‘ବିପର୍ଯ୍ୟୟ ପ୍ରସ୍ତୁତି ଦିବସ’ରେ ନବୀନଙ୍କ ପୋଷ୍ଟ: ବିପର୍ଯ୍ୟୟ ପରିଚାଳନାରେ ନେତୃତ୍ୱର ଦ୍ରୁତ ଅବକ୍ଷୟ ରାଜ୍ୟ ପାଇଁ ସତର୍କ ଘଣ୍ଟି

Madhusudan Das Picture
Published On

ଭୁବନେଶ୍ୱର: ‘ବିପର୍ଯ୍ୟୟ ପ୍ରସ୍ତୁତି ଦିବସ’ରେ ୧୯୯୯ ମସିହାର ମହାବାତ୍ୟା ଓ ଏହା ପରର ବିପର୍ଯ୍ୟୟ ମୁକାବିଲା କଥା ମନେ ପକାଇଛନ୍ତି ବୋରିଧୀ ଦଳ ନେତା ନବୀନ ପଟ୍ଟନାୟକ। ଗୁରୁବାର ରାଜ୍ୟ ‘ବିପର୍ଯ୍ୟୟ ପ୍ରସ୍ତୁତି ଦିବସ’ରେ ନବୀନ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି, ୧୯୯୯ ମସିହା ପରଠାରୁ  ଓଡ଼ିଶା ସାହସ, ଦୃଢ଼ ଆତ୍ମବିଶ୍ୱାସ ଓ ସଂକଳ୍ପର ସହ ପ୍ରକୃତିର ରୁଦ୍ରରୂପର ସମ୍ମୁଖୀନ ହୋଇଆସିଛି। ଏହି ଯାତ୍ରାରେ ଆମର ଗୋଟିଏ ଅଟଳ ନୀତି ରହିଆସିଛି, ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’। ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ସହନଶୀଳତା ଓ ଗୋଷ୍ଠୀ ସହଭାଗିତା ଉପରେ ଆଧାରିତ ଆମର "ଶୂନ୍ୟ ଜୀବନହାନି ମଡେଲ୍‌' ମାଧ୍ୟମରେ ଆମେ ପ୍ରକୃତିର ସବୁଠାରୁ ଭୟଙ୍କର ଆହ୍ୱାନଗୁଡ଼ିକର ମୁକାବିଲା କରିଛୁ। ଏହି ମଡେଲ୍‌ ଓଡ଼ିଶାର ଦୁର୍ବଳତାକୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଆଦର୍ଶରେ ପରିଣତ କରିଥିଲା। କିନ୍ତୁ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ନେତୃତ୍ୱର ଦ୍ରୁତ ଅବକ୍ଷୟ ଏକ ସତର୍କ ଘଣ୍ଟି, ଯାହାକୁ ଅଣଦେଖା କରିବା ଆମ ପାଇଁ ଭାରି ପଡ଼ିପାରେ ବୋଲି ନବୀନ ଚେତାଇ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ପାଇଁ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା; ୨୭ ତାରିଖ ଅପରାହ୍ନ ୧ଟାରୁ ୨୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଓଡ଼ିଶା ଭବିଷ୍ୟତରେ ମଧ୍ୟ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ତେଣୁ, ଦୀର୍ଘ ସଂଘର୍ଷ ଓ ଅନୁଭବରୁ ହାସଲ କରାଯାଇଥିବା ବିପର୍ଯ୍ୟୟ ପ୍ରସ୍ତୁତି ବ୍ୟବସ୍ଥାରେ ଯେକୌଣସି ଦୁର୍ବଳତା ଆମ ଲୋକଙ୍କ ସୁରକ୍ଷା ଏବଂ ଆମର ଆର୍ଥିକ ପ୍ରଗତି ପ୍ରତି ବଡ଼ ବିପଦ ସୃଷ୍ଟି କରିବ ବୋଲି ନବୀନ ଉଲ୍ଲେଖ କରିଛନ୍ତି। ସୂଚନା ଥାଉ କି ୨୦୦୦ ମସିହାଠାରୁ ପ୍ରତି ବର୍ଷ ଅକ୍ଟୋବର ୨୯ ତାରିଖରେ ରାଜ୍ୟରେ ‘ବିପର୍ଯ୍ୟୟ ପ୍ରସ୍ତୁତି ଦିବସ’ ପାଳନ କରାଯାଉଛି।  ୧୯୯୯ ମହାବାତ୍ୟରେ ଓଡ଼ିଶା ଯେଉଁ କ୍ଷତିଗ୍ରସ୍ତ ହୋଇଥିଲା ଓ ଏହା ପରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସାଙ୍ଗକୁ ଆଗାମୀ ପ୍ରସ୍ତୁତି ସମ୍ପର୍କରେ ସଚେତନତା ପାଇଁ ଏହି ଦିବସ ପାଳନ କରାଯାଇ ଆସୁଛି।

ଆହୁରି ପଢ଼ନ୍ତୁ: ୨୦୨୭ ବର୍ଷ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ତାଲିକା ଘୋଷଣା, ମିଳିବ ୨୯ଟି ଛୁଟି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର