ମମିତା ହତ୍ୟାକାଣ୍ଡ ମାମଲା: ଆଜି ମମିତା ମେହେରଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ମହାଲିଙ୍ଗ ଷ୍ଟାଡିୟମ ଗସ୍ତ କରିବେ ମହିଳା କମିଶନ ଅଧ୍ୟକ୍ଷା

The Sakala Picture
Published On

ବଲାଙ୍ଗିର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ଛାନଭିନ ପାଇଁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମୀନତି ବେହେରାଙ୍କ ନେତୃତ୍ବରେ ଏକ ୪ଜଣିଆ ଟିମ ବଲାଙ୍ଗିରରେ ପହଞ୍ଚିଛନ୍ତି। ଶୁକ୍ରବାର ଅଧ୍ୟକ୍ଷା ଶ୍ରୀମତୀ ବେହେରା ଏସପି ନୀତିନ କୁଶଲକରଙ୍କୁ ଭେଟି ମାମଲାର ତଦନ୍ତ ବିଷୟରେ ଆଲୋଚନା କରିଥିଲେ। ସୂଚନା ଅନୁସାରେ ବଲାଙ୍ଗିର ଝରଣୀ ଗାଁର ମମିତା ମେହେରଙ୍କ ହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ପରିବାର ଲୋକଙ୍କ ନ୍ୟାୟ ପ୍ରଦାନ ଦାବିରେ […]

ବଲାଙ୍ଗିର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ଛାନଭିନ ପାଇଁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମୀନତି ବେହେରାଙ୍କ ନେତୃତ୍ବରେ ଏକ ୪ଜଣିଆ ଟିମ ବଲାଙ୍ଗିରରେ ପହଞ୍ଚିଛନ୍ତି। ଶୁକ୍ରବାର ଅଧ୍ୟକ୍ଷା ଶ୍ରୀମତୀ ବେହେରା ଏସପି ନୀତିନ କୁଶଲକରଙ୍କୁ ଭେଟି ମାମଲାର ତଦନ୍ତ ବିଷୟରେ ଆଲୋଚନା କରିଥିଲେ। ସୂଚନା ଅନୁସାରେ ବଲାଙ୍ଗିର ଝରଣୀ ଗାଁର ମମିତା ମେହେରଙ୍କ ହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ପରିବାର ଲୋକଙ୍କ ନ୍ୟାୟ ପ୍ରଦାନ ଦାବିରେ ଆନ୍ଦୋଳନ, ପ୍ରତିବାଦ କରାଯାଉଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ଏହି ଘଟଣାରେ କିଛି ବଡବଡିଆ ନେତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ଏହି ଘଟଣାର ତଦନ୍ତ ସହିତ ଅସଲ ସତ୍ୟ ଛାନଭିନ କରିବା ପାଇଁ ବଲାଙ୍ଗିରରେ ଶୁକ୍ରବାର ରାଜ୍ୟ ମହିଳା କମିଶନ ଡ. ମିନତି ବେହେରାଙ୍କ ନେତୃତ୍ବରେ ଏକ ଚାରି ଜଣିଆ ଟିମ ପହଞ୍ଚିଥିଲେ ।

ଆହୁରି ପଢ଼ନ୍ତୁ: ଅଗ୍ନି ନିରାପତ୍ତା ନଥିଲେ ସାବଧାନ: ଆଜିଠୁ ସାରା ରାଜ୍ୟରେ ଅଗ୍ନିଶମ ବିଭାଗର ସରପ୍ରାଇଜ୍ ଯାଞ୍ଚ ଆରମ୍ଭ

ପ୍ରଥମେ ଏହି ଟିମ ବଲାଙ୍ଗିର ଏସପିଙ୍କ କାର୍ଯ୍ୟାଳକୁ ଯାଇ ସେଠାରେ ଘଟଣା ଓ ତଦନ୍ତ ବିଷୟରେ ଆଲୋଚନା କରିଥିଲେ । ଆଜି ଏହି ଟିମ ତୁରେକେଲା ବ୍ଲକ ଝରଣୀ ଗାଁକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ମହାଲିଙ୍ଗ କଲେଜ ଯିବେ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ମାମଲାରେ ଜାତୀୟ ମହିଳା କମିଶନ ରିପୋର୍ଟ ତଲବ କରିସାରିଛନ୍ତି। ତେବେ ରାଜ୍ୟ ମହିଳା କମିଶନ ନିଜ ରିପୋର୍ଟରେ କଣ ଦର୍ଶାଇବେ ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।

ଆହୁରି ପଢ଼ନ୍ତୁ: ଚିପଟ ନଦୀ ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରି

ଅନ୍ୟପକ୍ଷରେ ଉକ୍ତ କଲେଜରେ ଛାତ୍ରୀମାନଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିବା ନେଇ ଯେଉଁ ଅଭିଯୋଗ ଆସିଛି ସେ ଉପରେ ମଧ୍ୟ ଉକ୍ତ ଟିମ ଛାନଭିନ କରିବ ବୋଲି ଅଧ୍ୟକ୍ଷା ସୂଚନା ଦେଇଛନ୍ତି। ଏହା ସହିତ ପୀଡିତା ପରିବାରଙ୍କୁ ଶୀଘ୍ର ଯେପରି ନ୍ୟାୟ ମିଳିବ ସେଥିପ୍ରତି କମିଶନ ଦୃଷ୍ଟିଦେବ ବୋଲି କମିଶନ ଅଧ୍ୟକ୍ଷା ଡ. ମୀନତି ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଚାରିଜଣିଆ ଟିମରେ ଅଧ୍ୟକ୍ଷାଙ୍କ ସହିତ ଅତିରିକ୍ତ ଏସପି ବିଜୟା ବରୁଆ, ଇନ୍ସପେକ୍ଟର ସସ୍ମିତା ଦାଶ ଓ ଆଇନ ଅଧିକାରୀ ଅରବିନ୍ଦ ପଟ୍ଟନାୟକ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଭୁଲିଗଲେ ୩୫୦୦ ଟଙ୍କା ପ୍ରତିଶ୍ରୁତି, ଭତ୍ତାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର