ଏମ୍‌ସ ପରିସର ଜରୁରୀକାଳୀନ ଔଷଧ ଦୋକାନରେ ତାଲା, ରାତି ଅଧରେ ବାହାରକୁ ଦୌଡୁଛନ୍ତି ସମ୍ପର୍କୀୟ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ଵର ଏମ୍‌ସ ଭିତରେ ଜରୁରୀକାଳୀନ ପରିସ୍ଥିତି ପାଇଁ ଥିବା ଔଷଧ ଦୋକାନ ଦୁଇ ସପ୍ତାହ ହେଲା ବନ୍ଦ ହୋଇଯାଇଛି। ଫଳରେ ଅସ୍ତ୍ରୋପଚାର ହେଉ ଅବା ଅନ୍ୟ ଜରୁରୀ ସମୟରେ ରୋଗୀ ସମ୍ପର୍କୀୟ ଔଷଧ କିଣିବା ପାଇଁ ଡ଼ାକ୍ତରଖାନା ବାହାରେ ଥିବା ଘରୋଇ ଔଷଧ ଦୋକାନକୁ ଦୌଡ଼ି ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଏମ୍ସ ପ୍ରତିଷ୍ଠା ହେବା ପରଠାରୁ ଏହାର ଅସ୍ତ୍ରୋପଚାର ଗୃହ ନିକଟରେ ଏକ ଔଷଧ ଦୋକାନ ଖୋଲା ଯାଇଥିଲା । […]

ଭୁବନେଶ୍ୱର: ଭୁବନେଶ୍ଵର ଏମ୍‌ସ ଭିତରେ ଜରୁରୀକାଳୀନ ପରିସ୍ଥିତି ପାଇଁ ଥିବା ଔଷଧ ଦୋକାନ ଦୁଇ ସପ୍ତାହ ହେଲା ବନ୍ଦ ହୋଇଯାଇଛି। ଫଳରେ ଅସ୍ତ୍ରୋପଚାର ହେଉ ଅବା ଅନ୍ୟ ଜରୁରୀ ସମୟରେ ରୋଗୀ ସମ୍ପର୍କୀୟ ଔଷଧ କିଣିବା ପାଇଁ ଡ଼ାକ୍ତରଖାନା ବାହାରେ ଥିବା ଘରୋଇ ଔଷଧ ଦୋକାନକୁ ଦୌଡ଼ି ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଏମ୍ସ ପ୍ରତିଷ୍ଠା ହେବା ପରଠାରୁ ଏହାର ଅସ୍ତ୍ରୋପଚାର ଗୃହ ନିକଟରେ ଏକ ଔଷଧ ଦୋକାନ ଖୋଲା ଯାଇଥିଲା । ଅସ୍ତ୍ରୋପଚାର ଗୃହରେ ଥିବା ରୋଗୀ ଅବା ଆଡମିଟ୍ ହୋଇଥିବା ରୋଗୀ ତୁରନ୍ତ ଔଷଧ ପାଇବାକୁ ସମର୍ଥ ହେଉଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଠାରେ ଔଷଧ ଉପରେ ୬୩.୫ ପ୍ରତିଶତ ରିହାତି ମିଳିଥାଏ। ସ୍ଵଳ୍ପ ମୂଲ୍ୟରେ ଏବଂ ତୁରନ୍ତ ରୋଗୀଙ୍କୁ ଔଷଧ ଯୋଗାଇବା ପାଇଁ ସରକାର ଏହି କାଉଣ୍ଟର ଖୋଲିଥିଲେ। ୧୫ ଦିନ ହେଲା ଏହି ଦୋକାନ ବନ୍ଦ ହୋଇଯାଇଛି। ଫଳରେ କ୍ୟାମ୍ପସ୍ ପରିସରରେ ଥିବା ଆଉ ଏକ ଔଷଧ ଦୋକାନ ‘ଅମୃତ’ ଆଗରେ ଶହ ଶହ ରୋଗୀ ସମ୍ପର୍କୀୟଧାଡ଼ିରେ ଦୀର୍ଘ ସମୟ ଛିଡ଼ା ହେବା ପରେ ଯାଇ ଔଷଧ ପାଉଛନ୍ତି। ଅନେକ ସମୟରେ ରୋଗୀମାନେ ନିଜେ ଘଣ୍ଟା ଘଣ୍ଟା ଖରା ବର୍ଷରେ ଧାଡ଼ିରେ ଛିଡ଼ା ହେବାକୁ ବାଧ୍ୟ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଏତେ ଝାମେଲାରେ ପଡ଼ିବା ଅପେକ୍ଷା ବାହାରେ ଥିବା ଘରୋଇ ଔଷଧ ଦୋକାନରୁ ଚଢ଼ା ଦରରେ ଔଷଧ କିଣିବା ସାର ହେଉଛି। ରାତି ଅଧରେ ଦରକାର  ପଡ଼ିଲେ ବାହାରକୁ ଧାଉଁଛନ୍ତି। ଏପରିକି ଗଜ୍ କପଡ଼ା, ସିରିଞ୍ଜ ଭଳି ସାମଗ୍ରୀ ଆଦି ମାଗଣାରେ ଯୋଗାଣ ନିୟମ ଥିବା ସତ୍ତ୍ବେ ଅନେକ ସମୟରେ ରୋଗୀ ସମ୍ପର୍କୀୟ ବାହାରେ ଥିବା ଦୋକାନରୁ କିଣିବା ପାଇଁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଜଣା ପଡ଼ିଛି ଯେ ଟେଣ୍ଡର ଅବଧି ଶେଷ ହୋଇଯିବାରୁ ଅସ୍ତ୍ରୋପଚାର ଗୃହ ନିକଟରେ ଥିବା ଔଷଧ ଦୋକାନ ବନ୍ଦ ହୋଇଯାଇଛି। କିନ୍ତୁ ଅବଧି ଶେଷ ହେବା ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରି କାହାକୁ ଦାୟିତ୍ବ ଦେବା ପାଇଁ ଏମ୍‌ସ କର୍ତ୍ତୃପକ୍ଷ ଉଚିତ ମଣିଲେ ନାହିଁ ।ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଏମ୍‌ସ ସ୍ବାସ୍ଥ୍ୟ ସେବାକୁ ଏହା ଗୁରୁତର ଭାବେ ପ୍ରଭାବିତ କରୁଛି। ଏହାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର