ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କଲା ଓଡିଶା, ୧ କୋଟି ଲୋକ ନେଲେ ଡବଲ୍ ଡୋଜ୍ କୋଭିଡ୍ ଟିକା
ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ଟିକାକରଣ ଜାରି ରହିଛି। ଏହାରି ମଧ୍ୟରେ ରାଜ୍ୟ ସରକାର ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି। ରାଜ୍ୟର କୋଟିଏ ଲୋକ କୋଭିଡ୍ ଟିକାର ଉଭୟ ଡୋଜ ନେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛି। Glad to share that #Odisha has successfully administered two doses of #COVID19 vaccines to over 1 crore people. Salute to our healthcare […]
ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ଟିକାକରଣ ଜାରି ରହିଛି। ଏହାରି ମଧ୍ୟରେ ରାଜ୍ୟ ସରକାର ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି। ରାଜ୍ୟର କୋଟିଏ ଲୋକ କୋଭିଡ୍ ଟିକାର ଉଭୟ ଡୋଜ ନେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛି।
Glad to share that #Odisha has successfully administered two doses of #COVID19 vaccines to over 1 crore people. Salute to our healthcare personnel for expediting the vaccination process to save precious lives. #OdishaCares pic.twitter.com/AWmAhsrMQu
— Naveen Patnaik (@Naveen_Odisha) October 18, 2021
ଟିକାଦାନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ସ୍ଵାସ୍ଥ୍ୟକର୍ମୀ ଓ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇରେ ସ୍ବାସ୍ଥ୍ୟକର୍ମୀଙ୍କ ଅବଦାନ ପାଇଁ ସ୍ୟାଲୁଟ୍ କରିଛନ୍ତି।
Happy to share that #Odisha has achieved another milestone in #COVID19Vaccination with over one crore citizens fully vaccinated with two doses of #COVID19 vaccines. #OdishaCares @CMO_Odisha
— H & FW Dept Odisha (@HFWOdisha) October 18, 2021
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟିକା ନେଇଛନ୍ତି । ପ୍ରଥମ ଡୋଜ୍ ଟିକା ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ନେଇଠନ୍ତି । ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି । ରାଜ୍ୟରେ ୧ କୋଟି ଲୋକ ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିଛନ୍ତି। ବର୍ତ୍ତମାନ ରାଜ୍ୟରେ ୨୫ ଲକ୍ଷ ୬୨ ହଜାର ୯୧୦ ଡୋଜ ଟିକା ଉପଲବ୍ଧ ଅଛି । ଦ୍ୱିତୀୟ ଡୋଜ୍ ନେବାକୁ ୨୪ ଲକ୍ଷ ଲୋକ ବାକି ଅଛନ୍ତି । ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ବ୍ରହ୍ମପୁର ଓ ଭୁବନେଶ୍ୱର ମୁନିସିପାଲିଟି ସହ ରିଆମାଲ, ଟିକାବାଲି, ରାଇକିଆ, ଜି.ଉଦୟଗିରି, ବେଳଗୁଣ୍ଠା ବ୍ଲକରେ ପ୍ରଥମ ଡୋଜ ଟିକାକରଣ ଶତ ପ୍ରତିଶତ ସରିଛି । ରାଜ୍ୟର ୩ ହଜାର ୫୪୦ଟି ଗାଁରେ ମଧ୍ୟ ଶତପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ ହୋଇଛି । ଯେଉଁମାନେ ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାଁନ୍ତି । ବାରମ୍ବାର ମେସେଜ ଯାଉଛି, ଫୋନ୍ କରାଯାଉଛି । ଆଶା ଓ ଅଙ୍ଗନୱାଡ଼ି କର୍ମଚାରୀ ସଚେତନତା କରୁଛନ୍ତି । ଯେଉଁ ମାନେ ଟିକାକରଣ କେନ୍ଦ୍ରକୁ ଆସିବାକୁ ସମ୍ପୂର୍ଣ୍ଣ ଅସମର୍ଥ ସେମାନଙ୍କୁ ଘରେ ଟିକା ଦିଆଯାଉଛି ।