ଆଜି ରାତି ୮ଟାରୁ ଟ୍ୱିନ୍‍ ସିଟିରେ ନାଇଟ୍‍ କର୍ଫ୍ୟୁ, ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ପାଟ୍ରୋଲିଂ ଓ ନାକାବନ୍ଦୀ

The Sakala Picture
Published On

ଭୁବନେଶ୍ୱର : ପାର୍ବଣ ଆରମ୍ଭ ହୋଇଯାଇଥିବାରୁ ଟ୍ୱିନ୍‍ ସିଟିରେ ହାଟ, ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। କୋଭିଡ୍‍ ସଂକ୍ରମଣ ୫ଶହ ଉପରେ ରହୁଥିବାରୁ ଏହାକୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି। ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଟ୍ୱିନ୍‍ ସିଟିରେ ରାତ୍ରିକାଳୀନ ନାଇଟ୍‍ କର୍ଫ୍ୟୁ ଜାରି ରହିବ। ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ଜାରି ରହିବ। ନାଇଟ୍‍ କର୍ଫ୍ୟୁ ସମୟରେ ଅମାନିଆଙ୍କ ଉପରେ ରହିବ ପୁଲିସର କଡ଼ା ନଜର। କଟକଣା ନ ମାନିଲେ […]

ଭୁବନେଶ୍ୱର : ପାର୍ବଣ ଆରମ୍ଭ ହୋଇଯାଇଥିବାରୁ ଟ୍ୱିନ୍‍ ସିଟିରେ ହାଟ, ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। କୋଭିଡ୍‍ ସଂକ୍ରମଣ ୫ଶହ ଉପରେ ରହୁଥିବାରୁ ଏହାକୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି। ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଟ୍ୱିନ୍‍ ସିଟିରେ ରାତ୍ରିକାଳୀନ ନାଇଟ୍‍ କର୍ଫ୍ୟୁ ଜାରି ରହିବ। ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ଜାରି ରହିବ। ନାଇଟ୍‍ କର୍ଫ୍ୟୁ ସମୟରେ ଅମାନିଆଙ୍କ ଉପରେ ରହିବ ପୁଲିସର କଡ଼ା ନଜର। କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ପଡ଼ିଲେ ଅମାନିଆଙ୍କୁ ଗିରଫ କରାଯିବ ।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ନାଇଟ୍‍ କର୍ଫ୍ୟୁକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହରାଞ୍ଚଳରେ ୨୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେବା ସହ ରାଜଧାନୀବାସୀଙ୍କୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ଡିସିପିଙ୍କ କହିବା ଅନୁସାରେ ଆଜି ରାତି ୮ଟାରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ସନ୍ଧ୍ୟା ୭ଟା ପାଟ୍ରୋଲିଂ ଓ ନାକାବନ୍ଦୀ ଆରମ୍ଭ ହେବ। ଭୁବନେଶ୍ୱର ସହରାଞ୍ଚଳରେ ୨୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ନାଇଟ୍‌ କର୍ଫ୍ୟୁ କାର୍ୟ୍ୟକାରୀ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ୨୫ ପାଟ୍ରୋଲିଂ ଗାଡ଼ି ଦେଇଛନ୍ତି। ଯେଉଁ ଗାଡ଼ି ଗୁଡ଼ିକୁ ନାଇଟ୍‌ କର୍ଫ୍ୟୁ ଏନ୍‌ଫୋର୍ସମେଣ୍ଟରେ ବ୍ୟବହାର ହେବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି। ନାଇଟ୍‌ କର୍ଫ୍ୟୁ ପାଇଁ ଭୁବନେଶ୍ୱର ସହରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଛି। ଯେଉଁଥିରେ ଆଡିସିନାଲ୍‌ ଡିସିପି ଓ ଡିସିପି ରାଙ୍କର ଅଫିସରଙ୍କୁ ସୁପରଭିଜନ୍‌ ପାଇଁ ଦାୟିତ୍ୱ ଦିଆଯାଇଛି ବୋଲି ଡିସିପି କହିଛନ୍ତି।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ସେପଟେ କଟକରେ ମଧ୍ୟ ନାଇଟ୍‍ କର୍ଫ୍ୟୁ ପାଇଁ କଡା କଟକଣା କରାଯାଇଛି।  କଟକରେ ୧୮ ପ୍ଲାଟୁନ ଫୋର୍ସ, ୪ ଅତିରିକ୍ତ ଏସପି, ୧୧ ଡିଏସପି, ୨୧୬ ଅଫିସର, ୪୨୭ କନେଷ୍ଟବଳ ମୁତୟନ ହେବେ। ଭଷାଣୀ ଦୁଇ ଦିନ ହେବ। ଦେବୀ ଗଡା ଓ ଅନ୍ୟ ଅସ୍ଥାୟୀ ପୁଷ୍କରଣୀ ରେ ହେବ ଭଷାଣୀ। ଗାଡିରେ ୭ ଜଣ ମେଢ ସହ ଯିବେ। ଟୁଇନ ସିଟିରେ ଟ୍ରାଫିକ ଦାୟିତ୍ବ ରେ ଟ୍ରାଫିକ ଡିସିପି ରହିବେ। ଦୁଇ ସହରରେ ୨ ଜଣ ଅତିରିକ୍ତ ଡିସିପି ଟ୍ରାଫିକ କଥା ବୁଝିବେ।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ପାର୍ବଣରେ କରୋନା ସଂକ୍ରମଣ ବଢିପାରେ ବୋଲି କୁହାଯାଉଛି। କଟକ ଓ ଭୁବନେଶ୍ବରରେ ବି ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି । ଏଣୁ ନିୟମ କଡ଼ାକଡି ପାଳନ ଉପରେ ଅଧିକ ଫୋକସ କରାଯାଇଛି । ଭିଡ଼ କିପରି ନହେବ ତାଉପରେ ନଜର ରଖାଯିବା ସହ ପାର୍ବଣରେ ନିୟମକୁ କଡ଼ାକଡି ପାଳନ କରିବାକୁ ଗୁରୁତ୍ବ ଦିଆଯାଉଛି । ତେଣୁ ଜନସାଧାରଣ ପୂର୍ବଭଳି ସରକାରଙ୍କ କଟକଣାକୁ ମାନି ପୁଲିସକୁ ସହଯୋଗ କରିବାକୁ  ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ନିବେଦନ କରିଛନ୍ତି

11 Oct 2021 By The Sakala

ଆଜି ରାତି ୮ଟାରୁ ଟ୍ୱିନ୍‍ ସିଟିରେ ନାଇଟ୍‍ କର୍ଫ୍ୟୁ, ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ପାଟ୍ରୋଲିଂ ଓ ନାକାବନ୍ଦୀ

ଭୁବନେଶ୍ୱର : ପାର୍ବଣ ଆରମ୍ଭ ହୋଇଯାଇଥିବାରୁ ଟ୍ୱିନ୍‍ ସିଟିରେ ହାଟ, ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। କୋଭିଡ୍‍ ସଂକ୍ରମଣ ୫ଶହ ଉପରେ ରହୁଥିବାରୁ ଏହାକୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି। ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଟ୍ୱିନ୍‍ ସିଟିରେ ରାତ୍ରିକାଳୀନ ନାଇଟ୍‍ କର୍ଫ୍ୟୁ ଜାରି ରହିବ। ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ଜାରି ରହିବ। ନାଇଟ୍‍ କର୍ଫ୍ୟୁ ସମୟରେ ଅମାନିଆଙ୍କ ଉପରେ ରହିବ ପୁଲିସର କଡ଼ା ନଜର। କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ପଡ଼ିଲେ ଅମାନିଆଙ୍କୁ ଗିରଫ କରାଯିବ ।

ନାଇଟ୍‍ କର୍ଫ୍ୟୁକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହରାଞ୍ଚଳରେ ୨୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେବା ସହ ରାଜଧାନୀବାସୀଙ୍କୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ଡିସିପିଙ୍କ କହିବା ଅନୁସାରେ ଆଜି ରାତି ୮ଟାରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ସନ୍ଧ୍ୟା ୭ଟା ପାଟ୍ରୋଲିଂ ଓ ନାକାବନ୍ଦୀ ଆରମ୍ଭ ହେବ। ଭୁବନେଶ୍ୱର ସହରାଞ୍ଚଳରେ ୨୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ନାଇଟ୍‌ କର୍ଫ୍ୟୁ କାର୍ୟ୍ୟକାରୀ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ୨୫ ପାଟ୍ରୋଲିଂ ଗାଡ଼ି ଦେଇଛନ୍ତି। ଯେଉଁ ଗାଡ଼ି ଗୁଡ଼ିକୁ ନାଇଟ୍‌ କର୍ଫ୍ୟୁ ଏନ୍‌ଫୋର୍ସମେଣ୍ଟରେ ବ୍ୟବହାର ହେବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି। ନାଇଟ୍‌ କର୍ଫ୍ୟୁ ପାଇଁ ଭୁବନେଶ୍ୱର ସହରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଛି। ଯେଉଁଥିରେ ଆଡିସିନାଲ୍‌ ଡିସିପି ଓ ଡିସିପି ରାଙ୍କର ଅଫିସରଙ୍କୁ ସୁପରଭିଜନ୍‌ ପାଇଁ ଦାୟିତ୍ୱ ଦିଆଯାଇଛି ବୋଲି ଡିସିପି କହିଛନ୍ତି।

ସେପଟେ କଟକରେ ମଧ୍ୟ ନାଇଟ୍‍ କର୍ଫ୍ୟୁ ପାଇଁ କଡା କଟକଣା କରାଯାଇଛି।  କଟକରେ ୧୮ ପ୍ଲାଟୁନ ଫୋର୍ସ, ୪ ଅତିରିକ୍ତ ଏସପି, ୧୧ ଡିଏସପି, ୨୧୬ ଅଫିସର, ୪୨୭ କନେଷ୍ଟବଳ ମୁତୟନ ହେବେ। ଭଷାଣୀ ଦୁଇ ଦିନ ହେବ। ଦେବୀ ଗଡା ଓ ଅନ୍ୟ ଅସ୍ଥାୟୀ ପୁଷ୍କରଣୀ ରେ ହେବ ଭଷାଣୀ। ଗାଡିରେ ୭ ଜଣ ମେଢ ସହ ଯିବେ। ଟୁଇନ ସିଟିରେ ଟ୍ରାଫିକ ଦାୟିତ୍ବ ରେ ଟ୍ରାଫିକ ଡିସିପି ରହିବେ। ଦୁଇ ସହରରେ ୨ ଜଣ ଅତିରିକ୍ତ ଡିସିପି ଟ୍ରାଫିକ କଥା ବୁଝିବେ।

ପାର୍ବଣରେ କରୋନା ସଂକ୍ରମଣ ବଢିପାରେ ବୋଲି କୁହାଯାଉଛି। କଟକ ଓ ଭୁବନେଶ୍ବରରେ ବି ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି । ଏଣୁ ନିୟମ କଡ଼ାକଡି ପାଳନ ଉପରେ ଅଧିକ ଫୋକସ କରାଯାଇଛି । ଭିଡ଼ କିପରି ନହେବ ତାଉପରେ ନଜର ରଖାଯିବା ସହ ପାର୍ବଣରେ ନିୟମକୁ କଡ଼ାକଡି ପାଳନ କରିବାକୁ ଗୁରୁତ୍ବ ଦିଆଯାଉଛି । ତେଣୁ ଜନସାଧାରଣ ପୂର୍ବଭଳି ସରକାରଙ୍କ କଟକଣାକୁ ମାନି ପୁଲିସକୁ ସହଯୋଗ କରିବାକୁ  ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ନିବେଦନ କରିଛନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର