ରାଜପଥରେ ବୁଲାଗୋରୁଙ୍କ ଯୋଗୁଁ ହେଉଥିବା ଦୁର୍ଘଟଣା ରୋକିବାକୁ ନୂଆ ପଦକ୍ଷେପ: ଜାତୀୟ ରାଜପଥ କଡ଼ରେ ଖୋଲିବ 'ଗୋଶାଳା'

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ଜାତୀୟ ରାଜପଥଗୁଡ଼ିକରେ ବୁଲାଗୋରୁଙ୍କ ଯୋଗୁଁ ଘଟୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବୁଲା ପ୍ରାଣୀମାନଙ୍କୁ ରାସ୍ତାରୁ ହଟାଇବା ଏବଂ ସେମାନଙ୍କର ଉପଯୁକ୍ତ ଥଇଥାନ ପାଇଁ ରାଜପଥ କଡ଼ରେ ଗୋଶାଳା ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହି ବୈଠକରେ ପରିବହନ ବିଭାଗ, ଏନ୍‌ଏଚ୍‌ଏଆଇ (NHAI) ଏବଂ ପ୍ରାଣୀ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜୀବନହାନି ରୋକିବା ଏବଂ ଗୋରୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରମୁଖ ରାଜପଥଗୁଡ଼ିକରେ ପ୍ରତି ୧୦୦ ରୁ ୧୫୦ କିଲୋମିଟର ବ୍ୟବଧାନରେ ଏହି ଗୋଶାଳାଗୁଡ଼ିକ ପ୍ରତିଷ୍ଠା କରାଯିବ।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ରାସ୍ତା ଉପରେ ବୁଲୁଥିବା ଗୋରୁମାନଙ୍କୁ ଉଦ୍ଧାର କରାଯାଇ ଏହି ଗୋଶାଳାଗୁଡ଼ିକରେ ରଖାଯିବ। ଏହାର ପରିଚାଳନା ଦାୟିତ୍ୱ ବିଭିନ୍ନ ସାମାଜିକ ସଂଗଠନକୁ ପ୍ରଦାନ କରାଯାଇପାରେ, ଯେତେବେଳେ କି ସମସ୍ତ ଖର୍ଚ୍ଚ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ବହନ କରିବ। ଏଥିସହ ରାଜପଥରୁ ଗୋରୁ ହଟାଇବାରେ ସ୍ଥାନୀୟ ପୋଲିସ ଅଧିକାରୀ, ବିଶେଷକରି ଏସପି (SPs) ଏବଂ ଆଇଆଇସି (IICs) ମାନେ ସହଯୋଗ କରିବେ।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

ଏହି ପଦକ୍ଷେପ କେବଳ ସଡ଼କ ଦୁର୍ଘଟଣା କମାଇବ ନାହିଁ, ବରଂ ଗୋରୁ ଚାଲାଣ ରୋକିବାରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି। ଖୁବ୍ ଶୀଘ୍ର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଏସଓପି (SOP) ପ୍ରସ୍ତୁତ କରୁଛନ୍ତି ବୋଲି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସ୍ପଷ୍ଟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର