ଦକ୍ଷ ଶିଳ୍ପ ନୀତି ପାଇଁ ଓଡ଼ିଶା ପାଲଟିଛି ନିବେଶକଙ୍କ ପ୍ରଥମ ପସନ୍ଦ: ୨୧୭୧.୮୨ କୋଟି ଟଙ୍କାର ୧୦ ପ୍ରକଳ୍ପକୁ ମଞ୍ଜୁରୀ, ସୃଷ୍ଟି ହେବ ୫ ହଜାର ୨୪୨ ନିଯୁକ୍ତି ସୁଯୋଗ

The Sakala Picture
Published On

ଭୁବନେଶ୍ୱର: ଷ୍ଟେଟ ଲେବଲ ସିଙ୍ଗିଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥୋରିଟି ବୈଠକରେ ୧୦ଟି ନୂଆ ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି । ୨ ହଜାର ୧୭୧ କୋଟି ୮୨ ଲକ୍ଷ ଟଙ୍କାର ନୂଆ ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି । ୬୫୦କୋଟିରେ ଯାଜପୁର ବଡଚଣାରେ ହେବ ୩ଟି  MTPA ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ । ଝାରୁସୁଗୁଡାରେ ମଧ୍ୟ ୨୦୫ କୋଟି ଟଙ୍କାର ନିବେଶ ହେବ । ଜଗତସିଂହପୁରର ଉଦୟବଟରେ ୧୫୦ କୋଟି ଟଙ୍କାର ନିବେଶ ହେବ । ସେହିଭଳି […]

ଭୁବନେଶ୍ୱର: ଷ୍ଟେଟ ଲେବଲ ସିଙ୍ଗିଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥୋରିଟି ବୈଠକରେ ୧୦ଟି ନୂଆ ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି । ୨ ହଜାର ୧୭୧ କୋଟି ୮୨ ଲକ୍ଷ ଟଙ୍କାର ନୂଆ ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି । ୬୫୦କୋଟିରେ ଯାଜପୁର ବଡଚଣାରେ ହେବ ୩ଟି  MTPA ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ । ଝାରୁସୁଗୁଡାରେ ମଧ୍ୟ ୨୦୫ କୋଟି ଟଙ୍କାର ନିବେଶ ହେବ । ଜଗତସିଂହପୁରର ଉଦୟବଟରେ ୧୫୦ କୋଟି ଟଙ୍କାର ନିବେଶ ହେବ । ସେହିଭଳି ବରଗଡରେ ୧୦୦ କୋଟି, ସୋନପୁରରେ ୨୫୮ କୋଟି, ହରିଦାଶପୁରରେ ୧୯୦ କୋଟି, କଳିଙ୍ଗନଗରରେ ୨୧୦ କୋଟି, ଖୋର୍ଦ୍ଧାରେ ୧୧୯ କୋଟି, ଭୁବନେଶ୍ୱରରେ ୧୮୧ କୋଟି ପୁଞ୍ଜି ନେବଶ କରାଯାଇ ପ୍ରକଳ୍ପ ନିର୍ମାଣ କରାଯିବ । ଦକ୍ଷ ଶିଳ୍ପ ନୀତି ପାଇଁ ଓଡ଼ିଶା ଏବେ ନିବେଶକଙ୍କ ପ୍ରଥମ ପସନ୍ଦ ସାଜିଛି । ଏନେଇ ଟ୍ବିଟ କରି ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୧୦ଟି ପ୍ରକଳ୍ପ ଦ୍ୱାରା ୫ ହଜାର ୨୪୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପ୍ରକଳ୍ପ ଗୁଡିକ ଶିଳ୍ପ ସମୃଦ୍ଧ ଧାରାକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

05 Sep 2021 By The Sakala

ଦକ୍ଷ ଶିଳ୍ପ ନୀତି ପାଇଁ ଓଡ଼ିଶା ପାଲଟିଛି ନିବେଶକଙ୍କ ପ୍ରଥମ ପସନ୍ଦ: ୨୧୭୧.୮୨ କୋଟି ଟଙ୍କାର ୧୦ ପ୍ରକଳ୍ପକୁ ମଞ୍ଜୁରୀ, ସୃଷ୍ଟି ହେବ ୫ ହଜାର ୨୪୨ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଷ୍ଟେଟ ଲେବଲ ସିଙ୍ଗିଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥୋରିଟି ବୈଠକରେ ୧୦ଟି ନୂଆ ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି । ୨ ହଜାର ୧୭୧ କୋଟି ୮୨ ଲକ୍ଷ ଟଙ୍କାର ନୂଆ ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି । ୬୫୦କୋଟିରେ ଯାଜପୁର ବଡଚଣାରେ ହେବ ୩ଟି  MTPA ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ । ଝାରୁସୁଗୁଡାରେ ମଧ୍ୟ ୨୦୫ କୋଟି ଟଙ୍କାର ନିବେଶ ହେବ । ଜଗତସିଂହପୁରର ଉଦୟବଟରେ ୧୫୦ କୋଟି ଟଙ୍କାର ନିବେଶ ହେବ । ସେହିଭଳି ବରଗଡରେ ୧୦୦ କୋଟି, ସୋନପୁରରେ ୨୫୮ କୋଟି, ହରିଦାଶପୁରରେ ୧୯୦ କୋଟି, କଳିଙ୍ଗନଗରରେ ୨୧୦ କୋଟି, ଖୋର୍ଦ୍ଧାରେ ୧୧୯ କୋଟି, ଭୁବନେଶ୍ୱରରେ ୧୮୧ କୋଟି ପୁଞ୍ଜି ନେବଶ କରାଯାଇ ପ୍ରକଳ୍ପ ନିର୍ମାଣ କରାଯିବ । ଦକ୍ଷ ଶିଳ୍ପ ନୀତି ପାଇଁ ଓଡ଼ିଶା ଏବେ ନିବେଶକଙ୍କ ପ୍ରଥମ ପସନ୍ଦ ସାଜିଛି । ଏନେଇ ଟ୍ବିଟ କରି ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୧୦ଟି ପ୍ରକଳ୍ପ ଦ୍ୱାରା ୫ ହଜାର ୨୪୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପ୍ରକଳ୍ପ ଗୁଡିକ ଶିଳ୍ପ ସମୃଦ୍ଧ ଧାରାକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

https://www.thesakala.in/latest-odisha-news/odisha-approves-10-industrial-projects/article-5192
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର