ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାର ୨ ଯୁବ ଆଥଲେଟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ । ଦୁଇ ଜଣ ଉଦୀୟମାନ ଟ୍ରାକ ଆଥଲେଟ୍ ମୃତ୍ୟମ୍ ଜୟରାମ ଦୋଣ୍ଡାପାଟି ଏବଂ ମଲୟ ବାରିକଙ୍କର ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦:୩୦ ସମୟରେ କଟକ-ଭୁବନେଶ୍ୱର ଜାତୀୟ ରାଜପଥର ନଖରା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ଉଭୟ ଖେଳାଳିଙ୍କୁ କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ଖରସ୍ରୋତା ନଦୀରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର, ଖୋଜାଖୋଜି ଜାରି

ଜୟରାମ ଦୋଣ୍ଡାପାଟି ଭାରତର ଦ୍ରୁତତମ ୨୩ ବର୍ଷରୁ କମ୍ (U23) ସ୍ପ୍ରିଣ୍ଟର ଭାବରେ ଉଭା ହୋଇଥିବା ବେଳେ ମଲୟ ବାରିକ ଜଣେ ପ୍ରତିଭାବାନ ୪୦୦ ମିଟର କ୍ୱାର୍ଟରମାଇଲର ଥିଲେ। ଉଭୟ ପ୍ରତିଭାବାନ ଆଥଲେଟ୍ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ହାଇ-ପରଫର୍ମାନ୍ସ ସେଣ୍ଟରରେ କଠୋର ପେସାଦାର ତାଲିମ ନେଉଥିଲେ। ଏହି ଘଟଣା ପରେ ସ୍ଥାନୀୟ କ୍ରୀଡ଼ା ଏକାଡେମୀ, କୋଚ୍ ଏବଂ ଖେଳାଳିଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ: ବିଜେଡି ଛାତ୍ର ସଂଗଠନର ଉଲ୍ଲେଖନୀୟ ପ୍ରଦର୍ଶନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୋକ ପ୍ରକାଶ
ରାଜ୍ୟର ଦୁଇ ଯୁବ ଆଥଲେଟ୍ ମୃତ୍ୟମ୍ ଜୟରାମ ଦୋଣ୍ଡାପାଟି ଏବଂ ମଲୟ ବାରିକଙ୍କ ଅକାଳ ବିୟୋଗରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଧାରଣ କରିବାକୁ ସେ ପ୍ରାର୍ଥନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର