ବିସ୍ମୟ ପ୍ରତିଭା ବିଦୁସ୍ମିତା, ଆଖିରେ ପଟି ବାନ୍ଧି ପାଠ ପଢ଼ିପାରିବା ସହ କରିପାରୁଛନ୍ତି ଦୈନନ୍ଦିନ ଜୀବନର ଅନେକ କାମ

The Sakala Picture
Published On

ଫୁଲବାଣୀ: ସାଧାରଣତଃ ଆଖି ଖୋଲି ଯେଉଁ କାର୍ଯ୍ୟ କରିହୁଏ ଆଖି ବନ୍ଦ କରି ସେହିଭଳି କାର୍ଯ୍ୟ କରିପାରୁଥିବା ଚଉଦ ବର୍ଷର ବିସ୍ମୟ ଛାତ୍ରୀ ବିଦୁସ୍ମିତା । ବୟସରେ ଛୋଟ ହେଲେବି ଆଖିରେ ପଟି ବାନ୍ଧି ସାଇକେଲ୍ ଚଲେଇବା ସହ ପାଠ ପଢିବା ଏବଂ ଲେଖି ମଧ୍ୟ ପାରୁଛନ୍ତି । ଏମିତି ଏକ ବିସ୍ମୟ ଛାତ୍ରୀ ହେଉଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାର ଜି.ଇ.ଡି କଲୋନୀରେ ରହୁଥିବା ବିଦୁସ୍ମିତା । ସ୍ଥାନୀୟ ଏକ ସ୍କୁଲରେ ନବମ ଶ୍ରେଣୀ […]

ଫୁଲବାଣୀ: ସାଧାରଣତଃ ଆଖି ଖୋଲି ଯେଉଁ କାର୍ଯ୍ୟ କରିହୁଏ ଆଖି ବନ୍ଦ କରି ସେହିଭଳି କାର୍ଯ୍ୟ କରିପାରୁଥିବା ଚଉଦ ବର୍ଷର ବିସ୍ମୟ ଛାତ୍ରୀ ବିଦୁସ୍ମିତା । ବୟସରେ ଛୋଟ ହେଲେବି ଆଖିରେ ପଟି ବାନ୍ଧି ସାଇକେଲ୍ ଚଲେଇବା ସହ ପାଠ ପଢିବା ଏବଂ ଲେଖି ମଧ୍ୟ ପାରୁଛନ୍ତି । ଏମିତି ଏକ ବିସ୍ମୟ ଛାତ୍ରୀ ହେଉଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାର ଜି.ଇ.ଡି କଲୋନୀରେ ରହୁଥିବା ବିଦୁସ୍ମିତା । ସ୍ଥାନୀୟ ଏକ ସ୍କୁଲରେ ନବମ ଶ୍ରେଣୀ ଛାତ୍ରୀ । ବୟସରେ ଛୋଟ ହେଲେବି ତାଙ୍କର ବିସ୍ମୟକର ପ୍ରତିମା ସମସ୍ତଙ୍କୁ ଚକିତ କରିଛି । ଆଖିରେ ପଟି ବାନ୍ଧି ପାଠ ପଢିବା ସହ ନିଖୂଣ ଭାବରେ ଲେଖି ମଧ୍ଯ ପାରୁଛନ୍ତି । ପିଲାଟି ଦିନରୁ ଦୁଷ୍ଟ ହେଉଥିବା ଯୋଗୁ ମା ଅର୍ଚନା ପ୍ରଧାନ ଏବଂ ବାପା ବଳରାମ ପ୍ରଧାନ ଚିନ୍ତାରେ ରହୁଥିଲେ । ମା ଅର୍ଚନାଙ୍କ କଲିକତାରେ ରହୁଥିବା ଜଣେ ବନ୍ଧୁ ଜାଣିବାପରେ ଝିଅକୁ ଯୋଗ ଦ୍ୱାରା ନିଜକୁ ସ୍ଥିର ରଖି ପାରିବ ବୋଲି କହିଥିଲେ । କଲିକତାକୁ ଯାଇ ତିନି ମାସ ଯୋଗ ପ୍ରଶିକ୍ଷଣ ନେବାପାଇଁ ବିଦୁସ୍ମିତାର ମା’ କୁ କହିଥିଲେ। ବାପା ବଳରାମ ଏବଂ ମା ଅର୍ଚନା ନିଷ୍ପତ୍ତି ନେଇ କଲିକତାରେ ଏଭଳି ଏକ କଳା ଏବଂ ଯୋଗ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତ୍ତି ନେଲେ । ଝିଅକୁ ଯୋଗ ପ୍ରଶିକ୍ଷଣ ନେବା ପାଇଁ ତିନି ମାସ କଲିକତା ପଠାଇ ଥିଲେ । ଫୁଲବାଣୀ ଫେରିବା ପରେ ଝିଅ ବିଦୁସ୍ମିତା ମଧ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ବିଦୁସ୍ମିତାଙ୍କର ଏହି ମଧ୍ୟରେ ସ୍ଥିର ଚିତ୍ତ ହେବା ସହ ଘ୍ରାଣ ଶକ୍ତି ବଢିବାରେ ଲାଗିଥିଲା । ଯାହା ଫଳରେ ବିଦୁସ୍ମିତା ଆଖିରେ ପଟି ବାନ୍ଧି ଯେକୈଣସି ବସ୍ତୁକୁ ଶୁଙ୍ଘି ତାହାର ରଙ୍ଗ ଚିହ୍ନି ପାରୁଛନ୍ତି ।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

ବଳରାମଙ୍କ ଝିଅ ବିଦୁସ୍ମିତା ଘ୍ରାଣ ଶକ୍ତି ଏତେ ପ୍ରଖର ହେଉଛି ଯେ ଯିଏବି ଦେଖିଲେ ଚକିତ ହେବେ । ଆଖିରେ ପଟି ବାନ୍ଧି ବିଭିନ୍ନ ରଙ୍ଗର ପେନସିଲ ଶୁଙ୍ଘିକି କହିପାରନ୍ତି । ଯେ କୌଣସି ବସ୍ତୁକୁ ଥରୁଟିଏ ତାହାର୍ ବାସ୍ନା ନେବା ପରେ ୨୦ ରୁ ୫୦ ମିଟର ଭିତରେ ଲୁଚାଇ ଥିଲେ ମଧ୍ଯ ଆଖିରେ ପଟି ବାନ୍ଧି ସେ ବସ୍ତୁକୁ ଖୋଜି ବାହାର କରିପାରନ୍ତି ଏବଂ ଯେ କୌଣସି ବହିକୁ ଶୁଙ୍ଘି କି ପଢି ପାରନ୍ତି ଏବଂ ଲେଖି ମଧ୍ଯ ପାରନ୍ତି । ସାଧାରଣତଃ ଆମେ ଆଖି ବନ୍ଦକରି ପାଦେ ଚାଲିବା କଷ୍ଟକର କିନ୍ତୁ ବିଦୁସ୍ମିତା ଆଖିରେ ପଟି ବାନ୍ଧି ସାଇକେଲ୍ ଚଲେଇ ପାରୁଛନ୍ତି । ବାପା ବଳରାମ କହନ୍ତି କି ଯଦି ମୁଣ୍ଡ ବ୍ୟଥା ବା ହାତ ଗୋଡ଼ ବ୍ୟଥା ହୋଉଥିଲେ ଅତି କମ୍ ସମୟରେ ଭଲ କରିପାରନ୍ତି ଝିଅ ବିଦୁସ୍ମିତା । ଏଭଳି ପ୍ରତିଭାକୁ ଦେଖି ପାଖ ପଡୋଶୀ ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି । କିଛି ପ୍ରତିଭା ହିଁ ଏପରି କରୁଛି ବୋଲି କହିଛନ୍ତି ପଡୋଶୀ ସର୍ବେଶ୍ଵର ସାହୁ ।

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର