ବିଜେପି ଛାଡ଼ି ବିଜେଡିରେ ମିଶିଲେ ଧର୍ମଶାଳାର ୧୨ ନେତା
ଭୁବନେଶ୍ୱର: ଯୁବ ବିଡେଜିର ମିଶ୍ରଣ ପର୍ବ । ଯୁବ ବିଜେଡି କାର୍ଯ୍ଯାଳୟରେ ଆଜି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେପି ଛାଡ଼ି ଯାଜପୁର ଧର୍ମଶାଳା ବିଜେପିର ୧୨ ଜଣ ବିଜେଡିରେ ଯୋଗ ଦେଇଛନ୍ତି। ଆଜିର ମିଶ୍ରଣ ପର୍ବରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ, ଦଳର ମୁଖପାତ୍ର ପ୍ରତାପ ଦେବ, କୋରେଇ ବିଧାୟକ ଅଶୋକ ବଳ ଉପସ୍ଥିତ ଥିଲେ । ୨୦୧୯ରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା […]
ଭୁବନେଶ୍ୱର: ଯୁବ ବିଡେଜିର ମିଶ୍ରଣ ପର୍ବ । ଯୁବ ବିଜେଡି କାର୍ଯ୍ଯାଳୟରେ ଆଜି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେପି ଛାଡ଼ି ଯାଜପୁର ଧର୍ମଶାଳା ବିଜେପିର ୧୨ ଜଣ ବିଜେଡିରେ ଯୋଗ ଦେଇଛନ୍ତି। ଆଜିର ମିଶ୍ରଣ ପର୍ବରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ, ଦଳର ମୁଖପାତ୍ର ପ୍ରତାପ ଦେବ, କୋରେଇ ବିଧାୟକ ଅଶୋକ ବଳ ଉପସ୍ଥିତ ଥିଲେ ।
ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
୨୦୧୯ରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ପରିଡ଼ା ବିଜେଡିରେ ମିଶିଛନ୍ତି । ରମେଶଙ୍କ ସମେତ ବିଜେପି ଛାଡ଼ିଥିବା ଅନ୍ୟ ୧୧ ଜଣ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ଚୈତନ୍ୟ ସାମଲ, ମହେନ୍ଦ୍ର ପଣ୍ଡା, ବିଜୟ କୁମାର ନାୟକ, ନିରଞ୍ଜନ ବେହେରା, ଅଶୋକ କୁମାର ସାହୁ, ଆଶିଷ କୁମାର ବଳ, ବିଭୁ ପ୍ରସାଦ ଦାସ, ରମେଶ ଚନ୍ଦ୍ର ବେହେରା, ମାନସ ମହାନ୍ତି ଓ ପ୍ରଭଞ୍ଜନ ମହାନ୍ତି ବିଜେଡିରେ ମିଶିଛନ୍ତି ।






