ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Madhusudan Das Picture
Published On

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀଙ୍କ ପିଏ ପରିଚୟ ଦେଇ ଠକେଇ । ଚାକିରି ନାଁରେ କୋଟିଏରୁ ଅଧିକ ଠକେଇ । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଭାବରେ ନିଜକୁ ପରିଚୟ ଦେଇ ଚାକିରି ଆଶାୟୀଙ୍କ ଠାରୁ ପ୍ରାୟ ୧ କୋଟି ଟଙ୍କା ଠକି ନେଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ବୁଧବାର ଦିନ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଜଗନ୍ନାଥ ବାହାଳିଆ। ତାଙ୍କୁ ପଶ୍ଚିମବଙ୍ଗର ଦୀଘାରୁ ଭଦ୍ରକ ଟାଉନ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗିରଫ କରିବାରେ ସଫଳ ହୋଇଛି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଗନ୍ନାଥ ବାହାଳିଆ ନିଜକୁ ଉପମୁଖ୍ୟମନ୍ତ୍ରୀଙ୍କ ପିଏ ବୋଲି ପରିଚୟ ଦେଉଥିଲେ। ସାଧାରଣ ଲୋକଙ୍କ ବିଶ୍ୱାସ ଜିଣିବା ପାଇଁ ସେ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ପ୍ରମୁଖ ରାଜନୈତିକ ନେତାଙ୍କ ସହ ଉଠାଇଥିବା ଫଟୋଗୁଡ଼ିକୁ ବ୍ୟବହାର କରୁଥିଲେ। ଏହି ଫଟୋ ଦେଖାଇ ସେ ନିଜର ରାଜନୈତିକ ପ୍ରଭାବ ଥିବା ଦାବି କରିବା ସହ ଟଙ୍କା ବଦଳରେ ଯୁବକମାନଙ୍କୁ ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଉଥିଲେ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ଏହିଭଳି ଏକ ଠକେଇର ଶିକାର ହୋଇଥିଲେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳର ଜଣେ ଯୁବକ। ରେଳବାଇରେ ଚାକିରି କରାଇଦେବା ନାମରେ ଅଭିଯୁକ୍ତ ଜଣକ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇଥିଲେ ଏବଂ ପରେ ତାଙ୍କୁ ଏକ ନକଲି ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ପୋଲିସର ଅନୁମାନ ଯେ ଅନେକ ଲୋକ ଏହିଭଳି ଭାବେ ଅଭିଯୁକ୍ତଙ୍କ ଦ୍ୱାରା ପ୍ରତାରିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

ଠକେଇ ସମ୍ପର୍କରେ ବାଲେଶ୍ୱର, ଭଦ୍ରକ ଏବଂ କଟକ ଜିଲ୍ଲାରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଭଦ୍ରକ ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତାଙ୍କ ଲୋକେସନ ଟ୍ରାକ୍ କରି ଶେଷରେ ତାଙ୍କୁ ଦୀଘାରୁ ଗିରଫ କରିଥିଲା। 

ଅଭିଯୁକ୍ତ ଏପର୍ଯ୍ୟନ୍ତ ମୋଟ କେତେ ଟଙ୍କା ଆଦାୟ କରିଛନ୍ତି, କେତେ ଜଣ ଯୁବକ ଏହି ଠକେଇର ଶିକାର ହୋଇଛନ୍ତି ଏବଂ ଏହି ଗ୍ୟାଙ୍ଗରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର