ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗ: ଲୋୟର ପିଏମ୍‌ଜିରେ ବିଜେଡିର ଜୋରଦାର ବିକ୍ଷୋଭ, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

Madhusudan Das Picture
Published On

ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟିକୁ ବିରୋଧ କରି ରାଜଧାନୀ ଭୁବନେଶ୍ୱରର ଗାନ୍ଧୀ ମାର୍ଗଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳର ଶତାଧିକ କର୍ମକର୍ତ୍ତା ଏହି ଆନ୍ଦୋଳନରେ ସାମିଲ ହୋଇ ପ୍ରତିବାଦ କରିବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। 

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ

ପାଠ୍ୟପୁସ୍ତକରେ ହୋଇଥିବା ଏହି ଅବହେଳା ଓ ତ୍ରୁଟି ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ନୈତିକ ଦାୟିତ୍ୱ ନେଇ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି । ଏଥିସହ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଯଥାଶୀଘ୍ର ତ୍ରୁଟିମୁକ୍ତ ଏବଂ ସଂଶୋଧିତ ପାଠ୍ୟପୁସ୍ତକ ଯୋଗାଇଦେବାକୁ ବିଜେଡି ପକ୍ଷରୁ ଦୃଢ଼ ଦାବି କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଗାନ୍ଧୀ ମାର୍ଗରେ ସମାନ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ଜିଲ୍ଲାରୁ ଆସିଥିବା ସାଂଗଠନିକ କର୍ମକର୍ତ୍ତାଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ବିଧାନସଭା ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଆନ୍ଦୋଳନକୁ ରୋକିବା ପାଇଁ ଏଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

ଅନ୍ୟପକ୍ଷରେ, ବିଧାନସଭା ଗୃହ ଭିତରେ ମଧ୍ୟ ବିଜେଡି ସଦସ୍ୟମାନେ ପାଠ୍ୟପୁସ୍ତକ ପ୍ରସଙ୍ଗ ଉଠାଇବା ସହ ନାରାବାଜି କରିଥିଲେ। ଗୃହରେ ଏହି ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର