ଛତିଶଗଡ଼ର ନକଲି ଟଙ୍କା କଟକ ମୁହାଁ!

The Sakala Picture
Published On

କଟକ: କଟକ ବଜାରରେ ଏବେ ବୁଲୁଛି ନକଲି ଟଙ୍କା। ଗତ ସପ୍ତାହ ଭିତରେ ୩ରୁ ୪ଜଣ ଦୋକାନୀଙ୍କ ଏହାକୁ ନେଇ ଅଭିଯୋଗ ଆସିଛି। ଏହାଛଡ଼ା ଶନିବାର ରାତିରେ ଅରୁଣୋଦୟ ମାର୍କେଟର ଜଣେ ଦୋକାନୀ ମଧ୍ୟ ଠକାମିର ଶିକାର ହୋଇଛନ୍ତି। ନକଲି ଟଙ୍କାଗୁଡ଼ିକ ଅସଲି ଟଙ୍କା ସହ ଏଭଳି ଅବିକଳ କରାଯାଇଛି ଯେ ଯେ କେହି ଭକୁଆ ପାଲଟିଯିବ। ଦେଖିବାକୁ ସମାନ। ହାତ ମାରିଲେ ବି ଜଣାପଡ଼ୁନି। ଟଙ୍କା କାଗଜର ମୋଟେଇ ବି ଭିନ୍ନ ନୁହେଁ। କିଛି ଦିନ […]

କଟକ: କଟକ ବଜାରରେ ଏବେ ବୁଲୁଛି ନକଲି ଟଙ୍କା। ଗତ ସପ୍ତାହ ଭିତରେ ୩ରୁ ୪ଜଣ ଦୋକାନୀଙ୍କ ଏହାକୁ ନେଇ ଅଭିଯୋଗ ଆସିଛି। ଏହାଛଡ଼ା ଶନିବାର ରାତିରେ ଅରୁଣୋଦୟ ମାର୍କେଟର ଜଣେ ଦୋକାନୀ ମଧ୍ୟ ଠକାମିର ଶିକାର ହୋଇଛନ୍ତି। ନକଲି ଟଙ୍କାଗୁଡ଼ିକ ଅସଲି ଟଙ୍କା ସହ ଏଭଳି ଅବିକଳ କରାଯାଇଛି ଯେ ଯେ କେହି ଭକୁଆ ପାଲଟିଯିବ। ଦେଖିବାକୁ ସମାନ। ହାତ ମାରିଲେ ବି ଜଣାପଡ଼ୁନି। ଟଙ୍କା କାଗଜର ମୋଟେଇ ବି ଭିନ୍ନ ନୁହେଁ। କିଛି ଦିନ ହେବ ଲଗାତାର ଭାବେ କଟକ ବଜାରରେ ନକଲି ଟଙ୍କା ନେଣଦେଣରେ ବ୍ୟବହାର ହେଉଥିବା ଅଭିଯୋଗ ଉଠିଥିବା ବେଳେ ମୋଟ କେତେ ନକଲି ଟଙ୍କା ଏବେ ବଜାରରେ ଉପଲବ୍ଧ ଅଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅରୁଣୋଦୟ ମାର୍କେଟରେ ତେଜରାତି ଦୋକାନ କରିଥିବା ବ୍ୟକ୍ତିଙ୍କ ଘର ଜଗତପୁର ଅଞ୍ଚଳରେ। ସେ ଗତକାଲି ଏକ ୧୦୦ ଟଙ୍କିଆ ନୋଟ୍‍ ରଖି ସାମଗ୍ରୀ ଦେଇଥିଲେ।

ହେଲେ ଦୋକାନ ବନ୍ଦ କରି ରାତିରେ ଘରକୁ ଫେରିବା ବେଳେ ପେଟ୍ରୋଲ ଟାଙ୍କିରେ ଗାଡ଼ିରେ ତେଲ ଭରିବାକୁ ଯାଇଥିଲେ। ଏଠାରେ ୧୦୦ଟଙ୍କିଆ ନୋଟ୍‍ଟି ନକଲି ବୋଲି କହିଥିଲା ତେଲ ଟାଙ୍କିର କର୍ମଚାରୀ। ଏହାକୁ ନେଇ ଉକ୍ତ ବ୍ୟକ୍ତି ଓ ଟାଙ୍କିର କର୍ମଚାରୀଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ତେବେ ନକଲି ନୋଟ୍‍ଟି ସମ୍ପୂର୍ଣ୍ଣ ଭାବେ ଅସଲିି ଟଙ୍କା ସହ ମେଳ ଖାଉଥିବା ଦେଖିବାକୁ ମିଳିଥିଲା। ତେଲ ଟାଙ୍କିର କର୍ମଚାରୀଙ୍କ କହିବା ଅନୁଯାୟୀ, ନକଲି ଟଙ୍କାଟି ପ୍ରାୟ ୯୫ ପ୍ରତିଶତ ଅସଲି ଟଙ୍କା ସହ ସମାନ ଥିଲା। କେବଳ ଆରବିଆଇ(ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ) ଦ୍ୱାରା ଦିଆଯାଇଥିବା ୨ଟି ସ୍ୱତନ୍ତ୍ର ଦାଗକୁ ଦେଖି ଏହା ନକଲି ବୋଲି ଜଣାପଡ଼ିଲା। ହେଲେ ହାତରେ ଧରିବା ବେଳେ ଏହା ନକଲି ବୋଲି ଆଦୌ ଅନୁଭବ ହୋଇ ନଥିଲା। ଏଠାରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ, କଟକର ଅନେକ ବ୍ୟବସାୟୀ ଏଭଳି ନକଲି ଟଙ୍କାର ଶିକାର ହୋଇ ଥାଇ ପାରନ୍ତି। କଟକ ହେଉଛି ବ୍ୟବସାୟିକ କେନ୍ଦ୍ରର ପେଣ୍ଠସ୍ଥଳୀ। ଦିନ ରାତି ବଜାରରେ ଭିଡ଼। ଏଭଳି ସ୍ଥଳେ ୧୦୦ଟଙ୍କିଆ ନୋଟକୁ ସଠିକ ଭାବେ ଯାଞ୍ଚ କରିବା ସମ୍ଭବପର ନୁହେଁ। ତେବେ ବାଦାମବାଡ଼ିରୁ ଲିଙ୍କରୋଡ ପର୍ଯ୍ୟନ୍ତ ଅନ୍ୟ ୩ଟି ଦୋକାନୀ ସମାନ ଅଭିଯୋଗ ଉଠାଇଛନ୍ତି। ଇଲେକ୍ଟ୍ରି ଦୋକାନ କରିଥିବା ଶଙ୍କରପୁରର ଜଣେ ଯୁବକ କୁହନ୍ତି, ତାଙ୍କ ଦୋକାନର ଜଣେ ନିୟମିତ ଗ୍ରାହକ ଅଛନ୍ତି। ଗ୍ରାହକ ଜଣଙ୍କ ଜଣେ କଣ୍ଟ୍ରାକ୍ଟର। ତାଙ୍କର ୪୦ହଜାର ଟଙ୍କା ବକେୟା ରାଶି ଥିଲା। କିଛି ଦିନ ତଳେ ସେ ୩୫ହଜାର ଟଙ୍କା ଆଣି ଦୋକାନରେ ଦେଇ ଯାଇଥିଲେ। ଏହା ପରଦିନ ଟଙ୍କାକୁ ନେଇ ବ୍ୟାଙ୍କରେ ଡିପୋଜିଟ କରିବାକୁ ଯିବା ବେଳେ ୨ଟି ୫୦୦ଟଙ୍କିଆ ନୋଟ ନକଲି ଥିବା ଜଣାପଡ଼ିଥିଲା। ପରେ ଉକ୍ତ କଣ୍ଟ୍ରାକ୍ଟରଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ସେ ଏହା ବଦଳ କରି ନେଇଥିଲେ ଓ ଅବଶିଷ୍ଟ ୧୦୦୦ ଟଙ୍କା ଦେଇଥିଲେ। ହେଲେ କିଛି ଦିନ ହେବ କଟକର ବିଭିନ୍ନ ଦୋକାନରେ ଏଭଳି ନକଲି ଟଙ୍କା ପହଞ୍ଚୁଛି ବୋଲି ଉକ୍ତ ଯୁବକ ଜଣଙ୍କ କହିଥିଲେ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ସୂଚନା ଯୋଗ୍ୟ, କିଛି ଦିନ ତଳେ କୋରାପୁଟରେ ୮ କୋଟି ଟଙ୍କାର ନକଲି ନୋଟ୍‍ ଜବତ କରିଥିଲା ପୁଲିସ। ଛତିଶଗଡ଼ରେ ଏହି ନକଲି ଟଙ୍କା ତିଆରି କାରଖାନା ଥିବା ଜଣାପଡ଼ିବା ସହିତ ଉକ୍ତ ଘଟଣାରେ ୩ଜଣ ଗିରଫ ହୋଇଥିଲେ। କଟକରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ଶ୍ରେଣୀର ଲୋକ ମଧ୍ୟ ଛତିଶଗଡ଼ର ଅଟନ୍ତି। ବୁଲାବେପାରିମାନେ ମଧ୍ୟ ପ୍ରାୟତଃ ଛତିଶଗଡ଼ର ବାସିନ୍ଦା ଥିବା ଜଣାପଡ଼େ। ଏଣୁ ଛତିଶଗଡ଼ର ନକଲି ଟଙ୍କା ଲିଙ୍କ ଏବେ କଟକ ମୁହାଁ ହେଲାଣି ବୋଲି ସନ୍ଦେହ ହେଉଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର