ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

Madhusudan Das Picture
Published On

ଭୁବନେଶ୍ୱର: ନବୀକରଣ ହୋଇଥିବା କଳିଙ୍ଗ ଷ୍ଟୁଡିଓ ପୁଣିଥରେ ଦର୍ଶକଙ୍କ ପାଇଁ ଖୋଲିଛି। ପାର୍ବଣ ଋତୁରେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କଳିଙ୍ଗ ଷ୍ଟୁଡିଓ ଲିମିଟେଡ୍ କର୍ତ୍ତୃପକ୍ଷ ଉଭୟ ପରିଦର୍ଶନ ଓ ସୁଟିଂ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ବିଧିବଦ୍ଧ ଭାବେ ଗତ ୨୦ ତାରିଖ ମଙ୍ଗଳବାରଠାରୁ ଷ୍ଟୁଡିଓ ଦର୍ଶକଙ୍କ ପାଇଁ ଖୋଲାଯାଇଛି । ବୁଲିବା ପାଇଁ ଧାର୍ଯ୍ୟ ସମୟ ସହ ସ୍ୱତନ୍ତ୍ର ଟିକଟ୍‌ ବ୍ୟବସ୍ଥା କରାଯାଇଛି । ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅତ୍ୟାଧୁନିକ ଷ୍ଟୁଡିଓର ଉଦଘାଟନ କରିଥିଲେ।

ଆହୁରି ପଢ଼ନ୍ତୁ: ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି; ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କଲା ଆନ୍ଧ୍ର, ନିଦା ବିଷ୍ଣୁ ସାଜିଛନ୍ତି ଓଡିଶା ସରକାର

ଟିକେଟ୍ ଦର ଓ ଆକର୍ଷଣ
ଷ୍ଟୁଡିଓ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ, ଷ୍ଟୁଡିଓ ଭିତରକୁ ପ୍ରବେଶ ପାଇଁ ସାଧାରଣ ଟିକେଟ୍ ମୂଲ୍ୟ ବ୍ୟକ୍ତି ପିଛା ୨୦ ଟଙ୍କା ରଖାଯାଇଛି, ଯାହାକି ବାଧ୍ୟତାମୂଳକ ଅଟେ। ଷ୍ଟୁଡିଓର ମୁଖ୍ୟ ଆକର୍ଷଣ ଯଥା- ସ୍ନୋ ପାର୍କ, ୩ଡି ମୁଭି ମ୍ୟାଜିକ୍ ଏବଂ ଆଡଭେଞ୍ଚର ଲ୍ୟାଣ୍ଡ ଭୂତ ବଙ୍ଗଳା ପାଇଁ ପୃଥକ ଟିକେଟ୍ ବ୍ୟବସ୍ଥା କରାଯାଇଛି। ସ୍ନୋ ପାର୍କ ପାଇଁ ପ୍ରବେଶ ଶୁଳ୍କ ୧୫୦ ଟଙ୍କା ଥିବାବେଳେ ୩ଡି ଫିଲ୍ମ ପାଇଁ ୧୦୦ ଟଙ୍କା ଏବଂ ଭୂତ ବଙ୍ଗଳା ପାଇଁ ୨୫ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଜଣେ ଦର୍ଶକ ୨୭୫ ଟଙ୍କା ଦେଇ ଏହି ତିନୋଟି ଯାକ ସ୍ଥାନର ମଜା ନେଇପାରିବେ। ପ୍ରବେଶ ଶୁଳ୍କକୁ ମିଶାଇଲେ ସମ୍ପୂର୍ଣ୍ଣ ଷ୍ଟୁଡିଓ ବୁଲିବା ପାଇଁ ମୋଟ ୨୯୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ: ବିଜେଡି ଛାତ୍ର ସଂଗଠନର ଉଲ୍ଲେଖନୀୟ ପ୍ରଦର୍ଶନ

ସମୟ ଓ ସ୍ଲଟ୍ ବ୍ୟବସ୍ଥା
ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୨୦ ତାରିଖରେ ଏହି ଷ୍ଟୁଡିଓକୁ ଆନୁଷ୍ଠାନିକ ଭାବେ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା। ଦର୍ଶକମାନଙ୍କୁ ଦୁଇଟି ପର୍ଯ୍ୟାୟରେ ଷ୍ଟୁଡିଓ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ। ପ୍ରଥମ ପର୍ଯ୍ୟାୟ ସକାଳ ୧୦ଟାରୁ ଅପରାହ୍ନ ୧.୩୦ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ପର୍ଯ୍ୟାୟରେ ୭ଟି ଲେଖାଏଁ ସ୍ଲଟ୍ ରହିବ, ଅର୍ଥାତ୍ ଦିନକରେ ମୋଟ ୧୪ଟି ସ୍ଲଟ୍ ବ୍ୟବସ୍ଥା କରାଯାଇଛି। ଗୋଟିଏ ସ୍ଲଟର ଅବଧି ୨୫ ମିନିଟ୍ ରହିବ। କେବଳ ନିର୍ଦ୍ଧାରିତ ସ୍ଲଟ୍ ସମୟରେ ହିଁ ସ୍ନୋ ପାର୍କ ଖୋଲା ରହିବ। ଥରେ ଟିକେଟ୍ କିଣିବା ପରେ ତାହା ଫେରସ୍ତ କିମ୍ବା ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଦୁଇଦିନରେ ବହୁ ଲୋକ ଟିକଟ୍‌ କିଣି ଷ୍ଟୁଡିଓ ବୁଲିଥିବା ବେଳେ ସ୍ନୋ-ପାର୍କ, ଥ୍ରିଡି ମୁଭି ଏବଂ ଭୂତ ବଙ୍ଗଳାର ମଜା ନେଇଥିଲେ । କିନ୍ତୁ କିଛି ଲୋକ ଟିକଟ୍‌ ଦରଦାମ୍‌କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ, ୨୧.୮୮ ଲକ୍ଷ ଟଙ୍କା ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର