ବାରବାଙ୍କ ଘାଟିରେ ଭୟଙ୍କର ଭୂସ୍ଖଳନ, ଲଗାଣ ବର୍ଷାରେ ଖସିଲା ମାଟି ଅତଡ଼ା

Madhusudan Das Picture
Published On

ଚମ୍ପୁଆ: ବାରବାଙ୍କ ଘାଟିରେ ଭୟଙ୍କର ଭୂସ୍ଖଳନ । ଖସିଲା ମାଟି ଅତଡ଼ା ।  ପ୍ରବଳ ବର୍ଷା ଯୋଗୁଁ ରୁଗୁଡ଼ି ଥାନା ଅନ୍ତର୍ଗତ NH 520 ବାରବାଙ୍କ ଘାଟିରେ ଭୂସ୍ଖଳନ । ଗତ ରାତିରେ ରାଜପଥରେ ଗୋଟିଏ ପାର୍ଶ୍ୱର ଅଧା ଭାଗରେ ଧସି ପଡ଼ିଛି ମାଟି ଅତଡ଼ା । ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ । ଭଦ୍ରାସାହି ପଟୁ ରାଜାମୁଣ୍ଡା ଦିଗକୁ ଯାତ୍ରା କରୁଥିବା ଲୋକଙ୍କୁ ସତର୍କତା ଅବଲମ୍ବନ ପାଇଁ  କେନ୍ଦୁଝର ପୋଲିସ ପରାମର୍ଶ ଦେଇଛି । 

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ବଡ଼ବିଲ ସହରର ପ୍ରମୁଖ ରାସ୍ତା ମାନଙ୍କରେ ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ସେହିପରି ଡ୍ରେନେଜ୍ ମାଧ୍ୟମରେ ଜଳ ନିଷ୍କାସନ ହୋଇନପାରି ଡେଲି ମାର୍କେଟ ସମେତ ସହରର ବିଭିନ୍ନ ୱାର୍ଡରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର