ରାୟଗଡ଼ା ଆବାସିକ ବିଦ୍ୟାଳୟରେ ରାଗିଂ ଅଭିଯୋଗ: ନବମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଦଶମ ଶ୍ରେଶୀ ଛାତ୍ର
ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଏକ ସରକାରୀ ଆବାସିକ ବିଦ୍ୟାଳୟରେ ରାଗିଂ ଏବଂ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ନବମ ଶ୍ରେଣୀ ଛାତ୍ରଙ୍କୁ ପଶୁ ପରି ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରିଥିବା ଅଭିଯୋଗ । ଘଟଣାଟି କୋଲନରା ବ୍ଲକ ଅନ୍ତର୍ଗତ ରିଭାଲାକାନା ଉଚ୍ଚ ବିଦ୍ୟାଳୟରେ ରବିବାର ରାତିରେ ଘଟିଥିବା ସୂଚନା ମିଳିଛି। ହଷ୍ଟେଲରେ ସିନିଅର ଛାତ୍ରମାନେ ଜୁନିଅର ଛାତ୍ରମାନଙ୍କୁ ନିର୍ଦ୍ଦୟ ଭାବରେ ପିଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ଉକ୍ତ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ୨୦ ରୁ ଅଧିକ ନବମ ଶ୍ରେଣୀର ଛାତ୍ରଙ୍କୁ ନଡ଼ିଆ ବାହୁଙ୍ଗା ଏବଂ ବାଡ଼ିରେ ପିଟିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଦିନ ଏହି ଆକ୍ରମଣର ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶାସନ ତତ୍ପରତା ଦେଖାଇଛି। ରିପୋର୍ଟ ଅନୁଯାୟୀ, ଜଣେ ଦଶମ ଶ୍ରେଣୀ ଛାତ୍ର ଏବଂ ତାଙ୍କ ସହଯୋଗୀଙ୍କ ବ୍ୟବହାରକୁ ନେଇ କିଛି ନବମ ଶ୍ରେଣୀ ଛାତ୍ର ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଶିକ୍ଷକ ଜଣକ ଅଭିଯୁକ୍ତ ଛାତ୍ରଙ୍କୁ ଚେତାବନୀ ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଛାତ୍ର ଜଣକ ନିଜ ସାଙ୍ଗମାନଙ୍କ ସହ ମିଶି ଜୁନିଅର ଛାତ୍ରଙ୍କ ଉପରେ ଆକ୍ରମଣ କରିଥିଲେ।
ହଷ୍ଟେଲର ଦାୟିତ୍ୱରେ ଥିବା ଡମ୍ବରୁଧର ତ୍ରିପାଠୀ କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ଛାତ୍ର ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ସ୍କୁଲରୁ ବହିଷ୍କାର କରାଯିବ ଏବଂ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ କୋଲନରା ବ୍ଲକ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ମୁଣ୍ଡା ସ୍କୁଲ ପରିଦର୍ଶନ କରିବା ସହ ପ୍ରାଥମିକ ତଦନ୍ତ କରିଛନ୍ତି। ଜିଲ୍ଲା କଲ୍ୟାଣ ଅଧିକାରୀ ଅସୀମା ରାଓ କହିଛନ୍ତି ଯେ, ଏକ ବିସ୍ତୃତ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ବ୍ଲକ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।