ଗ୍ୟାସ ବୋଝେଇ ଟ୍ୟାଙ୍କର ସହ ବାଇକ ଦୁର୍ଘଟଣାଗ୍ରସ୍ତ

The Sakala Picture
Published On

ଯାଜପୁର: ଚଣ୍ଡଖୋଲ କଡ଼େଇ ଛକ ନିକଟରେ ଗ୍ୟାସ ବୋଝେଇ ଟ୍ୟାଙ୍କର ଓ ବାଇକ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଭାରତ ପେଟ୍ରୋଲିୟମର ଗ୍ୟାସ ଟ୍ୟାଙ୍କର ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଏକ ବାଇକ ସହ ଧକ୍କା ହୋଇଛି । ଦୁର୍ଘଟଣା ପରେ ବାଇକଟି ଟ୍ୟାଙ୍କର ତଳେ ପଶିଯିବା ଫଳରେ ଗ୍ୟାସ ଗାଡ଼ିର ଟାୟାର ଫାଟି ଯାଇଥିଲା । ଫଳରେ ବାଇକରେ ଥିବା ଦୁଇ ଆରୋହୀଙ୍କୁ ଗୁରୁତର […]

ଯାଜପୁର: ଚଣ୍ଡଖୋଲ କଡ଼େଇ ଛକ ନିକଟରେ ଗ୍ୟାସ ବୋଝେଇ ଟ୍ୟାଙ୍କର ଓ ବାଇକ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଭାରତ ପେଟ୍ରୋଲିୟମର ଗ୍ୟାସ ଟ୍ୟାଙ୍କର ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଏକ ବାଇକ ସହ ଧକ୍କା ହୋଇଛି । ଦୁର୍ଘଟଣା ପରେ ବାଇକଟି ଟ୍ୟାଙ୍କର ତଳେ ପଶିଯିବା ଫଳରେ ଗ୍ୟାସ ଗାଡ଼ିର ଟାୟାର ଫାଟି ଯାଇଥିଲା । ଫଳରେ ବାଇକରେ ଥିବା ଦୁଇ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

ଦୁର୍ଘଟଣା ପରେ ଗ୍ୟାସ ଗାଡ଼ିରୁ ଗ୍ୟାସ ଲିକ ହେବାରେ ଲାଗିଥିଲା । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି ଗ୍ୟାସକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି । ଜାତୀୟ ରାଜପଥରେ ଗୋଟିଏ ଲେନରେ ଗାଡି ଯିବା ଆସିବା କରୁଥିବାବେଳେ ଅନ୍ୟ ପଟ ଲେନ କୁ ବନ୍ଦ ରଖାଯାଇଛି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

17 Sep 2021 By The Sakala

ଗ୍ୟାସ ବୋଝେଇ ଟ୍ୟାଙ୍କର ସହ ବାଇକ ଦୁର୍ଘଟଣାଗ୍ରସ୍ତ

ଯାଜପୁର: ଚଣ୍ଡଖୋଲ କଡ଼େଇ ଛକ ନିକଟରେ ଗ୍ୟାସ ବୋଝେଇ ଟ୍ୟାଙ୍କର ଓ ବାଇକ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଭାରତ ପେଟ୍ରୋଲିୟମର ଗ୍ୟାସ ଟ୍ୟାଙ୍କର ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଏକ ବାଇକ ସହ ଧକ୍କା ହୋଇଛି । ଦୁର୍ଘଟଣା ପରେ ବାଇକଟି ଟ୍ୟାଙ୍କର ତଳେ ପଶିଯିବା ଫଳରେ ଗ୍ୟାସ ଗାଡ଼ିର ଟାୟାର ଫାଟି ଯାଇଥିଲା । ଫଳରେ ବାଇକରେ ଥିବା ଦୁଇ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ପରେ ଗ୍ୟାସ ଗାଡ଼ିରୁ ଗ୍ୟାସ ଲିକ ହେବାରେ ଲାଗିଥିଲା । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି ଗ୍ୟାସକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି । ଜାତୀୟ ରାଜପଥରେ ଗୋଟିଏ ଲେନରେ ଗାଡି ଯିବା ଆସିବା କରୁଥିବାବେଳେ ଅନ୍ୟ ପଟ ଲେନ କୁ ବନ୍ଦ ରଖାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର