅଭିଯୋଗ ସମ୍ପର୍କରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜଣେ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ତଥା ସ୍କୁଲର ସଭାପତି ଗୋବିନ୍ଦ ସାହୁ ଓ ସହଯୋଗୀ କୁହାଯାଉଥିବା ରାଧେଶ୍ୟାମକୁ ପୁଲିସ ଗିରଫ କରିଛି । ମମିତାକୁ ହତ୍ୟା କରିଥିବା ଗୋବିନ୍ଦ ସ୍ଵୀକାର କରିଛି। ମାମଲାର ତୁରନ୍ତ ତଦନ୍ତ ଓ ବିଚାର ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ମମିତାଙ୍କ ପିତାମାତା ପୁଲିସର ତଦନ୍ତ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦେବାକୁ ପୁଲିସକୁ ଅନୁରୋଧ କରିଛନ୍ତି । ରାଜ୍ୟ ମହିଳା କମିଶନ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ପୁଲିସ ଅଧିକାରୀଙ୍କୁ ଭେଟି ତଦନ୍ତର ଅଗ୍ରଗତି ଏବଂ ମହାଲିଙ୍ଗ କଲେଜରେ ଶିକ୍ଷାଦାନ ବ୍ୟବସ୍ଥାକୁ ତ୍ବରାନ୍ବିତ ସମ୍ପର୍କରେ ଆଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ମାତ୍ର ପୁଲିସର ତ୍ଵରିତ କାର୍ଯ୍ୟାନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ବିଜେପି ନେତାମାନଙ୍କର ହଜମ ହୋଇନାହିଁ। ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ, ଜିଲ୍ଲା ବନ୍ଦ ଡ଼ାକରା ସହ ବିଭିନ୍ନ ଥାନା ମଧ୍ୟରେ ଧସେଇ ପଶି ବିଶୃଙ୍ଖଳା ସୃଷ୍ଟି କରିବାରେ ଦଳୀୟ ନେତାମାନେ ଲାଗି ପଡ଼ିଛନ୍ତି। ଏହା ପଛରେ ଏକମାତ୍ର ଉଦ୍ଦେଶ୍ୟ ହେଉଛି ନିଜର ସ୍ଥିତି ରକ୍ଷା । ୨୦୧୯ ସାଧାରଣ ନିର୍ବାଚନରେ ଦେଶବ୍ୟାପୀ ଦଳର ହାୱା ସତ୍ତ୍ଵେ ଓଡ଼ିଶାରେ ବିଜୁ ଜନତା ଦଳ ପୁନର୍ବାର ଲୋକଙ୍କର ଆସ୍ଥା ଭାଜନ ହୋଇଛି। ତିନି ଚତୁର୍ଥାଂଶ ଆସନରେ ବିଜେଡି ବିଜୟୀ ହୋଇ ନବୀନଙ୍କ ନେତୃତ୍ବରେ ୫ମ ଥର ନିମନ୍ତେ କ୍ଷମତାସୀନ ହୋଇଛି। ପରବର୍ତ୍ତୀ ସମୟରେ ଅନୁଷ୍ଠିତ ସବୁ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଯେଉଁ କିଛି ସ୍ଥାନରେ ଦଳ ଦୁର୍ବଳ ପ୍ରଦର୍ଶନ କରିଥିଲା ସେଠାରେ ଦଳ ନିଜର କ୍ଷତି ଓ କ୍ଷତ ଭରଣା କରିବାରେ ସକ୍ଷମ ହୋଇ ସାରିଛି। କେବଳ ଆଗୁଆ ପ୍ରସ୍ତୁତି ନୁହେଁ; ପଞ୍ଚାୟତ ନିର୍ବାଚନ ନିମନ୍ତେ ସମସ୍ତ ପ୍ରକ୍ରିୟା ଦଳ ଶେଷ କରି ସାରିଛି। ସାଧାରଣତଃ ବିଧାନସଭା ନିର୍ବାଚନ ପୂର୍ବରୁ ଦଳବଦଳ ଦେଖାଯାଉଥିବାବେଳେ ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସର ବହୁ ନେତା ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ଫଳରେ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ଏକତରଫା ବିଜୟୀ ହେବାର ସମ୍ଭାବନା ଦେଖା ଦେଇଛି । ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ ଆଦି ନିର୍ବାଚନରେ ପ୍ରଚଣ୍ଡ ପରାଜୟ ଜାତୀୟସ୍ତରରେ ଦଳକୁ ଅଡ଼ୁଆରେ ପକାଇଛି । ଟିକା, କୋଭିଡ୍ ପରିଚାଳନା, ଚୀନର ସୀମା ଅତିକ୍ରମଣ ଆଦି ଜାତୀୟ ପ୍ରସଙ୍ଗ ମଧ୍ୟ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି। ଯାହାର ପରୋକ୍ଷ ପ୍ରଭାବ ସଙ୍ଗଠନ ଉପରେ ପଡ଼ିଛି। ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲା ପରିଷଦ ଏକପ୍ରକାର ହାତରୁ ଖସିଛି, ଅନ୍ୟ ଜିଲ୍ଲାଗୁଡ଼ିରେ ଅନୁରୂପ ସ୍ଥିତି । ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ନିଜର ସ୍ଥିତି ରକ୍ଷା କରିବା ଦଳ ପାଇଁ ବଡ଼ ଆହ୍ବାନ ହୋଇଛି । ଏହା ହିଁ ବିଜେପି ପାଇଁ ଶିରପୀଡ଼ା ପାଲଟିଛି । ତେଣୁ କ୍ଷମତା ଦଖଲ ଲାଗି ‘ମମିତା’ ପ୍ରସଙ୍ଗକୁ ଜିଆଇ ରଖୁ ଏକ ସମ୍ବେଦନଶୀଳ ଘଟଣାରୁ ରାଜନୈତିକ ଫାଇଦା ଉଠାଇବାକୁ ବିଜେପି ଲାଗିପଡ଼ିଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

24 Oct 2021 By The Sakala

https://www.thesakala.in/latest-odisha-news/public-is-outraged-by-the-rise-in-prices/article-6314
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର