ରାଜ୍ଯ କଂଗ୍ରେସ ଭବନ ଭିତରେ ଯୁବ କଂଗ୍ରେସର ଦୁଇଗୋଷ୍ଠୀ ମୁହାଁମୁହିଁ

The Sakala Picture
Published On

ଭୁବନେଶ୍ବର: ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ଦେଖିବାକୁ ମିଳିଛି । କଂଗ୍ରେସ ଭବନ ଭିତରେ ଯୁବ କଂଗ୍ରେସର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ରାଜ୍ୟ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ସାଂଗଠନିକ ମୁଖ୍ୟକୁ ନେଇ ଦଳ ଭିତରେ ଅସନ୍ତୋଷ ଥିବା ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଦଳୀୟ କର୍ମୀଙ୍କୁ ଅଧିକ ହତୋତ୍ସାହିତ କରିବା ସହ କ୍ଷୁବ୍ଧ କରୁଛି । ଏଣୁ ବିଭିନ୍ନ ସମୟରେ ଦଳର ରାଜ୍ୟ ନେତୃତ୍ୱକୁ […]

ଭୁବନେଶ୍ବର: ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ଦେଖିବାକୁ ମିଳିଛି । କଂଗ୍ରେସ ଭବନ ଭିତରେ ଯୁବ କଂଗ୍ରେସର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ରାଜ୍ୟ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ସାଂଗଠନିକ ମୁଖ୍ୟକୁ ନେଇ ଦଳ ଭିତରେ ଅସନ୍ତୋଷ ଥିବା ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଦଳୀୟ କର୍ମୀଙ୍କୁ ଅଧିକ ହତୋତ୍ସାହିତ କରିବା ସହ କ୍ଷୁବ୍ଧ କରୁଛି । ଏଣୁ ବିଭିନ୍ନ ସମୟରେ ଦଳର ରାଜ୍ୟ ନେତୃତ୍ୱକୁ ନେଇ ବିରୋଧ ପ୍ରଦର୍ଶନ ହୋଇଆସୁଛି ।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ସୂଚନା ଯୋଗ୍ୟ ଯେ,  ରାଜ୍ୟ କଂଗ୍ରେସ ଏବେ ଏକ ଘଡ଼ିସନ୍ଧି ସମୟ ଦେଇ ଗତି କରୁଥିବା ଗତ କିଛି ଦିନ ତଳେ ସ୍ୱୀକାର କରିଥିଲେ ଚିରଞ୍ଜୀବ । ପିପିଲିରେ କଂଗ୍ରେସ ମାତ୍ର ୪ ହଜାର ଭୋଟ୍ ପାଇବା ଦଳର ନେତା ଓ କର୍ମୀଙ୍କୁ କ୍ଷୁବ୍ଧ କରିଛି । ଯାହାର ପ୍ରତିଫଳନ କଂଗ୍ରେସ ଭବନ ସମ୍ମୁଖରେ ହୋଇଥିଲା । କିଛି କଂଗ୍ରେସ କର୍ମୀ ଦଳୀୟ ସଭାପତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରିଥିଲେ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର