୨୧୬ ପୁଲିସ ଫାଣ୍ଡି ଦାୟିତ୍ୱରେ ରହିବେ ସବ୍ ଇନ୍ସପେକ୍ଟର
ଭୁବନେଶ୍ବର: ଓଡ଼ିଶା ପୁଲିସର ୨୧୬ଟି ଫାଣ୍ଡି ଦାୟିତ୍ୱରେ ଏଣିକି ସବ୍ ଇନ୍ସପେକ୍ଟରମାନେ ରହିବେ । ଏ ସମ୍ପର୍କୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ସହକାରୀ ସବ୍ ଇନ୍ସପେକ୍ଟର ମାନେ ଫାଣ୍ଡି ଦାୟିତ୍ୱରେ ରହୁଥିଲେ ।କମିଶନରେଟ୍ ପୁଲିସ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୁଲିସ ଓ ରେଲୱେ ପୁଲିସ ଦ୍ବାରା ପରିଚାଳିତ ପୁଲିସ ଫାଣ୍ଡି ମାନଙ୍କରେ ସବ୍ ଇନ୍ସପେକ୍ଟର ମାନଙ୍କୁ ନିଯୁକ୍ତି ଦିଆଯିବ। ସବ୍ ଇନ୍ସପେକ୍ଟର ମାନଙ୍କ ତାଲିମ ଓ ଅପରାଧ […]
ଭୁବନେଶ୍ବର: ଓଡ଼ିଶା ପୁଲିସର ୨୧୬ଟି ଫାଣ୍ଡି ଦାୟିତ୍ୱରେ ଏଣିକି ସବ୍ ଇନ୍ସପେକ୍ଟରମାନେ ରହିବେ । ଏ ସମ୍ପର୍କୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ସହକାରୀ ସବ୍ ଇନ୍ସପେକ୍ଟର ମାନେ ଫାଣ୍ଡି ଦାୟିତ୍ୱରେ ରହୁଥିଲେ ।କମିଶନରେଟ୍ ପୁଲିସ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୁଲିସ ଓ ରେଲୱେ ପୁଲିସ ଦ୍ବାରା ପରିଚାଳିତ ପୁଲିସ ଫାଣ୍ଡି ମାନଙ୍କରେ ସବ୍ ଇନ୍ସପେକ୍ଟର ମାନଙ୍କୁ ନିଯୁକ୍ତି ଦିଆଯିବ। ସବ୍ ଇନ୍ସପେକ୍ଟର ମାନଙ୍କ ତାଲିମ ଓ ଅପରାଧ ଅନୁସନ୍ଧାନରେ ସେମାନଙ୍କ ଦକ୍ଷତା ଫାଣ୍ଡି ସ୍ତରରେ ଅପରାଧ ନିୟନ୍ତ୍ରଣରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଏ ।
ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା






