ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ‘ସ୍ମାର୍ଟ କାର୍ଡ’ ସହାୟତାରେ ହେଲା କର୍କଟ ରୋଗୀଙ୍କ ଅପରେସନ୍: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପରିବାର ଲୋକେ

The Sakala Picture
Published On

କଣ୍ଟାବାଞ୍ଜି : ଶାହା ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ। ସ୍ମାର୍ଟ କାର୍ଡ ଜରିଆରେ ମାଗଣା ଚିକିତ୍ସା ସୁବିଧା ପାଇ ନୂଆ ଜୀବନ ପାଇଲେ  ବଲାଙ୍ଗୀର ଜିଲ୍ଲାର ଧନପତି ବେହେରା । ମାଗଣା ଚିକିତ୍ସା ସୁବିଧା ପାଇବା ପରେ ସର୍ବପ୍ରଥମେ ହସ୍ପିଟାଲରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧନପତି ଓ ତାଙ୍କ ପରିବାର ଲୋକେ । ସୂଚନାଯୋଗ୍ୟ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ଅନ୍ତର୍ଗତ ଫଟାମୁଣ୍ଡା ଗାଁର ଧନପତି ବେହେରା । ଧନପତି କର୍କଟ […]

କଣ୍ଟାବାଞ୍ଜି : ଶାହା ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ। ସ୍ମାର୍ଟ କାର୍ଡ ଜରିଆରେ ମାଗଣା ଚିକିତ୍ସା ସୁବିଧା ପାଇ ନୂଆ ଜୀବନ ପାଇଲେ  ବଲାଙ୍ଗୀର ଜିଲ୍ଲାର ଧନପତି ବେହେରା । ମାଗଣା ଚିକିତ୍ସା ସୁବିଧା ପାଇବା ପରେ ସର୍ବପ୍ରଥମେ ହସ୍ପିଟାଲରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧନପତି ଓ ତାଙ୍କ ପରିବାର ଲୋକେ ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସୂଚନାଯୋଗ୍ୟ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ଅନ୍ତର୍ଗତ ଫଟାମୁଣ୍ଡା ଗାଁର ଧନପତି ବେହେରା । ଧନପତି କର୍କଟ ରୋଗରେ ପୀଡ଼ିତ ହୋଇଥିଲେ । ରୋଗ ଜଣାପଡିବା ପରେ ଗରିବ ଧନପତିଙ୍କ କେମିତି ଚିକିତ୍ସା କରାଯିବ ଟଙ୍କା କେଉଁଠୁ ଆସିବ ସେନେଇ ପୂରା ପରିବାର ଚିନ୍ତାରେ ଥିଲେ । ପୂବରୁ ମଧ୍ୟ ଚିକିତ୍ସା ପାଇଁ ବହୁ ଟଙ୍କା ଖର୍ଚ୍ଚ କରିଥିଲେ କିନ୍ତୁ ତାଙ୍କ ଅସ୍ତ୍ରୋପଚାର ପାଇଁ ଘରେ ଟଙ୍କା ନଥିଲା । ସେନେଇ ଅସ୍ତ୍ରୋପଚାର ନହୋଇ ପାରିବାରୁ ଧନପତିଙ୍କ ଦେହ ଅଧିକରୁ ଅଧିକ ଖରାପ ହେବାରେ ଲାଗିଥିଲା। ହେଲେ ଗତ ୨୨ତାରିଖ ଦିନ ଧନପତି ବିଜୁ ସ୍ମାର୍ଟ କାର୍ଡ ପାଇବା ପରେ ସେ ବିଶାଖାପାଟଣାର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଦେଖାଇ ତାଙ୍କର ମାଗଣାରେ ଅସ୍ତ୍ରୋପଚାର ହୋଇଥିଲା । ତେବେ ଜିଲ୍ଲାର ପ୍ରଥମ ବ୍ୟକ୍ତି ଧନପତି ରାଜ୍ୟ ସରକାରଙ୍କ ଏହି ଯୋଜନାରୁ ଉପକୃତ ହୋଇ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚିକିତ୍ସିତ ଧନପତି ଓ ତାଙ୍କ ପରିବାର ଲୋକେ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ବିଶାଖାପାଟଣାର ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହେବାପରେ ଧନପତି ବେହେରାଙ୍କ ସହ ମେଡିକାଲକୁ ଯାଇଥିବା ତାଙ୍କ ସମ୍ପର୍କୀୟ ଭାଇ ପଞ୍ଚୁ ବେହେରା ଡାକ୍ତରଖାନରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷ ସହ ଆଲୋଚନା କରିଥିଲେ । ଏହା ପରେ ସରକାରଙ୍କ ତରଫରୁ ଥିବା ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ଦେଇଥିଲେ । ଏହି କାର୍ଡ ମାଧ୍ୟମରେ ଧନପତିଙ୍କର ୧ଲକ୍ଷ ୬ ହଜାର ଟଙ୍କା ଅପରେସନ ପାଇଁ ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ । ତେବେ କାର୍ଡ ସ୍ୱାପ କରି ଧନପତି ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପାଇଛନ୍ତି । ଏଥି ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର  ସ୍ମାର୍ଟ କାର୍ଡ ଦ୍ୱାରା ଧନପତି ବେହେରା ବଲାଙ୍ଗୀର ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବେ ମାଗଣାରେ ଚିକିତ୍ସା ପାଇଥିବା ନେଇ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ପୂର୍ବରୁ ବଲାଙ୍ଗୀର ଜିଲ୍ଲାକୁ ପଛୁଆ, ଅନୁନ୍ନତ ଓ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ବଲାଙ୍ଗୀର ଚିତ୍ର ବଦଳିଛି । ପୂର୍ବରୁ ଜିଲ୍ଲାର ଗରିବ ଶ୍ରେଣୀର ଲୋକମାନେ ଚିକିତ୍ସା ପାଇଁ ଜମି ଓ ସୁନା ଗହଣା ବନ୍ଧା ପକାଇ ବେସରକାରୀ ହସ୍ପିଟାଲରେ ଚିକିତ୍ସା କରୁଥିଲେ । କେମିତି ଗରିବ ଲୋକେ ମାଗଣାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ଥିଲା । ଓଡ଼ିଶାର ଅସହାୟ ଗରିବ ନିଷ୍ପେସିତ ପରିବାର ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇବା ନେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ଯୋଗାଇ ଦେଲେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ବଲାଙ୍ଗୀର ଜିଲ୍ଲାର ୪ଲକ୍ଷ, ୫୨ହଜାର ପରିବାରର ହିତାଧିକାରୀମାନେ ସ୍ମାର୍ଟ କାର୍ଡ ପାଇଛନ୍ତି ।

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର