ଅଗଷ୍ଟରେ ୧୫ ଲକ୍ଷ ଲୋକ ହରାଇଲେ ଚାକିରି

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ଅର୍ଥନୀତିର ଅବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଛି। କମ୍ପାନୀଗୁଡିକ ମହାମାରୀ କମ ହେବା ସହ ନିଯୁକ୍ତି ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି। ଏପ୍ରିଲରୁ ଜୁନ୍ ତ୍ରୈମାସ ମଧ୍ୟରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ୨୦.୧ ପ୍ରତିଶତ ଅଭିବୃଦ୍ଧି ଘଟିଛି। ନିଯୁକ୍ତି ସୃଷ୍ଟିରେ ଏହା ଟିକିଏ ସାହାଯ୍ୟ କରିଛି। ୨୦୨୧-୨୨ ଆର୍ଥିକବର୍ଷରେ ୫୦ ଲକ୍ଷ ଲୋକ ନିଯୁକ୍ତି ପାଇବେ ବୋଲି ଆଶା କରାଯାଉଛି। ହେଲେ କେବଳ ଅଗଷ୍ଟ ମାସରେ ଦେଶରେ ୧୫ […]

ନୂଆଦିଲ୍ଲୀ : ଦେଶରେ ଅର୍ଥନୀତିର ଅବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଛି। କମ୍ପାନୀଗୁଡିକ ମହାମାରୀ କମ ହେବା ସହ ନିଯୁକ୍ତି ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି। ଏପ୍ରିଲରୁ ଜୁନ୍ ତ୍ରୈମାସ ମଧ୍ୟରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ୨୦.୧ ପ୍ରତିଶତ ଅଭିବୃଦ୍ଧି ଘଟିଛି। ନିଯୁକ୍ତି ସୃଷ୍ଟିରେ ଏହା ଟିକିଏ ସାହାଯ୍ୟ କରିଛି। ୨୦୨୧-୨୨ ଆର୍ଥିକବର୍ଷରେ ୫୦ ଲକ୍ଷ ଲୋକ ନିଯୁକ୍ତି ପାଇବେ ବୋଲି ଆଶା କରାଯାଉଛି। ହେଲେ କେବଳ ଅଗଷ୍ଟ ମାସରେ ଦେଶରେ ୧୫ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଏଥିରେ ଗ୍ରାମାଞ୍ଚଳ କ୍ଷେତ୍ରରୁ ସର୍ବାଧିକ ଲୋକଚାକିରି ହରାଇଥିବା ଜଣାଯାଇଛି। ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଏହାର ଏକ ରିପୋର୍ଟରେ ଏ ନେଇ ଆକଳନ କରିଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମ୍‌ଆଇଇ) ରିପୋର୍ଟ ଅନୁଯାୟୀ, ଅଗଷ୍ଟ ମାସରେ ଦେଶରେ ୧୫ ଲକ୍ଷ ଲୋକ ଚାକିରି ହରାଇଛନ୍ତି।

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

ଏଥିରେ ଗ୍ରାମାଞ୍ଚଳର ପ୍ରାୟ ୧୩ ଲକ୍ଷ ଲୋକ ଚାକିରି ହରାଇଥିବା ଜଣାଯାଇଛି। ରୋଜଗାର ବିଷୟରେ ଏହି ଆଶା ଏଭଳି ଏକ ସମୟରେ ପ୍ରକାଶ ପାଇଛି ଯେତେବେଳେ କରୋନାର ଦ୍ୱିତୀୟ ଲହର ପରେ ବେକାରିଙ୍କ ସଂଖ୍ୟା ବୃଦ୍ଧି ଘଟୁଛି ଏବଂ ଅର୍ଥନୀତିରେ ଶ୍ରମିକ ଶ୍ରେରୀର ଲୋକଙ୍କ ଅଂଶଗ୍ରହଣ ହାର ହ୍ରାସ ପାଉଥିବାକୁ ନେଇ ନେଇ ଚିନ୍ତା ବଢ଼ୁଛି। ତେବେ ରିପୋର୍ଟ ଅନୁଯାୟୀ, ଏପ୍ରିଲରୁ ଜୁନ୍ ମଧ୍ୟରେ ୧୬.୩ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି। ଏସବିଆଇର ଅର୍ଥନୀତିଜ୍ଞଙ୍କ ରିପୋର୍ଟ ଅନୁଯାୟୀ, ଏପ୍ରିଲରୁ ଜୁନ୍ ମଧ୍ୟରେ ୩୦.୭୪ କୋଟି ନୂତନ ନିୟମିତ ନିଯୁକ୍ତି ସୁଯୋଗ ସଅଷ୍ଟି ହୋଇଛି। ଏଥିରେ ୧୬.୩ ଲକ୍ଷ ନୂତନ ଚାକିରି ରହିଛି, ଯାହା ପ୍ରଥମ ଥର ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ​​ଏବଂ ଜାତୀୟ ପେନ୍‌ସନ୍‌ ଯୋଜନା (ଏନ୍‌ପିଏସ୍‌) ସହିତ ସଂଯୁକ୍ତ।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

ଅର୍ଥଶନୀତିଜ୍ଞମାନେ ଇପିଏଫଓ ଓ ଏନପିଏସ ପକ୍ଷରୁ ନିୟମିତ  ଜାରି ମାସିକିଆ ରିପୋର୍ଟକୁ ବିଶ୍ଳେଷଣ କରି ଏହା କହିଛନ୍ତି। ଅର୍ଥନୀତିଜ୍ଞ ସୌମ୍ୟ କାନ୍ତି ଘୋଷ କହିଛନ୍ତି ଯେ, ଆମର ଅନୁମାନ ହେଉଛି ଚଳିତ ଆର୍ଥିକବର୍ଷରେ ଶ୍ରମ ବଜାରର ଗତିବିଧି ଆହୁରି ବଢିବ। କମ୍ପାନୀ ଆଗାମୀ ସମୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବେ। ମହାମାରୀର ଦ୍ଵିତୀୟ ଲହର ପରେ ବଢିଥିବା ବେକାରି ସଂଖ୍ୟା ଏବଂ ଅର୍ଥ ବ୍ୟବସ୍ଥାରେ ଶ୍ରମ ଭାଗିଦାରୀ ହ୍ରାସକୁ ନେଇ ଚିନ୍ତା ପ୍ରକାଶ କରାଯାଉଛି। ଏମିତି ସମୟରେ ଅର୍ଥନୀତିଜ୍ଞଙ୍କ ଉପରୋକ୍ତ ସୂଚନା ନିଶ୍ଚିତ ରୂପେ ଦେଶବାସୀଙ୍କ ମନରେ ରୋଜଗାରକୁ ନେଇ ନୂତନ ଆଶାର କିରଣ ଜାଗ୍ରତ କରିବ। ଏସ୍‌ବିଆଇର ଅର୍ଥନୀତିଜ୍ଞମାନଙ୍କ ବିଶ୍ବାସ ଯେ, ୨୦୨୧-୨୨ରେ ଦେଶର ଶ୍ରମ ବଜାର କାର୍ଯ୍ୟକଳାପରେ ଉନ୍ନତି ହେବ। କରୋନା ମହାମାରୀ ମଧ୍ୟରେ କମ୍ପାନୀଗୁଡିକ ନିଯୁକ୍ତି ବୃଦ୍ଧି କରିପାରନ୍ତି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର