ପିସିସି ସଭାପତିରୁ ଇସ୍ତଫା ନେଇ ମୁହଁ ଖୋଲିଲେ ନିରଞ୍ଜନ: ସଭାପତି ଦାୟିତ୍ବ ଚିରସ୍ଥାୟୀ ନୁହଁ, ସଭାପତି ରହିବା ନରହିବା ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ

The Sakala Picture
Published On

ଭୁବନେଶ୍ୱର : ପିସିସି ସଭାପତି ପଦରୁ ଇସ୍ତଫା ନେଇ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପିସିସି ସଭାପତି ଚିରସ୍ଥାୟୀ ନୁହଁ ବୋଲି ସେ କହିଛନ୍ତି । ସଭାପତି ରହିବା ନରହିବା ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ମୁଁ ବହୁତ ଦିନ ହେଲା ରହିସାରିଲିଣି ସଭାପତି । ତାଙ୍କ ପରେ ମଧ୍ୟ ଦଳର ସଭାପତି ପଦ ସମ୍ଭାଳିବା ପାଇଁ ଅନେକ ଲୋକ ଅଛନ୍ତି । ଏ ନେଇ […]

ଭୁବନେଶ୍ୱର : ପିସିସି ସଭାପତି ପଦରୁ ଇସ୍ତଫା ନେଇ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପିସିସି ସଭାପତି ଚିରସ୍ଥାୟୀ ନୁହଁ ବୋଲି ସେ କହିଛନ୍ତି । ସଭାପତି ରହିବା ନରହିବା ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ମୁଁ ବହୁତ ଦିନ ହେଲା ରହିସାରିଲିଣି ସଭାପତି । ତାଙ୍କ ପରେ ମଧ୍ୟ ଦଳର ସଭାପତି ପଦ ସମ୍ଭାଳିବା ପାଇଁ ଅନେକ ଲୋକ ଅଛନ୍ତି । ଏ ନେଇ ଏଆଇସିସି ପଚାରିଲେ ସେ ଉତର ଦେବେ ।  ପାର୍ଟି ଅନ୍ତଃର୍ନିହିତ କଥାକୁ କାହାକୁ କହିବାକୁ ସେ ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଏପରି କହିଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି ନିରଞ୍ଜନ ଯଦି ଇସ୍ତଫା ଦେଇଛନ୍ତି ତେବେ ସେ ସ୍ପଷ୍ଟ କରନ୍ତୁ । ଯଦି ରାହୁଲ ଓ ସୋନିଆ ଗାନ୍ଧୀ ନିରଞ୍ଜନଙ୍କୁ ସଭାପତି ପଦରେ ରଖିବା କଥା ରଖିବେ, ଯଦି କାଢିବା କଥା କାଢିବେ । କ’ଣ ପଦକ୍ଷେପ ନେବେ ସ୍ପଷ୍ଟ କରନ୍ତୁ । ଏମିତି ହେଲେ ଦଳର ଛବି ଖରାପ ହେଉଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସେପଟେ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, ମିଡିଆରେ ତ ଚର୍ଚ୍ଚା ହେଉଛି ହେଲେ ଇସ୍ତଫା ଦେଇଛନ୍ତି କି ନାହିଁ, ସେ କଥା କେବଳ ନିରଞ୍ଜନ ହିଁ କହିପାରିବେ। କର୍ମୀଙ୍କ ମନରେ ଅନିଶ୍ଚିତତା ଦଳର କ୍ଷତି କରୁଛି ବୋଲି ଶରତ ରାଉତ କହିଛନ୍ତି ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

07 Oct 2021 By The Sakala

ପିସିସି ସଭାପତିରୁ ଇସ୍ତଫା ନେଇ ମୁହଁ ଖୋଲିଲେ ନିରଞ୍ଜନ: ସଭାପତି ଦାୟିତ୍ବ ଚିରସ୍ଥାୟୀ ନୁହଁ, ସଭାପତି ରହିବା ନରହିବା ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ

ଭୁବନେଶ୍ୱର : ପିସିସି ସଭାପତି ପଦରୁ ଇସ୍ତଫା ନେଇ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପିସିସି ସଭାପତି ଚିରସ୍ଥାୟୀ ନୁହଁ ବୋଲି ସେ କହିଛନ୍ତି । ସଭାପତି ରହିବା ନରହିବା ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ମୁଁ ବହୁତ ଦିନ ହେଲା ରହିସାରିଲିଣି ସଭାପତି । ତାଙ୍କ ପରେ ମଧ୍ୟ ଦଳର ସଭାପତି ପଦ ସମ୍ଭାଳିବା ପାଇଁ ଅନେକ ଲୋକ ଅଛନ୍ତି । ଏ ନେଇ ଏଆଇସିସି ପଚାରିଲେ ସେ ଉତର ଦେବେ ।  ପାର୍ଟି ଅନ୍ତଃର୍ନିହିତ କଥାକୁ କାହାକୁ କହିବାକୁ ସେ ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଏପରି କହିଛନ୍ତି।

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି ନିରଞ୍ଜନ ଯଦି ଇସ୍ତଫା ଦେଇଛନ୍ତି ତେବେ ସେ ସ୍ପଷ୍ଟ କରନ୍ତୁ । ଯଦି ରାହୁଲ ଓ ସୋନିଆ ଗାନ୍ଧୀ ନିରଞ୍ଜନଙ୍କୁ ସଭାପତି ପଦରେ ରଖିବା କଥା ରଖିବେ, ଯଦି କାଢିବା କଥା କାଢିବେ । କ’ଣ ପଦକ୍ଷେପ ନେବେ ସ୍ପଷ୍ଟ କରନ୍ତୁ । ଏମିତି ହେଲେ ଦଳର ଛବି ଖରାପ ହେଉଛି ।

ସେପଟେ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, ମିଡିଆରେ ତ ଚର୍ଚ୍ଚା ହେଉଛି ହେଲେ ଇସ୍ତଫା ଦେଇଛନ୍ତି କି ନାହିଁ, ସେ କଥା କେବଳ ନିରଞ୍ଜନ ହିଁ କହିପାରିବେ। କର୍ମୀଙ୍କ ମନରେ ଅନିଶ୍ଚିତତା ଦଳର କ୍ଷତି କରୁଛି ବୋଲି ଶରତ ରାଉତ କହିଛନ୍ତି ।

https://www.thesakala.in/latest-odisha-news/odisha-pcc-president-niranjan-patnaik-reaction-on-resignation-rumours/article-5937
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର