ସେବା ଓ ପ୍ରତିବଦ୍ଧତା ପାଇଁ ସୁଶାନ୍ତ ସ୍ମରଣୀୟ ହୋଇରହିବେ: ନବୀନ

ଜନ୍ମମାଟିରେ ସୁଶାନ୍ତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି

Madhusudan Das Picture
Published On

ସୋହେଲା: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁଶାନ୍ତ ସିଂଙ୍କ ଦ୍ୱାଦଶାହ ଅବସରରେ ସୋହେଲା ନିକଟସ୍ଥ ହଳଦିପାଲି ପଡ଼ିଆରେ ଗୁରୁବାର ଏକ ରାଜ୍ୟସ୍ତରୀୟ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରରୁ ହଜାର ହଜାର ନେତା, କର୍ମୀ ଓ ସୁଶାନ୍ତ ସିଂଙ୍କ ଅନୁଗାମୀ ଯୋଗଦେଇ ତାଙ୍କ ପ୍ରିୟ ନେତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବରଗଡ଼ ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ସୁବ୍ରତ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପାଠ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ସରକାରରେ ଆବାସ ଯୋଜନାରେ ମହାଘୋଟାଲା; ପ୍ରକୃତ ହିତାଧିକାରୀ ବଞ୍ଚିତ, ଦଳୀୟ ଭିତ୍ତିରେ ବଣ୍ଟା ଯାଉଛି ଘର: ବିଜେଡି

ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ସାଧାରଣ ଜୀବନ ସର୍ବଦା ଆହ୍ୱାନପୂର୍ଣ୍ଣ ହୋଇଥାଏ। ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବା ହିଁ ଜଣେ ସଫଳ ଜନପ୍ରତିନିଧିଙ୍କ ପରିଚୟ। ସ୍ୱର୍ଗତ ସୁଶାନ୍ତ ସିଂ ଦୃଢ଼ ନେତୃତ୍ୱ, ସାଙ୍ଗଠନିକ ଦକ୍ଷତା, ସରଳ ଜୀବନ, ସମର୍ପିତ ସେବା ଓ ଲୋକଙ୍କ ପ୍ରତି ଅବିଚଳ ପ୍ରତିବଦ୍ଧତା ପାଇଁ ସବୁବେଳେ ସ୍ମରଣୀୟ ରହିବେ। ତୃଣମୂଳ ସ୍ତରରେ ତାଙ୍କର ଦୃଢ଼ ସମ୍ପର୍କ ବିଜୁ ଜନତା ଦଳକୁ ସୁଦୃଢ଼ କରିଥିଲା। ବିଧାୟକ ଓ ମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟଦକ୍ଷତା ଉଚ୍ଚକୋଟୀର ଥିଲା। ତାଙ୍କର ଅମାୟିକ ବ୍ୟବହାର ଯୋଗୁଁ ସେ ସର୍ବସ୍ତରରେ ଶ୍ରଦ୍ଧାଭାଜନ ହୋଇପାରିଥିଲେ। ତାଙ୍କର ଅକାଳ ବିୟୋଗ ବିଜୁ ଜନତା ଦଳ ତଥା ସମଗ୍ର ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ଉଲ୍ଲେଖ କରି ସୁଶାନ୍ତଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ନବୀନ। 

ଆହୁରି ପଢ଼ନ୍ତୁ: ତପ୍ତପାଣିରେ ମା' କନ୍ଧୁଣୀ ଦେବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବିଜେଡି ନେତ୍ରୀ ସୁଜାତା ରାଉତ ସମ୍ବଲପୁରୀ ଭାଷାରେ ସୁଶାନ୍ତଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କହିଥିଲେ ଯେ ସୁଶାନ୍ତ ସିଂ କେବଳ ଜଣେ ରାଜନେତା ନ ଥିଲେ; ସେ ଏହି ମାଟିର ଗର୍ବ ଏବଂ ସାଧାରଣ ଲୋକଙ୍କର ପ୍ରକୃତ ବନ୍ଧୁ ଥିଲେ। ତାଙ୍କ ଘରର ଦ୍ୱାର ସର୍ବଦା ସାଧାରଣ ଲୋକଙ୍କ ପାଇଁ ଖୋଲା ରହୁଥିଲା। ଦିନ ହେଉ କି ରାତି, ଯେ କେହି ତାଙ୍କ ପାଖକୁ ଆସୁଥିଲେ, ସେ କେବେ ନିରାଶ ହୋଇ ଫେରୁନଥିଲେ। ତାଙ୍କର ଦୂରଦର୍ଶିତା, ପରିଶ୍ରମ ଓ ଲୋକସେବା ମନୋଭାବ ତାଙ୍କୁ ସମସ୍ତଙ୍କ ପ୍ରିୟପାତ୍ର କରିଥିଲା। ତାଙ୍କର ବିୟୋଗ କେବଳ ଏହି ଅଞ୍ଚଳ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ବିରାଟ କ୍ଷତି ବୋଲି ସେ କହିଥିଲେ। ତାଙ୍କ ଆଦର୍ଶକୁ ଅନୁସରଣ କରି ଲୋକସେବା କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ। 

ଆହୁରି ପଢ଼ନ୍ତୁ: ବନ୍ୟା କ୍ଷୟକ୍ଷତି ପାଇଁ ୨୨ଟି ଜିଲ୍ଲାକୁ ୧୧୦ କୋଟିର ସହାୟତା ଘୋଷଣା: ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ମିଳିବ ଅଧିକ ଅନୁଦାନ

  ଶ୍ରଦ୍ଧାଞ୍ଜଳି ସଭାରେ ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ପିସିସି ସଭାପତି ଭକ୍ତ ଚରଣ ଦାସ, ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ଦେବେଶ ଆଚାର୍ଯ୍ୟ, ପ୍ରୀତିରଞ୍ଜନ ଘଡ଼ାଇ, ପ୍ରଦୀପ ଅମାତ, ଦିବ୍ୟଶଙ୍କର ମିଶ୍ର, ପଦ୍ମଶ୍ରୀ ହଳଧର ନାଗ, କଳିକେଶ ସିଂ ଦେଓ, ଟୁକୁନି ସାହୁ, ସୁରେଶ ରାଉତରାୟ, ସୁବ୍ରତ ତରାଇ, ପୁଷ୍ପେନ୍ଦ୍ର୍ର ସିଂହଦେଓ, ରାଜଶ୍ରୀ ମଲ୍ଲିକ, ଅଧିରାଜ ପାଣିଗ୍ରାହୀ, ଦେବେନ୍ଦ୍ର ସାହୁ, ଆକାଶ ପଣ୍ଡା, ଗୋପାଳ ଚନ୍ଦ୍ର ଅଗ୍ରୱାଲ, କୀର୍ତ୍ତିଚନ୍ଦ୍ର ଦୂଆନ୍‌, ରାଜେନ୍ଦ୍ର ପ୍ରସାଦ ହୋତା, ସୁରେନ୍ଦ୍ର ନାଏକଙ୍କ ସମେତ ବହୁ ବିଧାୟକ, ପୂର୍ବତନ ବିଧାୟକ, ଜନପ୍ରତିନିଧି ଓ ବିଭିନ୍ନ ଦଳର ନେତାମାନେ ଉପସ୍ଥିତ ରହି ସ୍ୱର୍ଗତ ସୁଶାନ୍ତ ସିଂଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୪୧୪ ଜଣ ରକ୍ତଦାନ କରିଥିଲେ। ସେହିପରି ସ୍ୱର୍ଗତ ସୁଶାନ୍ତ ସିଂଙ୍କ ସ୍ମୃତିରେ ‘ସ୍ମୃତିରେ ସୁଶାନ୍ତ’ ଶୀର୍ଷକ ଏକ ସ୍ମାରକ ପୁସ୍ତିକା ଉନ୍‌ମୋଚନ କରାଯାଇଥିଲା।

06 Aug 2026 By Madhusudan Das

ସେବା ଓ ପ୍ରତିବଦ୍ଧତା ପାଇଁ ସୁଶାନ୍ତ ସ୍ମରଣୀୟ ହୋଇରହିବେ: ନବୀନ

ଜନ୍ମମାଟିରେ ସୁଶାନ୍ତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି

ସୋହେଲା: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁଶାନ୍ତ ସିଂଙ୍କ ଦ୍ୱାଦଶାହ ଅବସରରେ ସୋହେଲା ନିକଟସ୍ଥ ହଳଦିପାଲି ପଡ଼ିଆରେ ଗୁରୁବାର ଏକ ରାଜ୍ୟସ୍ତରୀୟ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରରୁ ହଜାର ହଜାର ନେତା, କର୍ମୀ ଓ ସୁଶାନ୍ତ ସିଂଙ୍କ ଅନୁଗାମୀ ଯୋଗଦେଇ ତାଙ୍କ ପ୍ରିୟ ନେତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବରଗଡ଼ ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ସୁବ୍ରତ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପାଠ କରିଛନ୍ତି।

ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ସାଧାରଣ ଜୀବନ ସର୍ବଦା ଆହ୍ୱାନପୂର୍ଣ୍ଣ ହୋଇଥାଏ। ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବା ହିଁ ଜଣେ ସଫଳ ଜନପ୍ରତିନିଧିଙ୍କ ପରିଚୟ। ସ୍ୱର୍ଗତ ସୁଶାନ୍ତ ସିଂ ଦୃଢ଼ ନେତୃତ୍ୱ, ସାଙ୍ଗଠନିକ ଦକ୍ଷତା, ସରଳ ଜୀବନ, ସମର୍ପିତ ସେବା ଓ ଲୋକଙ୍କ ପ୍ରତି ଅବିଚଳ ପ୍ରତିବଦ୍ଧତା ପାଇଁ ସବୁବେଳେ ସ୍ମରଣୀୟ ରହିବେ। ତୃଣମୂଳ ସ୍ତରରେ ତାଙ୍କର ଦୃଢ଼ ସମ୍ପର୍କ ବିଜୁ ଜନତା ଦଳକୁ ସୁଦୃଢ଼ କରିଥିଲା। ବିଧାୟକ ଓ ମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟଦକ୍ଷତା ଉଚ୍ଚକୋଟୀର ଥିଲା। ତାଙ୍କର ଅମାୟିକ ବ୍ୟବହାର ଯୋଗୁଁ ସେ ସର୍ବସ୍ତରରେ ଶ୍ରଦ୍ଧାଭାଜନ ହୋଇପାରିଥିଲେ। ତାଙ୍କର ଅକାଳ ବିୟୋଗ ବିଜୁ ଜନତା ଦଳ ତଥା ସମଗ୍ର ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ଉଲ୍ଲେଖ କରି ସୁଶାନ୍ତଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ନବୀନ। 

ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବିଜେଡି ନେତ୍ରୀ ସୁଜାତା ରାଉତ ସମ୍ବଲପୁରୀ ଭାଷାରେ ସୁଶାନ୍ତଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କହିଥିଲେ ଯେ ସୁଶାନ୍ତ ସିଂ କେବଳ ଜଣେ ରାଜନେତା ନ ଥିଲେ; ସେ ଏହି ମାଟିର ଗର୍ବ ଏବଂ ସାଧାରଣ ଲୋକଙ୍କର ପ୍ରକୃତ ବନ୍ଧୁ ଥିଲେ। ତାଙ୍କ ଘରର ଦ୍ୱାର ସର୍ବଦା ସାଧାରଣ ଲୋକଙ୍କ ପାଇଁ ଖୋଲା ରହୁଥିଲା। ଦିନ ହେଉ କି ରାତି, ଯେ କେହି ତାଙ୍କ ପାଖକୁ ଆସୁଥିଲେ, ସେ କେବେ ନିରାଶ ହୋଇ ଫେରୁନଥିଲେ। ତାଙ୍କର ଦୂରଦର୍ଶିତା, ପରିଶ୍ରମ ଓ ଲୋକସେବା ମନୋଭାବ ତାଙ୍କୁ ସମସ୍ତଙ୍କ ପ୍ରିୟପାତ୍ର କରିଥିଲା। ତାଙ୍କର ବିୟୋଗ କେବଳ ଏହି ଅଞ୍ଚଳ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ବିରାଟ କ୍ଷତି ବୋଲି ସେ କହିଥିଲେ। ତାଙ୍କ ଆଦର୍ଶକୁ ଅନୁସରଣ କରି ଲୋକସେବା କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ। 

  ଶ୍ରଦ୍ଧାଞ୍ଜଳି ସଭାରେ ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ପିସିସି ସଭାପତି ଭକ୍ତ ଚରଣ ଦାସ, ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ଦେବେଶ ଆଚାର୍ଯ୍ୟ, ପ୍ରୀତିରଞ୍ଜନ ଘଡ଼ାଇ, ପ୍ରଦୀପ ଅମାତ, ଦିବ୍ୟଶଙ୍କର ମିଶ୍ର, ପଦ୍ମଶ୍ରୀ ହଳଧର ନାଗ, କଳିକେଶ ସିଂ ଦେଓ, ଟୁକୁନି ସାହୁ, ସୁରେଶ ରାଉତରାୟ, ସୁବ୍ରତ ତରାଇ, ପୁଷ୍ପେନ୍ଦ୍ର୍ର ସିଂହଦେଓ, ରାଜଶ୍ରୀ ମଲ୍ଲିକ, ଅଧିରାଜ ପାଣିଗ୍ରାହୀ, ଦେବେନ୍ଦ୍ର ସାହୁ, ଆକାଶ ପଣ୍ଡା, ଗୋପାଳ ଚନ୍ଦ୍ର ଅଗ୍ରୱାଲ, କୀର୍ତ୍ତିଚନ୍ଦ୍ର ଦୂଆନ୍‌, ରାଜେନ୍ଦ୍ର ପ୍ରସାଦ ହୋତା, ସୁରେନ୍ଦ୍ର ନାଏକଙ୍କ ସମେତ ବହୁ ବିଧାୟକ, ପୂର୍ବତନ ବିଧାୟକ, ଜନପ୍ରତିନିଧି ଓ ବିଭିନ୍ନ ଦଳର ନେତାମାନେ ଉପସ୍ଥିତ ରହି ସ୍ୱର୍ଗତ ସୁଶାନ୍ତ ସିଂଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୪୧୪ ଜଣ ରକ୍ତଦାନ କରିଥିଲେ। ସେହିପରି ସ୍ୱର୍ଗତ ସୁଶାନ୍ତ ସିଂଙ୍କ ସ୍ମୃତିରେ ‘ସ୍ମୃତିରେ ସୁଶାନ୍ତ’ ଶୀର୍ଷକ ଏକ ସ୍ମାରକ ପୁସ୍ତିକା ଉନ୍‌ମୋଚନ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର