ଗୋପାଳପୁର ଠାରୁ ୧୧୦ କିମି ଦୂରରେ ବାତ୍ୟା ‘ଗୁଲାବ’, ଗଞ୍ଜାମ ଓ ଗଜପତିରେ ପଡ଼ିପାରେ ଅଧିକ ପ୍ରଭାବ
ଭୁବନେଶ୍ବର : ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ସ୍ଥଳଭାଗ ଆଡକୁ ମାଡିଆସୁଛି । ପ୍ରାୟ ୫ ଘଂଟା ହେଲା ୧୭ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବାତ୍ୟା ଗୁଲାବ ଗୋପାଳପୁର ଠାରୁ ୧୧୦ କିମି ଦୂରରେ ରହିଥିବା ବେଳେ କଳିଙ୍ଗପଟନମ ଠାରୁ ପୂର୍ବ-ଉତ୍ତର ପୂର୍ବରେ ୧୩୦ କିମି ଦୂରରେ ରହିଛି । ଏହା କ୍ରମଶଃ ପଶ୍ଚିମ ଦିଗରେ ଗତି କରି ବିଳମ୍ବିତ ରାତିରେ କଳିଙ୍ଗପଟନମର ଓ […]
ଭୁବନେଶ୍ବର : ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ସ୍ଥଳଭାଗ ଆଡକୁ ମାଡିଆସୁଛି । ପ୍ରାୟ ୫ ଘଂଟା ହେଲା ୧୭ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବାତ୍ୟା ଗୁଲାବ ଗୋପାଳପୁର ଠାରୁ ୧୧୦ କିମି ଦୂରରେ ରହିଥିବା ବେଳେ କଳିଙ୍ଗପଟନମ ଠାରୁ ପୂର୍ବ-ଉତ୍ତର ପୂର୍ବରେ ୧୩୦ କିମି ଦୂରରେ ରହିଛି । ଏହା କ୍ରମଶଃ ପଶ୍ଚିମ ଦିଗରେ ଗତି କରି ବିଳମ୍ବିତ ରାତିରେ କଳିଙ୍ଗପଟନମର ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ବାତ୍ୟା ’ଗୁଲାବ’ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ରହିବ । ଝଟକା ପବନର ଘଣ୍ଟାପ୍ରତି ବେଗ ୯୫ କିଲୋମିଟର ରହିପାରେ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସନ୍ଧ୍ୟା ପରେ ଆରମ୍ଭ ହେବ ।
ସାମୁଦ୍ରିକ ଝଡ #ଗୁଲାବ ର #ଆଖି #ସୌଜନ୍ୟ: ବିଶାଖାପାଟନମ ରାଡ଼ାର pic.twitter.com/VAl5Vfjebd
ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା— Meteorological Centre, Bhubaneswar (@mcbbsr) September 26, 2021
ଏହି ବାତ୍ୟା ଯୋଗୁ ଓଡ଼ିଶାରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଏହାର ପ୍ରଭାବରେ ଗଞ୍ଜାମ ଉପକୂଳରେ ସମୁଦ୍ରରେ ବଡ଼ ବଡ଼ ଢ଼େଉ ଆସିପାରେ । ଏନେଇ ମଧ୍ୟ ସତର୍କତା ଜାରି କରାଯିବା ସହ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି। ଗୋପାଳପୁର ବନ୍ଦରରେ ୭ ନମ୍ବର ବିପଦ ସଂକେତ ଦିଆଯାଇଛି । ପୁରୀ ବନ୍ଦରରେ ୬ ନମ୍ବର ବିପଦ ସଂକେତ ଦିଆ ଯାଇଥିବା ବେଳେ ପାରାଦୀପ ଓ ଧାମରାରେ ୩ ନମ୍ବର ବିପଦ ସଂକେତ ରହିଛି ।
GULAB IS LIKELY TO MOVE NEARLY WESTWARDS AND CROSS NORTH ANDHRA PRADESH-SOUTH ODISHA COASTS BETWEEN KALINGAPATNAM & GOPALPUR, AS A CYCLONIC STORM BY MID-NIGHT OF TODAY, THE 26TH SEPTEMBER, 2021.THE LANDFALL PROCESS WILL COMMENCE FROM EVENING OF TODAY. pic.twitter.com/hBLjnbfyk7
— Meteorological Centre, Bhubaneswar (@mcbbsr) September 26, 2021
ବାତ୍ୟା ନେଇ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗତ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି । ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି।
THE CYCLONIC STORM ‘GULAB’ CENTRED AT 1430 HRS IST OF 26TH SEP, 2021 NEAR 18.4°N/85.3°E, ABOUT 130 KM EAST-NORTHEAST OF KALINGAPATTNUM, 110 KM EAST-SOUTHEAST OF GOPLAPUR. ROSS BETWEEN KALINGAPATNAM & GOPALPUR, WITH WIND SPEED OF 75-85 GUSTING TO 95 KMPH, BY MID-NIGHT OF 26th.
— India Meteorological Department (@Indiametdept) September 26, 2021
ଅନ୍ୟପଟେ ଏସଆରସିଙ୍କ ଆକଳନ ଅନୁଯାୟୀ, ବାତ୍ୟା ପୂର୍ବରୁ ଓ ପରେ ମୁଖ୍ୟତଃ ୩ ପ୍ରକାର ସମସ୍ୟା ହେବାର ସମ୍ଭାବନା ରହିଛି। ପବନ, ଭୂସ୍ଖଳନ ଓ ବନ୍ୟା ହେବାର ସମ୍ଭାବନା ରହିଛି । ପବନ ଯୋଗୁଁ ଅଧିକ କ୍ଷୟକ୍ଷତି ହେବ । ଗଛ ଓ ଖୁଣ୍ଟି ଉପୁଡିପାରେ । ଗଜପତି, ରାୟଗଡା, କୋରାପୁଟରେ ଲ୍ୟାଣ୍ଡ ସ୍ଲାଇଡ୍ ହେବାର ସମ୍ଭାବନା ରହିଛି। ନାଗାବଳି, ଋଷିକୂଲ୍ୟା ଓ ବଂଶଧାରାରେ ବନ୍ୟା ପାଣି ଆସିପାରେ । ଫ୍ଲାସ୍ ଫ୍ଲଡ୍ ଆସିପାରେ। ଏଥିପାଇଁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।
#CyclonicStorm #Gulab moving clouds in outer band area as seen from #Gopalpur #Odisha #CycloneGulab #StormHour pic.twitter.com/b9iUtwhlBT

ଆଜି ସଂଧ୍ୟାରୁ ଆସନ୍ତା କାଲି ୯ଟା ଯାଏଁ କେହି ବାହାରକୁ ଯାଅନ୍ତୁ ନାହିଁ । କଚ୍ଚା ଘରେ ଥିଲେ ପକ୍କା ଘରକୁ ଯାଅନ୍ତୁ । ପାହାଡିଆ ଅଞ୍ଚଳରେ ନଦୀ, ନାଳରେ ପାଣି ଫସିବାର ସମ୍ଭାବନା ଅଛି । ତେଣୁ ପାଣି ଥିବା ବେଳେ କେହି ପ୍ରବେଶ କରନ୍ତୁ ନାହିଁ । ଯାତାୟତ କରନ୍ତୁ ନାହିଁ ବୋଲି କହିଛନ୍ତି ଏସଆରସିଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।