ଫାଇନାନ୍ସ ଏଜେଣ୍ଟଙ୍କ ଦବଙ୍ଗଗିରି, ଇନଷ୍ଟଲମେଂଟ ନ ଦେବାରୁ ଯୁବକଙ୍କୁ ଅପହରଣ
ଦଶରଥପୁର: ଯାଜପୁର ସହରର ଜୈନିକ ଫାଇନାନ୍ସ ଏଜେଣ୍ଟଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଋଣ ନେଇଥିବା ଯୁବକଙ୍କୁ ଫାଇନାନ୍ସ ଏଜେଣ୍ଟ ଯୋରଜରବଦସ୍ତ ଅପହରଣ କରିବା ସହ ନିଜ ଘରେ ଆଣି ତାଲା ପକାଇ ଅଟକ ରଖିଦେଇଥିବା ସୂଚନା ମିଳିଛି। ଅପହୃତ ଯୁବକଙ୍କ ପତ୍ନୀଙ୍କ ଲିଖିତ ଅଭିଯୋଗକୁ ଭିର୍ତ୍ତିକରି ଯାଜପୁର ପୋଲିସ୍ ୧୪ ଘଣ୍ଟା ପରେ ବନ୍ଧକ ଥିବା ଯୁବକଙ୍କୁ ସମ୍ପୃକ୍ତ ଏଜେଣ୍ଟଙ୍କ ଘରୁ ଉଦ୍ଧାର କରିବା ସହ ଘର ଚାବି ପକାଇ ରଖିଥିବା ଫାଇନନ୍ସର ଏଜେଣ୍ଟକୁ ଥାନାରେ ଅଟକ […]
ଦଶରଥପୁର: ଯାଜପୁର ସହରର ଜୈନିକ ଫାଇନାନ୍ସ ଏଜେଣ୍ଟଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଋଣ ନେଇଥିବା ଯୁବକଙ୍କୁ ଫାଇନାନ୍ସ ଏଜେଣ୍ଟ ଯୋରଜରବଦସ୍ତ ଅପହରଣ କରିବା ସହ ନିଜ ଘରେ ଆଣି ତାଲା ପକାଇ ଅଟକ ରଖିଦେଇଥିବା ସୂଚନା ମିଳିଛି। ଅପହୃତ ଯୁବକଙ୍କ ପତ୍ନୀଙ୍କ ଲିଖିତ ଅଭିଯୋଗକୁ ଭିର୍ତ୍ତିକରି ଯାଜପୁର ପୋଲିସ୍ ୧୪ ଘଣ୍ଟା ପରେ ବନ୍ଧକ ଥିବା ଯୁବକଙ୍କୁ ସମ୍ପୃକ୍ତ ଏଜେଣ୍ଟଙ୍କ ଘରୁ ଉଦ୍ଧାର କରିବା ସହ ଘର ଚାବି ପକାଇ ରଖିଥିବା ଫାଇନନ୍ସର ଏଜେଣ୍ଟକୁ ଥାନାରେ ଅଟକ ରଖିଛନ୍ତି।
ଅଭିଯୋଗ ଅନୁଯାୟୀ ଯାଜପୁର ଟାଉନ ଥାନା ତଥା ଦଶରଥପୁର ବ୍ଲକ ଅନ୍ତର୍ଗତ ଖଣ୍ଡରା ଗ୍ରାମର ମାନସ ଗେଡି ଭାରତ ମିନି ଫାଇନାନ୍ସ ସଂସ୍ଥାରୁ ୨୦୨୦ ମସିହାରେ କିଛି ଅର୍ଥ ଋଣ ଆକାରରେ ନେଇଥିଲେ। ଇତି ମଧ୍ୟରେ ପାଖାପାଖି ୭ ହଜାର ଟଙ୍କା ଋଣ କିସ୍ତି ଅର୍ଥ ଭାରତ ମିନି ଫାଇନନ୍ସ କମ୍ପାନିକୁ ପରିଶୋଧ କରିଥିଲେ। କରୋନା ଦ୍ୱିତୀୟ ଲହର ଜାରି ରହିଥିବା ଯୋଗୁ ମାନସ ଗେଡି କୌଣସି କାମଧନ୍ଦା କରିପାରୁନଥିଲେ । ଫଳରେ ଅବଶିଷ୍ଟ ଟଙ୍କାକୁ ପରିଶୋଧ କରିବାରେ ବିଳମ୍ବ କରିଥିଲେ। ଚଳିତ ମାସ ୨୬ ତାରିଖ ରାତ୍ର ୧୦ ଘଟିକା ସମୟରେ ଭାରତ ମିନି ଫାଇନାନ୍ସର ଏଜେଣ୍ଟ ମୁସ୍ତାକ ଅଲ୍ଲି ଖାନ୍, ପତ୍ନୀ କୋରେସ ବିବିଙ୍କ ସମେତ ତାଙ୍କର କିଛି କର୍ମଚାରୀ ଖଣ୍ଡାର ସ୍ଥିତ ମାନସ ଗେଡିଙ୍କ ଘରେ ପହଂଚି ଆଣିଥିବା ଋଣ ଅର୍ଥ ପରିଶୋଧ କରିବାକୁ ତାଗିଦ୍ କରିଥିଲେ। ଅଭାବରେ ରହୁଥିବାରୁ ଆସନ୍ତା ୩୦ ତାରିଖ ଦିନ ଋଣ ଅର୍ଥ ପରିଶୋଧ କରବେ ବୋଲି ମାନସ କହିବା ସହ ତାଙ୍କ ବାପା, ମାଆ ଓ ସ୍ତ୍ରୀ ପଦ୍ମିନୀ ଭାରତ ମିନି ଫାଇନାନ୍ସର କର୍ମଚାରୀଙ୍କୁ ନେହୁରା ହୋଇ କହିଥିଲେ। ମାତ୍ର ଫାଇନାନ୍ସ ଏଜେଣ୍ଟ ଓ କର୍ମଚାରୀମାନେ ଅଭାବି ପରିବାର ମାନସଙ୍କ ପରିବାରର କାହାରି କଥାକୁ ଶୁଣି ନଥିଲେ। ବରଂ ଅତ୍ୟନ୍ତ ଖରାପ ଭାଷାରେ ପରିବାରଙ୍କ ସମ୍ମୁଖରେ ମାନସକୁ ଗାଳିଗୁଲଜ କରିବା ସହ ମାନସଙ୍କ ବାପା ମାଆ ଓ ପତ୍ନୀଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ପ୍ରାୟ ୧ ଘଣ୍ଟ ମାନସଙ୍କ ଘରେ ରହିବା ପରେ ରାତ୍ର ୧୧ ଟା ସମୟରେ ଫାଇନାନ୍ସର ଏଜେଣ୍ଟ ଓ କର୍ମଚାରୀ ମାନସକୁ ଯୋରଜବରଦସ୍ତ ଏକ ଗାଡିରେ ଆଣି ଯାଜପୁର ସହରର କୁସୁମା ସ୍ଥିତ ଥିବା ତାଙ୍କ ଘରେ ବନ୍ଦିକରି ରଖିଥିଲେ।
ଶୁକ୍ରବାର ଦିନ ମାନସଙ୍କ ପତ୍ନୀ ପଦ୍ମିନୀ ସ୍ୱାମୀଙ୍କୁ ଅପହରଣ କରି ନିଆଯାଇ କୁସୁମା ସ୍ଥିତ ଘରେ ଚାବି ପକାଇ ରଖାଯାଇଛି ବୋଲି ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗକୁ ଭିର୍ତ୍ତିକରି ଯାଜପୁର ଟାଉନ ଥାନାର ଭାର ପ୍ରାପ୍ତ ଅଧିକାରୀ ମାନସ ଚକ୍ରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍ ସଦଳବଳେ ଶୁକ୍ରବାର ୧ ଘଟିକା ସମୟରେ କୁସୁମାସ୍ଥିତ ଫାଇନାନ୍ସ ଏଜେଣ୍ଟଙ୍କ ଘରେ ଚଢ଼ାଉ କରି ବନ୍ଦୀଥିବା ମାନସକୁ ଉଦ୍ଧାର କରି ଯାଜପୁର ଥାନାକୁ ଆଣିବା ସହ ଅପହରଣ କରି ଥିବା ଅଭିଯୋଗରେ ଫାଇନନ୍ସର ଏଜେଣ୍ଟ ମୁସ୍ତାକ ଅଲ୍ଲି ଖାନ୍କୁ ଥାନାରେ ଅଟକ ରଖିଛନ୍ତି। ଯାଜପୁର ଥାନା ପକ୍ଷରୁ ଅପହରଣ କରି ରଖିଥିବା ଅଭିଯୋଗରେ ମୁସ୍ତାକ ଅଲ୍ଲିଙ୍କ ନାମରେ ଏକ ମୋକଦ୍ଦମା ରୁଜୁ କରାଯାଇଛି। ଅନ୍ୟପଟେ ଏହି ଅପରହଣରେ ସମ୍ପୃକ୍ତ ଥିବା ଅନ୍ୟକର୍ମଚାରୀଙ୍କ ବିରୁଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।