ଆସନ୍ତାକାଲି ଶିମିଳିପାଳ ଆସିବ କେନ୍ଦ୍ରୀୟ ଟିମ୍, ନିଆଁ ଲାଗିଥିବା ସ୍ଥାନରେ କରିବେ ସମୀକ୍ଷା‌

The Sakala Picture
Published On

ଭୁବନେଶ୍ବର : ଆସନ୍ତାକାଲି ଶିମିଳିପାଳ ଆସିବ କେନ୍ଦ୍ରୀୟ ଟିମ୍ । ଶିମିଳିପାଳ ବନାଞ୍ଚଳର ବିଭିନ୍ନ ସ୍ଥାନ ଜଳୁଥିବା ବେଳେ ଅନୁଧ୍ୟାନ ଲାଗି ଆସନ୍ତାକାଲି ପହଞ୍ଚିବ କେନ୍ଦ୍ରୀୟ ଟିମ୍ । ଓଡ଼ିଶାର ବିଜେପି ସାଂସଦଙ୍କୁ ଏହି ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର । ଏନେଇ ଆଜି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ସେ କହିଛନ୍ତି ଯେ, ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ରୀୟ […]

ଭୁବନେଶ୍ବର : ଆସନ୍ତାକାଲି ଶିମିଳିପାଳ ଆସିବ କେନ୍ଦ୍ରୀୟ ଟିମ୍ । ଶିମିଳିପାଳ ବନାଞ୍ଚଳର ବିଭିନ୍ନ ସ୍ଥାନ ଜଳୁଥିବା ବେଳେ ଅନୁଧ୍ୟାନ ଲାଗି ଆସନ୍ତାକାଲି ପହଞ୍ଚିବ କେନ୍ଦ୍ରୀୟ ଟିମ୍ । ଓଡ଼ିଶାର ବିଜେପି ସାଂସଦଙ୍କୁ ଏହି ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ଏନେଇ ଆଜି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ସେ କହିଛନ୍ତି ଯେ, ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ରୀୟ ବିଶେଷଜ୍ଞ କମିଟି ଓଡିଶାକୁ ଆସିବ ଓ ବୈଷୟିକ ପରାମର୍ଶ ଦେବ । ଜଙ୍ଗଲ ନିଆଁ ପରିଚାଳନା ପାଇଁ ରାଜ୍ୟ ବନ ବିଭାଗକୁ ସାହାର୍ଯ୍ୟ କରିବ ଟିମ୍ । ଅଗ୍ନିକାଣ୍ଡ ରୋକିବା ପାଇଁ ପରାମର୍ଶ ସହ ସାହାର୍ଯ୍ୟ କରିବ ଟିମ୍ । ସେଠାରେ ପୂର୍ବରୁ ମୁତୟନ ଥିବା କର୍ମଚାରୀଙ୍କ ସହ କାର୍ଯ୍ୟ କରିବ ।’

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଆଜି ରାଜ୍ୟ ବିଜେପି ୯ ଜଣ ସାଂସଦ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ଶିମିଳିପାଳରେ ଲାଗିଥିବା ନିଆଁ ସଂପର୍କରେ ଅବଗତ କରିଥିଲେ । ତୁରନ୍ତ ଘଟଣାସ୍ଥଳକୁ କେନ୍ଦ୍ରୀୟ ଟିମ୍ ପଠାଇବାକୁ ଅନୁରୋଧ କରିଥିଲେ । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ଶିମିଳିପାଳ ଆସିବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିବା କହିଛନ୍ତି ମୟୂରଭଂଜ ସାଂସଦ ବିଶେଶ୍ୱର ଟୁଡୁ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର