ଆହାର କେନ୍ଦ୍ରରେ ମିଳିବ ପ୍ରସିଦ୍ଧ ବ୍ରହ୍ମପୁର ଆଚାର

The Sakala Picture
Published On

ବ୍ରହ୍ମପୁର: ଏଣିକି ଆହାର କେନ୍ଦ୍ରରେ ମିଳିବ ପ୍ରସିଦ୍ଧ ବ୍ରହ୍ମପୁର ଆଚାର । ୧୦ ଜିଲ୍ଲାକୁ ବ୍ରହ୍ମପୁରରୁ ଯୋଗାଣ ହେବ ଆଚାର । ଏହାର ପ୍ରସ୍ତୁତି ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ମହିଶୂରରେ ତାଲିମ ନେବା ପରେ ଏଥିପାଇଁ କାମ ଆରମ୍ଭ କରିଦେଇଛନ୍ତି ବିଘ୍ନେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଏହା ଦ୍ୱାରା ମହିଳାମାନେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ଯୋଗାଇବେ ରୋଜଗାର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି […]

ବ୍ରହ୍ମପୁର: ଏଣିକି ଆହାର କେନ୍ଦ୍ରରେ ମିଳିବ ପ୍ରସିଦ୍ଧ ବ୍ରହ୍ମପୁର ଆଚାର । ୧୦ ଜିଲ୍ଲାକୁ ବ୍ରହ୍ମପୁରରୁ ଯୋଗାଣ ହେବ ଆଚାର । ଏହାର ପ୍ରସ୍ତୁତି ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ମହିଶୂରରେ ତାଲିମ ନେବା ପରେ ଏଥିପାଇଁ କାମ ଆରମ୍ଭ କରିଦେଇଛନ୍ତି ବିଘ୍ନେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଏହା ଦ୍ୱାରା ମହିଳାମାନେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ଯୋଗାଇବେ ରୋଜଗାର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା । ୧୦ ଜିଲ୍ଲାରେ ମହକିବ ବ୍ରହ୍ମପୁର ଆଚାର । ଆହାର କେନ୍ଦ୍ରରେ ମିଳିବ ସ୍ୱାଦିଷ୍ଟ ଆଚାର । ମହିଶୂରରେ ତାଲିମ ନେଲେ ମହିଳା ଗୋଷ୍ଠୀ । ବର୍ଷରେ ତିଆରି ହେବ ୨୦ ଟନ୍ ଆଚାର । ଦକ୍ଷିଣାଞ୍ଚଳର ୧୦ଟି ଜିଲ୍ଲାରେ ଥିବା ଆହାର କେନ୍ଦ୍ରକୁ ବ୍ରହ୍ମପୁର ସ୍ୱୟଂ ସହାୟକ ଗୋଷ୍ଠୀ ଆଚାର ଯୋଗାଣ କରିବେ । ଏଥିପାଇଁ ବିଇଏମସିରେ ନିର୍ମାଣ ହେବ ଆଚାର ଉତ୍ପାଦନ କେନ୍ଦ୍ର ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଆମ୍ବ, ଲେମ୍ବୁ ଓ ମିକ୍ସ ଆଚାର ପ୍ରସ୍ତୁତି ନେଇ ମହିଶୂରରେ ସଂଗଠନର ମହିଳାମାନଙ୍କୁ ଟ୍ରେନିଂ ପ୍ରଦାନ କରାଯାଇଛି । ସହରର ମୀନାକ୍ଷୀ ନଗରଠାରେ ଆଚାର ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯିବ ଆଚାର ପାଇଁ ଗଜପତିରୁ ଆମ୍ବ ଆସୁଥିବା ବେଳେ ଫୁଲବାଣୀରୁ ହଳଦି ଓ କୋରୋପୁଟରୁ ଅଦା ଆସୁଛି । ପୂର୍ବରୁ ଏହି ମହିଳା ମାନେ ଆଚାର, ପାମ୍ପଡ଼ ପ୍ରସ୍ତୁତ କରି ସହରରେ ବିକ୍ରିବଟା କରୁଥିଲେ । ଏବେ ସରକାର ଏହି ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମହିଳା ଗୋଷ୍ଠୀ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର