ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ହେଉଥିଲା କି ତଥ୍ୟ ଲିକ ! ଗୁପ୍ତଚର ସନ୍ଦେହରେ ୪ ଜଣକୁ ଉଠାଇନେଲା ପୋଲିସ

The Sakala Picture
Published On

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୪ ଜଣ କର୍ମଚାରୀଙ୍କୁ ସୋମବାର ଦିନ ଚାନ୍ଦିପୁର ପୁଲିସ ଉଠାଇନେଇଛି। ଏହି ଠିକା ଶ୍ରମିକମାନେ ଅଗ୍ନି ଓ ପୃଥିବୀ, ଆକାଶ, ବ୍ରହ୍ମସ ପରି ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ପରୀକ୍ଷା ହେଉଥିବା ୩ ନମ୍ବର ଲଞ୍ଚପ୍ୟାଡରୁ ମୋବାଇଲ ସାହାଯ୍ୟରେ ବାରମ୍ବାର ଆଇଏସଡି କଲ୍ କରିବା ଏବଂ କଲ୍ ରିସିଭ୍ କରିବା ଭଳି ଘଟଣା କେନ୍ଦ୍ର ଗୁଇନ୍ଦା ବିଭାଗ ଜାଣିବା […]

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୪ ଜଣ କର୍ମଚାରୀଙ୍କୁ ସୋମବାର ଦିନ ଚାନ୍ଦିପୁର ପୁଲିସ ଉଠାଇନେଇଛି। ଏହି ଠିକା ଶ୍ରମିକମାନେ ଅଗ୍ନି ଓ ପୃଥିବୀ, ଆକାଶ, ବ୍ରହ୍ମସ ପରି ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ପରୀକ୍ଷା ହେଉଥିବା ୩ ନମ୍ବର ଲଞ୍ଚପ୍ୟାଡରୁ ମୋବାଇଲ ସାହାଯ୍ୟରେ ବାରମ୍ବାର ଆଇଏସଡି କଲ୍ କରିବା ଏବଂ କଲ୍ ରିସିଭ୍ କରିବା ଭଳି ଘଟଣା କେନ୍ଦ୍ର ଗୁଇନ୍ଦା ବିଭାଗ ଜାଣିବା ପରେ ପୁଲିସ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଇଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ତଥା ଭାରତ ବିରୋଧୀ ଆଇଏସଆଇ ପରି ସଂସ୍ଥାର ଏଜେଣ୍ଟ ମାନଙ୍କ ସହ ଏହି ଠିକା ଶ୍ରମିକ ମାନେ ଲିଙ୍କ ରଖି ଦେଶର ନିରାପତ୍ତା ସମ୍ବନ୍ଧୀୟ ତଥ୍ୟ ଯୋଗାଉଥିଲେ ବୋଲି ଗୁରୁତର ଅଭିଯୋଗ ରହିଥିବାରୁ ପୁଲିସ ତଦନ୍ତ ସମ୍ପର୍କରେ କୌଣସି ସୂଚନା ଦେବାକୁ ମନା କରିଦେଇଛି।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

ପ୍ରକାଶଯୋଗ୍ୟ,ଚାନ୍ଦିପୁରସ୍ଥିତ ୩ ନମ୍ବର ଲଞ୍ଚପ୍ୟାଡରେ ଦୀର୍ଘବର୍ଷ ଧରି ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ଫୋନକୁ ଗତ କିଛି ମାସ ମଧ୍ୟରେ ବାରମ୍ବାର ଆଇଏସଡି କଲ୍ ଯିବାଆସିବା କରିବା ଖବର ପ୍ରଥମେ କେନ୍ଦ୍ରିକ ଗୁଇନ୍ଦା ବିଭାଗର ନଜରକୁ ଆସିଥିଲା। ଏହି କଲ୍ ଗୁଡିକ ରାଜସ୍ଥାନ ବୋର୍ଡରରୁ ଆସିଥିବାର ଜଣାପଡିଛି। ଯେଉଁଠାରୁ କଲଗୁଡିକ ଆସିଛି ତାହା ପାକିସ୍ତାନ ସୀମାର ଅତି ନିକଟରେ ହୋଇଥିବାରୁ ଗୁଇନ୍ଦା ବିଭାଗର ନିଦ ହଜିଯାଇଥିଲା। ଗୁଇନ୍ଦା ବିଭାଗ ଏସମ୍ପର୍କରେ କେନ୍ଦ୍ର ନିରାପତ୍ତା ବିଭାଗକୁ ଅବଗତ କରିବା ସହ ସେହି ଫୋନର ଗତିବିଧି ଜାଣିବା ପାଇଁ ଟ୍ରାକ କରିଥିଲା। ଟ୍ରାକିଂ ସମୟରେ ଗୁଇନ୍ଦା ବିଭାଗକୁ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିଥିବାର ଜଣାପଡିଛି। ଏନେଇ ଗୁଇନ୍ଦା ବିଭାଗର ସୂଚନା ଆଧାରରେ ଓ ବାଲେଶ୍ଵର ଜିଲ୍ଲା ପୁଲିସ ମୁଖ୍ୟାଳୟ ର ନିର୍ଦ୍ଦେଶରେ ଗତକାଲି ସୋମବାର ଚାନ୍ଦିପୁର ଆଇଟିଆରରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୪ ଜଣକୁ ପୁଲିସ ଉଠାଇଆଣିଛି।ସେମାନଙ୍କୁ ବିଭିନ୍ନ ସ୍ଥାନରେ ରଖି ଜେରା କରାଯାଉଛି। ଅଟକ ଥିବା ଏହି ଠିକା ଶ୍ରମିକ ମାନେ ବାଲେଶ୍ଵର ସଦର ବ୍ଲକର ଶ୍ରୀକୋଣା,ହିଡଗାଁ ଓ ବର୍ଦ୍ଧନପୁର ପଞ୍ଚାୟତର ବୋଲି କୁହାଯାଇଛି। ତେବେ ସେମାନଙ୍କ ପରିବାର ଲୋକେ ସେମାନେ ନିର୍ଦ୍ଦୋଷ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଆଇଟିଆରରେ ଜଣେ ଚୁକ୍ତିଭିତ୍ତିକ ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିବା ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା କଣ୍ଟିପୁର ଗାଁର ଇଶ୍ଵର ବେହେରାକୁ ଆଇଏସଆଇ ସହ ଲିଙ୍କ ଅଭିଯୋଗରେ ୨୦୧୪ ମସିହା ଡିସେମ୍ବର ୨୨ ତାରିଖରେ ଗିରଫ କରାଯାଇଥିଲା। ତଦନ୍ତ ସମୟରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଇଶ୍ବର ଭାରତୀୟ ନିରାପତ୍ତା ବା ପ୍ରତିରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଗୁପ୍ତ ଦସ୍ତାବିଜ ପ୍ରଦାନ କରିଥିବା ବେଳେ ପ୍ରତିବଦଳରେ ଇଶ୍ବରର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବାର ଜଣାପଡିଥିଲା। ଏହି ମାମଲାର ବିଚାର ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଥିବା ବେଳେ ୨୯ ଜଣକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଶେଷରେ ଅପରାଧିକ ଷଡ଼ଯନ୍ତ୍ର,ଦେଶ ଦ୍ରୋହ ଓ ଦେଶ ନିରାପତ୍ତା ସମ୍ପର୍କରେ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଗତ ଫେବୃଆରୀ ମାସରେ ଇଶ୍ବରକୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

14 Sep 2021 By The Sakala

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ହେଉଥିଲା କି ତଥ୍ୟ ଲିକ ! ଗୁପ୍ତଚର ସନ୍ଦେହରେ ୪ ଜଣକୁ ଉଠାଇନେଲା ପୋଲିସ

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୪ ଜଣ କର୍ମଚାରୀଙ୍କୁ ସୋମବାର ଦିନ ଚାନ୍ଦିପୁର ପୁଲିସ ଉଠାଇନେଇଛି। ଏହି ଠିକା ଶ୍ରମିକମାନେ ଅଗ୍ନି ଓ ପୃଥିବୀ, ଆକାଶ, ବ୍ରହ୍ମସ ପରି ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ପରୀକ୍ଷା ହେଉଥିବା ୩ ନମ୍ବର ଲଞ୍ଚପ୍ୟାଡରୁ ମୋବାଇଲ ସାହାଯ୍ୟରେ ବାରମ୍ବାର ଆଇଏସଡି କଲ୍ କରିବା ଏବଂ କଲ୍ ରିସିଭ୍ କରିବା ଭଳି ଘଟଣା କେନ୍ଦ୍ର ଗୁଇନ୍ଦା ବିଭାଗ ଜାଣିବା ପରେ ପୁଲିସ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଇଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ତଥା ଭାରତ ବିରୋଧୀ ଆଇଏସଆଇ ପରି ସଂସ୍ଥାର ଏଜେଣ୍ଟ ମାନଙ୍କ ସହ ଏହି ଠିକା ଶ୍ରମିକ ମାନେ ଲିଙ୍କ ରଖି ଦେଶର ନିରାପତ୍ତା ସମ୍ବନ୍ଧୀୟ ତଥ୍ୟ ଯୋଗାଉଥିଲେ ବୋଲି ଗୁରୁତର ଅଭିଯୋଗ ରହିଥିବାରୁ ପୁଲିସ ତଦନ୍ତ ସମ୍ପର୍କରେ କୌଣସି ସୂଚନା ଦେବାକୁ ମନା କରିଦେଇଛି।

ପ୍ରକାଶଯୋଗ୍ୟ,ଚାନ୍ଦିପୁରସ୍ଥିତ ୩ ନମ୍ବର ଲଞ୍ଚପ୍ୟାଡରେ ଦୀର୍ଘବର୍ଷ ଧରି ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ଫୋନକୁ ଗତ କିଛି ମାସ ମଧ୍ୟରେ ବାରମ୍ବାର ଆଇଏସଡି କଲ୍ ଯିବାଆସିବା କରିବା ଖବର ପ୍ରଥମେ କେନ୍ଦ୍ରିକ ଗୁଇନ୍ଦା ବିଭାଗର ନଜରକୁ ଆସିଥିଲା। ଏହି କଲ୍ ଗୁଡିକ ରାଜସ୍ଥାନ ବୋର୍ଡରରୁ ଆସିଥିବାର ଜଣାପଡିଛି। ଯେଉଁଠାରୁ କଲଗୁଡିକ ଆସିଛି ତାହା ପାକିସ୍ତାନ ସୀମାର ଅତି ନିକଟରେ ହୋଇଥିବାରୁ ଗୁଇନ୍ଦା ବିଭାଗର ନିଦ ହଜିଯାଇଥିଲା। ଗୁଇନ୍ଦା ବିଭାଗ ଏସମ୍ପର୍କରେ କେନ୍ଦ୍ର ନିରାପତ୍ତା ବିଭାଗକୁ ଅବଗତ କରିବା ସହ ସେହି ଫୋନର ଗତିବିଧି ଜାଣିବା ପାଇଁ ଟ୍ରାକ କରିଥିଲା। ଟ୍ରାକିଂ ସମୟରେ ଗୁଇନ୍ଦା ବିଭାଗକୁ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିଥିବାର ଜଣାପଡିଛି। ଏନେଇ ଗୁଇନ୍ଦା ବିଭାଗର ସୂଚନା ଆଧାରରେ ଓ ବାଲେଶ୍ଵର ଜିଲ୍ଲା ପୁଲିସ ମୁଖ୍ୟାଳୟ ର ନିର୍ଦ୍ଦେଶରେ ଗତକାଲି ସୋମବାର ଚାନ୍ଦିପୁର ଆଇଟିଆରରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୪ ଜଣକୁ ପୁଲିସ ଉଠାଇଆଣିଛି।ସେମାନଙ୍କୁ ବିଭିନ୍ନ ସ୍ଥାନରେ ରଖି ଜେରା କରାଯାଉଛି। ଅଟକ ଥିବା ଏହି ଠିକା ଶ୍ରମିକ ମାନେ ବାଲେଶ୍ଵର ସଦର ବ୍ଲକର ଶ୍ରୀକୋଣା,ହିଡଗାଁ ଓ ବର୍ଦ୍ଧନପୁର ପଞ୍ଚାୟତର ବୋଲି କୁହାଯାଇଛି। ତେବେ ସେମାନଙ୍କ ପରିବାର ଲୋକେ ସେମାନେ ନିର୍ଦ୍ଦୋଷ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଆଇଟିଆରରେ ଜଣେ ଚୁକ୍ତିଭିତ୍ତିକ ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିବା ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା କଣ୍ଟିପୁର ଗାଁର ଇଶ୍ଵର ବେହେରାକୁ ଆଇଏସଆଇ ସହ ଲିଙ୍କ ଅଭିଯୋଗରେ ୨୦୧୪ ମସିହା ଡିସେମ୍ବର ୨୨ ତାରିଖରେ ଗିରଫ କରାଯାଇଥିଲା। ତଦନ୍ତ ସମୟରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଇଶ୍ବର ଭାରତୀୟ ନିରାପତ୍ତା ବା ପ୍ରତିରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଗୁପ୍ତ ଦସ୍ତାବିଜ ପ୍ରଦାନ କରିଥିବା ବେଳେ ପ୍ରତିବଦଳରେ ଇଶ୍ବରର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବାର ଜଣାପଡିଥିଲା। ଏହି ମାମଲାର ବିଚାର ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଥିବା ବେଳେ ୨୯ ଜଣକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଶେଷରେ ଅପରାଧିକ ଷଡ଼ଯନ୍ତ୍ର,ଦେଶ ଦ୍ରୋହ ଓ ଦେଶ ନିରାପତ୍ତା ସମ୍ପର୍କରେ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଗତ ଫେବୃଆରୀ ମାସରେ ଇଶ୍ବରକୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର