ସରିଲା ଛାତ୍ର ସଂସଦ ନିର୍ବାଚନ: ୮ ବର୍ଷ ପରେ ମତଦାନ, ମାଆ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ଭୋଟିଂ

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଗୁରୁବାର ଦିନ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି। ତେବେ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ମତଦାନ ହାରରେ ବ୍ୟାପକ ତାରତମ୍ୟ ଦେଖିବାକୁ ମିଳିଛି। କେତେକ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ମତଦାନ କରିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ମତଦାନ ହାର ନୈରାଶ୍ୟଜନକ ରହିଛି।

ଆହୁରି ପଢ଼ନ୍ତୁ: କଳାହାଣ୍ଡି ଓ ରାୟଗଡ଼ାରେ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

ମାଆ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ଛାତ୍ର ଅଂଶଗ୍ରହଣ ଦେଖିବାକୁ ମିଳିଛି। ଏଠାରେ ମୋଟ ୧,୮୧୧ ଜଣ ଛାତ୍ରଛାତ୍ରୀ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ଏବଂ ମତଦାନ ହାର ୭୭.୧୪% ରେକର୍ଡ କରାଯାଇଛି। ସେହିପରି ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ମଧ୍ୟ ଭଲ ମତଦାନ ହୋଇଛି, ଯେଉଁଠାରେ ୭୧.୧୭% ଛାତ୍ରଛାତ୍ରୀ ଭୋଟ୍ ଦେଇଛନ୍ତି। ଅନ୍ୟପକ୍ଷରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ୧,୧୧୫ ଖଣ୍ଡ ଭୋଟ୍ ସହ ୫୦.୭୯% ମତଦାନ ହୋଇଛି।

ଆହୁରି ପଢ଼ନ୍ତୁ: କାଲି ଛାତ୍ର ସଂସଦ ନିର୍ବାଚନ ପଡିବ ଭୋଟ୍: ଆଜି 'ହ୍ୱାଇ ଆଇ ଷ୍ଟାଣ୍ଡ ଫର୍‌' ବୈଠକ, ସରଗରମ କ୍ୟାମ୍ପସ୍‌ ରାଜନୀତି

ରାଜ୍ୟର କିଛି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ମତଦାନ ହାର ମଧ୍ୟମରୁ ନିମ୍ନ ସ୍ତରରେ ରହିଛି। ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୩,୧୧୧ ଜଣ ଭୋଟରଙ୍କ ସହ ମତଦାନ ହାର ୪୭.୭୩% ରହିଛି। କମଳା ନେହେରୁ ବିଶ୍ୱବିଦ୍ୟାଳୟରେ ୪୭% ଥିବାବେଳେ ପ୍ରତିଷ୍ଠିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ୧,୧୦୯ ଜଣ ଛାତ୍ରଛାତ୍ରୀ ମତଦାନ କରିଛନ୍ତି, ଯାହାକି ମାତ୍ର ୩୮.୨୯% ଅଟେ। ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୧,୪୫୦ ଜଣ ଭୋଟର (୩୦.୧୭%) ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ମାତ୍ର ୧୮.୮୧% ମତଦାନ ହୋଇଛି। ସବୁଠାରୁ କମ୍ ମତଦାନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ଏମଏସସିବି) ବିଶ୍ୱବିଦ୍ୟାଳୟରେ ହୋଇଛି, ଯେଉଁଠାରେ କେବଳ ୧୧୩ ଜଣ ଛାତ୍ରଛାତ୍ରୀ (୧୪.୦୭%) ଭୋଟ୍ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମିଳିଲା ଆଶ୍ୱସ୍ତି, ଟଳିଲା ଲଘୁଚାପ ଆଶଙ୍କା; ଏଥର ଜମିବ ପୂଜା ମାହୋଲ

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଗ୍ରହଣ କରାଯାଇଥିଲା। ଭୋଟ୍ ଗ୍ରହଣ ଶେଷ ହେବା ମାତ୍ରେ ହିଁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀମାନେ ଶୁକ୍ରବାର ଦିନ ଶପଥ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର