ବିଜେପି ସରକାରରେ ଆବାସ ଯୋଜନାରେ ମହାଘୋଟାଲା; ପ୍ରକୃତ ହିତାଧିକାରୀ ବଞ୍ଚିତ, ଦଳୀୟ ଭିତ୍ତିରେ ବଣ୍ଟା ଯାଉଛି ଘର: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ବିଜେପି ସରକାରରେ ଆବାସ ଯୋଜନାରେ ମହାଘୋଟାଲା ହୋଇଛି। ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିବା ବେଳେ ବିଜେପି ନେତା ମାନଙ୍କ ଦ୍ୱାରା ହିତାଧିକାରୀ ଚୟନ କରାଯାଇ ଘର ବଣ୍ଟନ କରାଯାଇଛି। ସରକାରଙ୍କ ତ୍ରୁଟିକୁ ନିଜେ ମନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି। ସରକାରଙ୍କ ଏହି ପାତରଅନ୍ତର ନୀତିକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ।

ଆହୁରି ପଢ଼ନ୍ତୁ: ଭବ୍ୟ ସ୍ୱାଗତ ମାଧ୍ୟମରେ ଧର୍ମେନ୍ଦ୍ରଙ୍କ ବିଫଳତାକୁ ଲୁଚାଇବାକୁ ଅପପ୍ରୟାସ କରାଯାଉଛି: ବିଜେଡି

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆ ଆବାସ ଯୋଜନାରେ ହୋଇଥିବା ମହାଘୋଟାଲାକୁ ନେଇ ବିଜେପି ସରକାର ଉପରେ ବର୍ଷିଥିଲେ। ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ଓଡ଼ିଶାରେ ଆବାସ ଯୋଜନା ସମ୍ପୂର୍ଣ୍ଣ ଭାବେ ବାଟବଣା ହୋଇଛି। ଗରୀବ ଶ୍ରେଣୀର ଲୋକେ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ଦୋଷ ତ୍ରୁଟିକୁ ଲୁଚାଇବା ପାଇଁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲାଗି ପଡିଛନ୍ତି। ମନ୍ତ୍ରୀ ସର୍ବସାଧାରଣରେ ସରକାରୀ ମହିଳା କର୍ମଚାରୀଙ୍କୁ ଗାଳିଗୁଲଜ କରି ଦୁର୍ବ୍ୟବହାର କରିଛନ୍ତି, ଯାହାକି ଅତି ଅଶୋଭନୀୟ। ହିତାଧିକାରୀଙ୍କୁ ଘର ବଣ୍ଟନ ନେଇ ଥିବା ଗାଇଡଲାଇନକୁ ଖୁଲମଖୁଲା ଉଲ୍ଲଙ୍ଘନ କରିଛି ବିଜେପି ସରକାର। ଅନ୍ତଦ୍ୟୋୟ ଯୋଜନାରେ ହିତାଧିକାରୀ ମାନଙ୍କ ଚୟନ ନେଇ ସ୍ଥାନୀୟ ଜିଲ୍ଲାପାଳ ପଞ୍ଚାୟତିରାଜ ବିଭାଗକୁ ଜଣାଇବେ, ଏହାପରେ ମୁଖ୍ୟମନ୍ତ୍ରୀ ତାହାକୁ ଅନୁମୋଦନ କରିବା ନିୟମ ରହିଛି। କିନ୍ତୁ ତାହାକୁ ଉଲ୍ଲଙ୍ଘନ କରି ବିଜେପି ନେତା ମାନଙ୍କ ଦ୍ୱାରା ହିତାଧିକାରୀ ଚୟନ କରି ଗୃହ ପ୍ରଦାନ କରାଯାଇଛି। ବିଜେପି ନେତା ମାନେ ଚାପ ପ୍ରୟୋଗ କରି ଜିଓ ଟ୍ୟାଗିଂ କରୁଥିବାରୁ ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଗତ ୨ ବର୍ଷରେ ୧ ଲକ୍ଷ ୧ ହଜାର ଘର ଆସିଥିବା ବେଳେ ମାତ୍ର ୩୧୫୪ଟି ଘର ସମ୍ପୂର୍ଣ୍ଣ ହୋଇଛି। ସେହିପରି ଅନ୍ତଦ୍ୟୋୟ ଯୋଜନାରେ ୨ ଲକ୍ଷ ୨୫ ହଜାର ଘର ଆବଣ୍ଟନ କରାଯାଇଛି। ସର୍ଭେ କାର୍ଯ୍ୟ ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଥିବା ଗାଇଡଲାଇନକୁ ପାଳନ କରାଯାଇ ନାହିଁ, ଯାହାକି ମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି। ମନ୍ତ୍ରୀ ଢେଙ୍କାନାଳ ସଦର ବ୍ଲକର କାଇମାଟି ଗ୍ରାମପଞ୍ଚାୟତର ଗହମଖୁଣ୍ଟି ଗ୍ରାମକୁ ଯାଇଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ମନ୍ତ୍ରୀ ସେଠାରେ ସ୍ୱୀକାର କରିଥିଲେ। ଟଙ୍କା ନେଇ ଆବାସ ଗୃହ ବଣ୍ଟା ଯାଇଥିବା କହି ବିଡିଓ ଓ ପିଇଓଙ୍କୁ ସର୍ବସାଧାରଣରେ ଅଶୋଭନୀୟ ବ୍ୟବହାର କରି ଗାଳିଗୁଲଜ କରିଥିଲେ ମନ୍ତ୍ରୀ। ଏନେଇ ପିଇଓ ସଂଘ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଜଣେ ମହିଳା କର୍ମଚାରୀଙ୍କୁ ଏପରି ବ୍ୟବହାର କରିବା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ବିଜେପି ସରକାର ଦଳୀୟ ଭିତ୍ତିରେ ଘର ବଣ୍ଟନ ନ କରି ପ୍ରକୃତ ହିତାଧିକାରୀଙ୍କୁ ଘର ବଣ୍ଟନ କରନ୍ତୁ ବୋଲି ସେ ଦାବି କରିଥଲେ। 

ଆହୁରି ପଢ଼ନ୍ତୁ: ଘର ଏବଂ ଅଗଣାରୁ ଜଳ ନିଷ୍କାସନ ବେଳେ ବିଜୁଳି କରେଣ୍ଟ ଲାଗି ଅଗ୍ନୀଶମ ବାହିନୀର ଯବାନ ମୃତ

ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ ଆବାସ ଯୋଜନାରେ ଗରୀବ ଲୋକ ଘର ପାଇବାରୁ ବଞ୍ଚିତ ହେଉଛନ୍ତି। ଡବଲ ଇଞ୍ଜିନ ସରକାରର ଦୋଷ ତ୍ରୁଟିକୁ ଲୁଚାଇବାକୁ ଯାଇ ସର୍ବସାଧାରଣରେ ସରକାରୀ ମହିଳା କର୍ମଚାରୀଙ୍କୁ ମନ୍ତ୍ରୀ ଗାଳିଗୁଲଜ କରୁଛନ୍ତି। ବିଜେପି ସରକାର ମହିଳା ସୁରକ୍ଷା ଓ ମହିଳା ବନ୍ଦନାର ଡିଣ୍ଡିମ ପିଟୁଥିବା ବେଳେ ଏହା କେଉଁ ପ୍ରକାର ମହିଳାଙ୍କୁ ସମ୍ମାନ? ମନ୍ତ୍ରୀ ମହିଳା କର୍ମଚାରୀଙ୍କୁ ଅପଶବ୍ଦ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ। ବିଜେପିର କୁଜି ନେତା ମାନେ ଆବାସ ଯୋଜନାର ହିତାଧିକାରୀ ଚୟନ କରୁଛନ୍ତି। ଏଥିରେ ବାଧା ସୃଷ୍ଟି କଲେ ସରକାରୀ କର୍ମଚାରୀ ମାନେ ଅପମାନିତ ହେଉଛନ୍ତି। ହିତାଧିକାରୀ ମାନଙ୍କୁ ଗାଇଡଲାଇନ ଅନୁଯାୟୀ ଘର ପ୍ରଦାନ କରାଯାଉ ନାହିଁ। ୨ ମହଲା କୋଠା ଘର ଥାଇ ବି ଲୋକେ ଆବାସ ଯୋଜନାରେ ଗୃହ ହାତେଇଛନ୍ତି। ଏହି ଦୁର୍ନୀତି ପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ। ଆବାସ ଦୁର୍ନୀତିରେ ନିଜେ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। କେବଳ ଢେଙ୍କାନାଳ ଜିଲ୍ଲା ନୁହେଁ ସାରା ରାଜ୍ୟରେ ଆବାସ ଯୋଜନାରେ ଅନିୟମିତତା ଦେଖିବାକୁ ମିଳୁଛି। ଆବାସ ଦୁର୍ନୀତିର ତଦନ୍ତ କରାଯାଉ ଓ ପ୍ରକୃତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରି ଗୃହ ବଣ୍ଟନ କରାଯାଉ ବୋଲି ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ୟୁନେସ୍କୋ ହେରିଟେଜ୍‌ ତାଲିକାରେ ରଥଯାତ୍ରାକୁ ସାମିଲ ପ୍ରସଙ୍ଗ: ବିଜେଡି କହିଲା, 'ଅପବାଦରୁ ବଞ୍ଚିବା ଲାଗି ଲୋକଦେଖାଣିଆ ପଦକ୍ଷେପ'

03 Aug 2026 By Madhusudan Das

ବିଜେପି ସରକାରରେ ଆବାସ ଯୋଜନାରେ ମହାଘୋଟାଲା; ପ୍ରକୃତ ହିତାଧିକାରୀ ବଞ୍ଚିତ, ଦଳୀୟ ଭିତ୍ତିରେ ବଣ୍ଟା ଯାଉଛି ଘର: ବିଜେଡି

ଭୁବନେଶ୍ୱର: ବିଜେପି ସରକାରରେ ଆବାସ ଯୋଜନାରେ ମହାଘୋଟାଲା ହୋଇଛି। ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିବା ବେଳେ ବିଜେପି ନେତା ମାନଙ୍କ ଦ୍ୱାରା ହିତାଧିକାରୀ ଚୟନ କରାଯାଇ ଘର ବଣ୍ଟନ କରାଯାଇଛି। ସରକାରଙ୍କ ତ୍ରୁଟିକୁ ନିଜେ ମନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି। ସରକାରଙ୍କ ଏହି ପାତରଅନ୍ତର ନୀତିକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆ ଆବାସ ଯୋଜନାରେ ହୋଇଥିବା ମହାଘୋଟାଲାକୁ ନେଇ ବିଜେପି ସରକାର ଉପରେ ବର୍ଷିଥିଲେ। ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ଓଡ଼ିଶାରେ ଆବାସ ଯୋଜନା ସମ୍ପୂର୍ଣ୍ଣ ଭାବେ ବାଟବଣା ହୋଇଛି। ଗରୀବ ଶ୍ରେଣୀର ଲୋକେ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ଦୋଷ ତ୍ରୁଟିକୁ ଲୁଚାଇବା ପାଇଁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲାଗି ପଡିଛନ୍ତି। ମନ୍ତ୍ରୀ ସର୍ବସାଧାରଣରେ ସରକାରୀ ମହିଳା କର୍ମଚାରୀଙ୍କୁ ଗାଳିଗୁଲଜ କରି ଦୁର୍ବ୍ୟବହାର କରିଛନ୍ତି, ଯାହାକି ଅତି ଅଶୋଭନୀୟ। ହିତାଧିକାରୀଙ୍କୁ ଘର ବଣ୍ଟନ ନେଇ ଥିବା ଗାଇଡଲାଇନକୁ ଖୁଲମଖୁଲା ଉଲ୍ଲଙ୍ଘନ କରିଛି ବିଜେପି ସରକାର। ଅନ୍ତଦ୍ୟୋୟ ଯୋଜନାରେ ହିତାଧିକାରୀ ମାନଙ୍କ ଚୟନ ନେଇ ସ୍ଥାନୀୟ ଜିଲ୍ଲାପାଳ ପଞ୍ଚାୟତିରାଜ ବିଭାଗକୁ ଜଣାଇବେ, ଏହାପରେ ମୁଖ୍ୟମନ୍ତ୍ରୀ ତାହାକୁ ଅନୁମୋଦନ କରିବା ନିୟମ ରହିଛି। କିନ୍ତୁ ତାହାକୁ ଉଲ୍ଲଙ୍ଘନ କରି ବିଜେପି ନେତା ମାନଙ୍କ ଦ୍ୱାରା ହିତାଧିକାରୀ ଚୟନ କରି ଗୃହ ପ୍ରଦାନ କରାଯାଇଛି। ବିଜେପି ନେତା ମାନେ ଚାପ ପ୍ରୟୋଗ କରି ଜିଓ ଟ୍ୟାଗିଂ କରୁଥିବାରୁ ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଗତ ୨ ବର୍ଷରେ ୧ ଲକ୍ଷ ୧ ହଜାର ଘର ଆସିଥିବା ବେଳେ ମାତ୍ର ୩୧୫୪ଟି ଘର ସମ୍ପୂର୍ଣ୍ଣ ହୋଇଛି। ସେହିପରି ଅନ୍ତଦ୍ୟୋୟ ଯୋଜନାରେ ୨ ଲକ୍ଷ ୨୫ ହଜାର ଘର ଆବଣ୍ଟନ କରାଯାଇଛି। ସର୍ଭେ କାର୍ଯ୍ୟ ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଥିବା ଗାଇଡଲାଇନକୁ ପାଳନ କରାଯାଇ ନାହିଁ, ଯାହାକି ମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି। ମନ୍ତ୍ରୀ ଢେଙ୍କାନାଳ ସଦର ବ୍ଲକର କାଇମାଟି ଗ୍ରାମପଞ୍ଚାୟତର ଗହମଖୁଣ୍ଟି ଗ୍ରାମକୁ ଯାଇଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ମନ୍ତ୍ରୀ ସେଠାରେ ସ୍ୱୀକାର କରିଥିଲେ। ଟଙ୍କା ନେଇ ଆବାସ ଗୃହ ବଣ୍ଟା ଯାଇଥିବା କହି ବିଡିଓ ଓ ପିଇଓଙ୍କୁ ସର୍ବସାଧାରଣରେ ଅଶୋଭନୀୟ ବ୍ୟବହାର କରି ଗାଳିଗୁଲଜ କରିଥିଲେ ମନ୍ତ୍ରୀ। ଏନେଇ ପିଇଓ ସଂଘ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଜଣେ ମହିଳା କର୍ମଚାରୀଙ୍କୁ ଏପରି ବ୍ୟବହାର କରିବା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ବିଜେପି ସରକାର ଦଳୀୟ ଭିତ୍ତିରେ ଘର ବଣ୍ଟନ ନ କରି ପ୍ରକୃତ ହିତାଧିକାରୀଙ୍କୁ ଘର ବଣ୍ଟନ କରନ୍ତୁ ବୋଲି ସେ ଦାବି କରିଥଲେ। 

ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ ଆବାସ ଯୋଜନାରେ ଗରୀବ ଲୋକ ଘର ପାଇବାରୁ ବଞ୍ଚିତ ହେଉଛନ୍ତି। ଡବଲ ଇଞ୍ଜିନ ସରକାରର ଦୋଷ ତ୍ରୁଟିକୁ ଲୁଚାଇବାକୁ ଯାଇ ସର୍ବସାଧାରଣରେ ସରକାରୀ ମହିଳା କର୍ମଚାରୀଙ୍କୁ ମନ୍ତ୍ରୀ ଗାଳିଗୁଲଜ କରୁଛନ୍ତି। ବିଜେପି ସରକାର ମହିଳା ସୁରକ୍ଷା ଓ ମହିଳା ବନ୍ଦନାର ଡିଣ୍ଡିମ ପିଟୁଥିବା ବେଳେ ଏହା କେଉଁ ପ୍ରକାର ମହିଳାଙ୍କୁ ସମ୍ମାନ? ମନ୍ତ୍ରୀ ମହିଳା କର୍ମଚାରୀଙ୍କୁ ଅପଶବ୍ଦ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ। ବିଜେପିର କୁଜି ନେତା ମାନେ ଆବାସ ଯୋଜନାର ହିତାଧିକାରୀ ଚୟନ କରୁଛନ୍ତି। ଏଥିରେ ବାଧା ସୃଷ୍ଟି କଲେ ସରକାରୀ କର୍ମଚାରୀ ମାନେ ଅପମାନିତ ହେଉଛନ୍ତି। ହିତାଧିକାରୀ ମାନଙ୍କୁ ଗାଇଡଲାଇନ ଅନୁଯାୟୀ ଘର ପ୍ରଦାନ କରାଯାଉ ନାହିଁ। ୨ ମହଲା କୋଠା ଘର ଥାଇ ବି ଲୋକେ ଆବାସ ଯୋଜନାରେ ଗୃହ ହାତେଇଛନ୍ତି। ଏହି ଦୁର୍ନୀତି ପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ। ଆବାସ ଦୁର୍ନୀତିରେ ନିଜେ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। କେବଳ ଢେଙ୍କାନାଳ ଜିଲ୍ଲା ନୁହେଁ ସାରା ରାଜ୍ୟରେ ଆବାସ ଯୋଜନାରେ ଅନିୟମିତତା ଦେଖିବାକୁ ମିଳୁଛି। ଆବାସ ଦୁର୍ନୀତିର ତଦନ୍ତ କରାଯାଉ ଓ ପ୍ରକୃତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରି ଗୃହ ବଣ୍ଟନ କରାଯାଉ ବୋଲି ସେ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର