ପାଖଉଛି ଶିବରାତ୍ରି, ବଢୁଛି ବିବାଦ

The Sakala Picture
Published On

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଖେଇ ଆସୁଥିବା ବେଳେ ବିଭିନ୍ନ ନିଯୋଗ ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ବିଶେଷ ବଡ଼ୁ ନିଯୋଗମାନଙ୍କର ବକେୟା ଥିବା ଶ୍ରାବଣୀ ପ୍ରାପ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନ ଥିବାରୁ ବଡ଼ୁ ନିଯୋଗ ପକ୍ଷରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ପ୍ରାପ୍ୟ ପ୍ରଦାନ କରା ନ ଗଲେ ମହାଶିବରାତ୍ରିରେ ସେମାନେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଶ୍ରାବଣୀ ପ୍ରାପ୍ୟ ବାବଦ ଅର୍ଥ ଦେବା […]

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଖେଇ ଆସୁଥିବା ବେଳେ ବିଭିନ୍ନ ନିଯୋଗ ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ବିଶେଷ ବଡ଼ୁ ନିଯୋଗମାନଙ୍କର ବକେୟା ଥିବା ଶ୍ରାବଣୀ ପ୍ରାପ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନ ଥିବାରୁ ବଡ଼ୁ ନିଯୋଗ ପକ୍ଷରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ପ୍ରାପ୍ୟ ପ୍ରଦାନ କରା ନ ଗଲେ ମହାଶିବରାତ୍ରିରେ ସେମାନେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଶ୍ରାବଣୀ ପ୍ରାପ୍ୟ ବାବଦ ଅର୍ଥ ଦେବା ପାଇଁ ବଡ଼ୁ ନିଯୋଗ ପକ୍ଷରୁ ବାରମ୍ବାର ମନ୍ଦିର ପ୍ରଶାସନକୁ ଜଣାଯାଉଛି। ଏମିତି କି ଟ୍ରଷ୍ଟବୋର୍ଡ ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ଏହି ଘଟଣା ସମ୍ପର୍କେ ଦାବିପତ୍ର ଦିଆଯାଇଛି। କିନ୍ତୁ ବକେୟା ପ୍ରାପ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇ ନାହିଁ। ଯାହାକୁ ନେଇ ବଡ଼ୁ ନିଯୋଗ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। ସେହିପରି ବ୍ରାହ୍ମଣ ନିଯୋଗ ମଧ୍ୟ ନିଜ ନିଜର ଅସନ୍ତୋଷ ଜାହିର କରିଛି। ନିଯୋଗ ପକ୍ଷରୁ ଏନେଇ ସୋମବାର ଦେବୋତ୍ତର କମିସନରଙ୍କୁ ଏକ ଦାବିପତ୍ର ଦିଆଯାଇଥିବା ବେଳେ ଶ୍ରୀଲିଙ୍ଗରାଜଙ୍କ ଶୃଙ୍ଖଳିତ ନୀତିକାନ୍ତି ପାଳନ ନେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି। କପିଳେଶ୍ୱର ଶ୍ରୀଲିଙ୍ଗରାଜଙ୍କ ଭେଟଘାଟ ସମ୍ପର୍କରେ ବ୍ରାହ୍ମଣ ନିଯୋଗ ପକ୍ଷରୁ କୁହାଯାଇଥିଲା। ପ୍ରତିବର୍ଷ ଏହି ସମୟରେ ବିବାଦ ଦେଖାଯାଉଛି। ଏହାସହିତ ଠାକୁରଙ୍କ ହାଣ୍ଡିଭଙ୍ଗା ଯାତ୍ରା ମଧ୍ୟ ହୋଇପାରୁ ନାହିଁ। ଏ ବାବଦରେ କୋର୍ଟ ମଧ୍ୟ ନିର୍ଦ୍ଦେଶ ଜାରି କରି ମହାପ୍ରଭୁଙ୍କ ନିତିକାନ୍ତୀକୁ ଶୃଙ୍ଖଳିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ବିବାଦ ସମାଧାନ କରାଯାଉନାହିଁ। ତେଣୁ ଯଦି ଏ ବିବାଦ ସମାଧାନ ନ ହୁଏ ତେବେ ବ୍ରାହ୍ମଣ ନିଯୋଗ ପକ୍ଷରୁ ନୀତିରେ ଅସହଯୋଗ କରିବ ବୋଲି ଚେତାବନୀ ଦେଇଛି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ସେହିପରି ଭୋଗ ଲଗାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଥିଲେ ବି ପୂଜା ପଣ୍ଡା ସେବାୟତମାନେ ଏଥିରେ ନିରାଶ ହୋଇଛନ୍ତି। କାରଣ ମହାପ୍ରଭୁଙ୍କ ନିକଟରେ ଭୋଗ ଲଗାଇବା ପୂଜାପଣ୍ଡା ସେବାୟତଙ୍କର ଏକାଏକ ଅଧିକାର ବୋଲି ସେମାନେ ଦାବି କରୁଛନ୍ତି। କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ଗର୍ଭ ଗୃହରେ ଭୋଗ ଲଗା ଉପରେ ବିଏମ୍‍ସି ରୋକ୍‍ ଲଗାଇଛି। ଏହାସହିତ ମନ୍ଦିର ପରିସରରେ ଅନ୍ୟତ୍ର ଭୋଗଲଗାଇବା ପାଇଁ ମନ୍ଦିର ପ୍ରଶାସନ ଅନୁମତି ଦେଇଛି। ତେବେ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ କହିଛନ୍ତି ଯେ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି। ସେବାୟତମାନେ ସେମାନଙ୍କ ଦାବି ସମ୍ପର୍କରେ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର