ଓଡ଼ିଶା ପୋଲିସକୁ ବଡ଼ ସଫଳତା: ଟପ୍ ମାଓ ନେତା ଦୁବାସି ଶଙ୍କର ଗିରଫ

The Sakala Picture
Published On

ଭୁବନେଶ୍ୱର: ମାଓ ବିରୋଧୀ ଅପରେସନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି । ଟପ୍ ମାଓ ନେତା ଦୁବାସି ଶଙ୍କରକୁ ପୋଲିସ ଗିରଫ କରିଛି । ଦୁବାସିଙ୍କ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ଥିଲା । କୋରାପୁଟ ପୋଲିସ, ଏସଓଜି ଓ ବିଏସଏଫ ମିଳିତ ଭାବେ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ମାଓ ନେତା ଦୁବାସିଙ୍କୁ ଧରିଛନ୍ତି । ତାଙ୍କଠାରୁ ଗୋଟିଏ ଇନସାସ୍ ରାଇଫଲ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଦୁବାସିଙ୍କୁ କୋର୍ଟ […]

ଭୁବନେଶ୍ୱର: ମାଓ ବିରୋଧୀ ଅପରେସନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି । ଟପ୍ ମାଓ ନେତା ଦୁବାସି ଶଙ୍କରକୁ ପୋଲିସ ଗିରଫ କରିଛି । ଦୁବାସିଙ୍କ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ଥିଲା । କୋରାପୁଟ ପୋଲିସ, ଏସଓଜି ଓ ବିଏସଏଫ ମିଳିତ ଭାବେ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ମାଓ ନେତା ଦୁବାସିଙ୍କୁ ଧରିଛନ୍ତି । ତାଙ୍କଠାରୁ ଗୋଟିଏ ଇନସାସ୍ ରାଇଫଲ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଦୁବାସିଙ୍କୁ କୋର୍ଟ ଚାଲାଣ କରାଯାଇଛି । ପ୍ରେସମିଟ୍ କରି ଏ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଜଣେ ଗିରଫ

ଗତ ୨୦ ବର୍ଷ ମଧ୍ୟରେ ସବୁଠୁ ବଡ଼ ମାଓ ନେତା ଭାବେ ଦୁବାସିଙ୍କୁ ପୋଲିସ ଗିରଫ କରିଛି । ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଦୁବାସି । ୨୦୦୯ ଦାମନଯୋଡ଼ି ସିଆରପିଏଫ ୯ ଯବାନ ସହିଦ, ୨୦୧୦ ଗୋବିନ୍ଦପାଲ୍ଲୀ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୧୧ ପୋଲିସ ସହିଦ, ଜାନୁଗୁଡ଼ା ଆମ୍ବୁସ ଆଦି ହିଂସାକାଣ୍ଡରେ ଦୁବାସି ଶଙ୍କରଙ୍କ ସମ୍ପୃକ୍ତ ରହିଛି । ଖୁବଶୀଘ୍ର ପୋଲିସ ଦୁବାସିଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୋଲିସର ଟ୍ରାଫିକ ଆଡଭାଇଜରି ଜାରି, ଜାଣନ୍ତୁ କେଉଁଠି ରହିବ ଗାଡ଼ି...

ଦୁବାସି ଗିରଫ ପରେ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏସିଏମ୍ ରାଙ୍କର ସୋନାଲ ମାଡବି ଓରଫ୍ କିରଣ କୋରାପୁଟ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଚଳିତବର୍ଷ ଏବେ ସୁଦ୍ଧା ୨୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ବିଜେଡିର ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ପୁନର୍ଗଠନ ପାଇଁ ଜିଲ୍ଲା ସଭାପତିଙ୍କୁ ନବୀନଙ୍କ ପରାମର୍ଶ

14 Sep 2021 By The Sakala

ଓଡ଼ିଶା ପୋଲିସକୁ ବଡ଼ ସଫଳତା: ଟପ୍ ମାଓ ନେତା ଦୁବାସି ଶଙ୍କର ଗିରଫ

ଭୁବନେଶ୍ୱର: ମାଓ ବିରୋଧୀ ଅପରେସନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି । ଟପ୍ ମାଓ ନେତା ଦୁବାସି ଶଙ୍କରକୁ ପୋଲିସ ଗିରଫ କରିଛି । ଦୁବାସିଙ୍କ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ଥିଲା । କୋରାପୁଟ ପୋଲିସ, ଏସଓଜି ଓ ବିଏସଏଫ ମିଳିତ ଭାବେ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ମାଓ ନେତା ଦୁବାସିଙ୍କୁ ଧରିଛନ୍ତି । ତାଙ୍କଠାରୁ ଗୋଟିଏ ଇନସାସ୍ ରାଇଫଲ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଦୁବାସିଙ୍କୁ କୋର୍ଟ ଚାଲାଣ କରାଯାଇଛି । ପ୍ରେସମିଟ୍ କରି ଏ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।

ଗତ ୨୦ ବର୍ଷ ମଧ୍ୟରେ ସବୁଠୁ ବଡ଼ ମାଓ ନେତା ଭାବେ ଦୁବାସିଙ୍କୁ ପୋଲିସ ଗିରଫ କରିଛି । ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଦୁବାସି । ୨୦୦୯ ଦାମନଯୋଡ଼ି ସିଆରପିଏଫ ୯ ଯବାନ ସହିଦ, ୨୦୧୦ ଗୋବିନ୍ଦପାଲ୍ଲୀ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୧୧ ପୋଲିସ ସହିଦ, ଜାନୁଗୁଡ଼ା ଆମ୍ବୁସ ଆଦି ହିଂସାକାଣ୍ଡରେ ଦୁବାସି ଶଙ୍କରଙ୍କ ସମ୍ପୃକ୍ତ ରହିଛି । ଖୁବଶୀଘ୍ର ପୋଲିସ ଦୁବାସିଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।

ଦୁବାସି ଗିରଫ ପରେ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏସିଏମ୍ ରାଙ୍କର ସୋନାଲ ମାଡବି ଓରଫ୍ କିରଣ କୋରାପୁଟ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଚଳିତବର୍ଷ ଏବେ ସୁଦ୍ଧା ୨୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର