ଗଭୀର ଅବପାତର ରୂପ ନେଲା ବାତ୍ୟା ଗୁଲାବ : ଭିଏତନାମରୁ ଓଡ଼ିଶା ମୁହାଁଉଛି ‘ଡିଆଁମୁ’

The Sakala Picture
Published On

ନୂଆଦିଲ୍ଲୀ: ସ୍ଥଳଭାଗ ମୁହାଁ ବାତ୍ୟା ଗୁଲାବ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ସାମୂଦ୍ରିକ ଝଡ ବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବର୍ତ୍ତମାନ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଗତିକରୁଛି । ଗୋପାଳପୁର ଠାରୁ ୫୮୦ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବରେ ରହିଛି । କଳିଙ୍ଗପାଟଣମ୍ ଠାରୁ ୬୬୦ କିଲୋମିଟର ପୂର୍ବରେ […]

ନୂଆଦିଲ୍ଲୀ: ସ୍ଥଳଭାଗ ମୁହାଁ ବାତ୍ୟା ଗୁଲାବ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ସାମୂଦ୍ରିକ ଝଡ ବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବର୍ତ୍ତମାନ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଗତିକରୁଛି । ଗୋପାଳପୁର ଠାରୁ ୫୮୦ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବରେ ରହିଛି । କଳିଙ୍ଗପାଟଣମ୍ ଠାରୁ ୬୬୦ କିଲୋମିଟର ପୂର୍ବରେ ରହିଛି । ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ କାଲିଠୁ ବଢିବ ବର୍ଷାର ପରିମାଣ । ଘଣ୍ଟାପ୍ରତି ୭୦ ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିବ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପୁଣି କରୋନା ଛନକା: ଗଞ୍ଜାମରେ ଚିହ୍ନଟ ହେଲେ ନୂଆ କୋଭିଡ-୧୯ ଆକ୍ରାନ୍ତ !

ବାତ୍ୟା ଉପରେ ସ୍ୱତନ୍ତ୍ର ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ । କାଲି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଅତିକ୍ରମ କରିବ । ବିଶାଖାପାଟଣା, ଗୋପାଳପୁର ଏବଂ କଳିଙ୍ଗପାଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା । ଏନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଗଜପତି ଜିଲ୍ଲାରେ ଶନିବାର ଓ ରବିବାର ସରକାରୀ ଛୁଟିକୁ ବାତିଲ କରିବା ସହ ଯେକୌଣସି ଜରୁରୀକାଳୀନ ସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଦରମହକୁମା ନ ଛାଡ଼ିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲାପାଳ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

ସେପଟେ ଭିଏତନାମ ଉପକୂଳରେ ଗୁରୁବାର ତାଣ୍ଡବ ରଚିଥିବା ସାମୁଦ୍ରିକ ବାତ୍ୟା ଡିଆଁମୁ ସେପ୍ଟେମ୍ବର ୨୬ ତାରିଖ ଦିନ ସାଇକ୍ଲୋନିକ ସର୍କୁଲେସନ ଭାବେ ଉତ୍ତର-ପୂର୍ବ ଓ ସଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ପହଞ୍ଚିବ ବୋଲି ସ୍କାଏମେଟ୍ ୱେଦର ଆକଳନ କରିଛନ୍ତି । ଯାହା ଏକ ଲଘୁଚାପରେ ପରିଣତ ହେବା ସହ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟର ପାଗକୁ ପ୍ରଭାବିତ କରିପାରେ। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଦିଲ୍ଲୀ ଓ ରାଜସ୍ଥାନରେ ସେପ୍ଟେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଗକୁ ପ୍ରଭାବିତ କରିବ ବୋଲି ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ ଯୁବବର୍ଗ ତଥା Gen Z ଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

25 Sep 2021 By The Sakala

ଗଭୀର ଅବପାତର ରୂପ ନେଲା ବାତ୍ୟା ଗୁଲାବ : ଭିଏତନାମରୁ ଓଡ଼ିଶା ମୁହାଁଉଛି ‘ଡିଆଁମୁ’

ନୂଆଦିଲ୍ଲୀ: ସ୍ଥଳଭାଗ ମୁହାଁ ବାତ୍ୟା ଗୁଲାବ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ସାମୂଦ୍ରିକ ଝଡ ବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବର୍ତ୍ତମାନ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଗତିକରୁଛି । ଗୋପାଳପୁର ଠାରୁ ୫୮୦ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବରେ ରହିଛି । କଳିଙ୍ଗପାଟଣମ୍ ଠାରୁ ୬୬୦ କିଲୋମିଟର ପୂର୍ବରେ ରହିଛି । ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ କାଲିଠୁ ବଢିବ ବର୍ଷାର ପରିମାଣ । ଘଣ୍ଟାପ୍ରତି ୭୦ ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିବ ।

ବାତ୍ୟା ଉପରେ ସ୍ୱତନ୍ତ୍ର ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ । କାଲି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଅତିକ୍ରମ କରିବ । ବିଶାଖାପାଟଣା, ଗୋପାଳପୁର ଏବଂ କଳିଙ୍ଗପାଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା । ଏନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଗଜପତି ଜିଲ୍ଲାରେ ଶନିବାର ଓ ରବିବାର ସରକାରୀ ଛୁଟିକୁ ବାତିଲ କରିବା ସହ ଯେକୌଣସି ଜରୁରୀକାଳୀନ ସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଦରମହକୁମା ନ ଛାଡ଼ିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲାପାଳ।

ସେପଟେ ଭିଏତନାମ ଉପକୂଳରେ ଗୁରୁବାର ତାଣ୍ଡବ ରଚିଥିବା ସାମୁଦ୍ରିକ ବାତ୍ୟା ଡିଆଁମୁ ସେପ୍ଟେମ୍ବର ୨୬ ତାରିଖ ଦିନ ସାଇକ୍ଲୋନିକ ସର୍କୁଲେସନ ଭାବେ ଉତ୍ତର-ପୂର୍ବ ଓ ସଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ପହଞ୍ଚିବ ବୋଲି ସ୍କାଏମେଟ୍ ୱେଦର ଆକଳନ କରିଛନ୍ତି । ଯାହା ଏକ ଲଘୁଚାପରେ ପରିଣତ ହେବା ସହ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟର ପାଗକୁ ପ୍ରଭାବିତ କରିପାରେ। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଦିଲ୍ଲୀ ଓ ରାଜସ୍ଥାନରେ ସେପ୍ଟେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଗକୁ ପ୍ରଭାବିତ କରିବ ବୋଲି ଆକଳନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର