ଆଣ୍ଠୁଗଣ୍ଠି ବାତକୁ ଅଣଦେଖା କରିବା ବିପଜ୍ଜନକ ହୋଇପାରେ

The Sakala Picture
Published On

ଭୁବନେଶ୍ୱର: ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବ। ବେଳେ ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆକ୍ରାନ୍ତ କରିଥାଏ ବୋଲି ମଙ୍ଗଳବାର ବିଶ୍ବ ଆର୍ଥ୍ରାଇଟିସ୍ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତ ଦେଇଛନ୍ତି । ପ୍ରାୟ ୧୦୦ ରୁ ଅଧିକ ପ୍ରକାରର ଆର୍ଥ୍ରାଇଟିସ୍ ରୋଗ ରହିଥିବା ବେଳେ ଏହା ସଂକ୍ରମକ ନୁହେଁ । ଶୀଘ୍ର ଚିକିତ୍ସା […]

ଭୁବନେଶ୍ୱର: ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବ। ବେଳେ ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆକ୍ରାନ୍ତ କରିଥାଏ ବୋଲି ମଙ୍ଗଳବାର ବିଶ୍ବ ଆର୍ଥ୍ରାଇଟିସ୍ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ପ୍ରାୟ ୧୦୦ ରୁ ଅଧିକ ପ୍ରକାରର ଆର୍ଥ୍ରାଇଟିସ୍ ରୋଗ ରହିଥିବା ବେଳେ ଏହା ସଂକ୍ରମକ ନୁହେଁ । ଶୀଘ୍ର ଚିକିତ୍ସା ଦ୍ବାରା ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଲୋକ ରୋଗ ମୁକ୍ତ ହୋଇପାରିବେ ବୋଲି ହସ୍ପିଟାଲ୍‌ର ଇମ୍ୟୁନୋଲୋଜି ଓ ର୍‌ୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ର କହିଛନ୍ତି। ଏହି ସଚେତନତା କାର୍ଯ୍ୟକ୍ରମରେ ୬୦ରୁ ଉର୍ଦ୍ଧ୍ବ ରୋଗୀ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ କହିଥିଲେ ଯେ ଅନିୟମିତ ଜୀବନଶୈଳୀ ତଥା ଗୋଟିଏ ସ୍ଥାନରେ ଅଧିକ ସମୟ ବସି ରହିବା ଏହି ରୋଗର ମୁଖ୍ୟ କାରଣ ଯାହାକି ବର୍ତ୍ତମାନ ଆଧୁନିକ ବିଶ୍ବରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଲୋକମାନେ ଏହି ସବୁଥୁରୁ ନିବୃତ ରହିବା ପାଇଁ ବାଡି ବଗିଚା ଭଳି କାର୍ଯ୍ୟରେ ସମୟ ଦେବା ଜରୁରୀ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସମାନ୍ତସିଂହାର କହିଥିଲେ ଯେ, ହସ୍ପିଟାଲ୍‌ର ଇମ୍ୟୁନୋଲୋଜି ଓ ମାଟୋଲୋଜି ବିଭାଗ ଖୁବ୍ ଉପାଦେୟ ହୋଇଛି। ଏଠାରେ ଗୋଟିଏ ଛାତ ତଳେ ଆର୍ଥ୍ରାଇଟିସ୍ ରୋଗୀମାନେ ଉତ୍ତମ ଚିକିତ୍ସା ପାଇପାରୁଛନ୍ତି। ଏହି ଅବସରରେ ହସ୍ପିଟାଲ୍‌ର ନ୍ୟୁଟ୍ରିସନ୍ ଓ ଡାଏଟିକ୍‌ ବିଭାଗର ମୁଖ୍ୟ ପୁଷ୍ପାଞ୍ଜଳି ମିଶ୍ର, ଫିଜିଓଥେରାପିଷ୍ଟ ଶ୍ରୀମତୀ ପ୍ରତିଭା ମହାନ୍ତି ଯୋଗ ଦେଇ ରୋଗୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ।  ଏହି କାର୍ଯ୍ୟକ୍ରମରେ ରୋଗୀମାନଙ୍କୁ ମାଗଣାରେ ପରାମର୍ଶ ଓ ଚିକିତ୍ସା ପ୍ରଦାନ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର