ଖୋର୍ଦ୍ଧାରେ ଦାଦାବଟି ଦାବି ଓ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ: ୮ ଅଭିଯୁକ୍ତ ଗିରଫ, ପିସ୍ତଲ ସହ ୩ କାର ଜବତ

Madhusudan Das Picture
Published On

ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳରେ ଘଟିଥିବା ଦାଦାବଟି ଦାବି ଓ ଗୁଳିମାଡ଼ ଘଟଣାରେ ପୋଲିସ ବଡ଼ ସଫଳତା ହାସଲ କରିଛି। ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ବିଦେଶୀ ନିର୍ମିତ ପିସ୍ତଲ, ୪ଟି ଜୀବନ୍ତ ଗୁଳି, ୩ଟି ଚାରିଚକିଆ ଗାଡ଼ି, ୬ଟି ମୋବାଇଲ ଫୋନ୍ ଏବଂ ନଗଦ ୯,୫୦୦ ଟଙ୍କା ଜବତ କରିଛି ବୋଲି ଆଜି ଜିଲା ମୁଖ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମିଳନୀ ରେ ଏସ୍ସି ପରମାର ସ୍ମିଥ ପର୍ଶୋତ୍ତମଦାସ ସୂଚନା ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ବନ୍ୟା ପୀଡ଼ିତଙ୍କୁ ସହାୟତା ପ୍ରଦାନ ପାଇଁ ସରକାରଙ୍କର ଆନ୍ତରିକତା ନାହିଁ: ବିଜେଡି

ପୋଲିସ ସୂଚନା ଅନୁଯାୟୀ, ଯାକରା ଗ୍ରାମର ପ୍ଲଟିଂ ବ୍ୟବସାୟୀ ଦିବ୍ୟଜ୍ୟୋତି ମିଶ୍ର ପାନବରାଜ ମୌଜାରେ ବ୍ୟବସାୟ କରୁଥିବା ବେଳେ ତାଙ୍କଠାରୁ ୨ କୋଟି ୫୦ ଲକ୍ଷ ଟଙ୍କା ଦାଦାବଟି ଦାବି କରାଯାଇଥିଲା। ଦାଦାବଟି ଦେବାକୁ ମନା କରିବା ପରେ ୩୧ ଜୁଲାଇ ରାତିରେ ଅଭିଯୁକ୍ତମାନେ ତାଙ୍କୁ ଜରିପୁଟ ହନୁମାନ ମନ୍ଦିର ନିକଟରୁ ପାନବରଜକୁ ନେଇଯାଇଥିଲେ। ପରେ ଅଭିଯୋଗକାରୀଙ୍କ ସହଯୋଗୀମାନେ ସେଠାରେ ପହଞ୍ଚିବା ପରେ ପାନବରାଜ ସଡ଼କ ସାହି ନିକଟରେ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହି ସମୟରେ ସୂର୍ଯ୍ୟ ନାରାୟଣ ମହାନ୍ତି ଓରଫ "ମିକୁ" ଅଭିଯୋଗକାରୀଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା।  ଅଭିଯୋଗକାରୀ ଗୁଳିରୁ ବର୍ତ୍ତିଯାଇଥିଲେ ମଧ୍ୟ ଗୁଳିଟି ପାନବରାଜ ଗ୍ରାମର ଅନିଲ ଛୋଟରାୟଙ୍କ ଡାହାଣ କାନ୍ଧରେ ବାଜିଥିଲା। ଗୁରୁତର ଆହତ ଅନିଲଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଟଳିଲା ବଡ ଅଘଟଣ: ମାଟି ଖୋଳିବା ବେଳେ ଫାଟିଲା ଗ୍ୟାସ ପାଇପ୍ ଲାଇନ, ଭୟରେ ବାସିନ୍ଦା

ଘଟଣାର ତଦନ୍ତ ସମୟରେ ଏସ୍‌ପି ପରମାର ସ୍ମିତ ପର୍ଶୋତ୍ତମଦାସ ନିର୍ଦ୍ଦେଶ ଏବଂ ଏସ୍‌ଡିପିଓ ପଙ୍କଜ କୁମାର ମାଝୀଙ୍କ ତତ୍ତ୍ୱାବଧାନରେ ମଡେଲ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସେକ ନାସିମ ଓରଫ ବାବୁଲ (୩୪), ମେହେରାଜ ଖାନ୍ ଓରଫ ରାଜା (୨୫), ରୋଶନ ମହାରଣା ଓରଫ ସିବା (୨୨), ଦେବାଶିଷ ସ୍ୱାଇଁ ଓରଫ ସିବା (୨୮), ସୂର୍ଯ୍ୟ ନାରାୟଣ ମହାନ୍ତି ଓରଫ ମିକୁ (୨୭), ପରେଶ ମହାନ୍ତି ଓରଫ ବୁନା (୩୧), ସୌମ୍ୟ ନାରାୟଣ ମହାନ୍ତି ଓରଫ ଲିକୁ (୨୨) ଓ ଦେବୀଦତ୍ତ ମହାନ୍ତି (୩୪) ।

ଆହୁରି ପଢ଼ନ୍ତୁ: ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କମ୍ପୁଛି ଲୋୟର ପିଏମଜି, ଆହୋରତ୍ର ଧାରଣାରେ ହଜାର ହଜାର ଯୁବ-ଛାତ୍ର

ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୪ଟି ଜୀବନ୍ତ ଗୁଳି, ଟାଟା ନେକ୍ସନ୍ କାର (ଓଡ଼ି-୦୨-ବିଜେଡ଼-୧୧୮୬), ସୁଜୁକି ସ୍ୱିଫ୍ଟ ଡିଜାୟର କାର  (ଓଡ଼ି-୦୨-ଏୟୁ-୩୫୫୫), ମହିନ୍ଦ୍ରା ସ୍କର୍ପିଓ (ଓଡ଼ି-୦୨-ଡିଏନ-୩୫୫୫), ୬ଟି ମୋବାଇଲ ଫୋନ୍, ନଗଦ ୯,୫୦୦ଟଙ୍କା କୁ ପୋଲିସ ଜବତ କରିଛି। ପୋଲିସ ଜବତ ସାମଗ୍ରୀକୁ ଜବତ କରିବା ସହ ମାମଲାର ଅଧିକ ତଦନ୍ତ ଜାରି ରଖିଛି ବୋଲି ଏସ୍ସି କହିଛନ୍ତି। ଏହି ଚଢ଼ାଉରେ ମଡେଲ ଥାନା ଆଇଆଇସି ସଞ୍ଜୟ କୁମାର ନାୟକ, ଏସ୍‌ଆଇ ଦିନେଶ କୁମାର ପିଙ୍ଗୁଆ, ଏଏସ୍‌ଆଇ ଗୋପବନ୍ଧୁ ରାଉତ, କନେଷ୍ଟବଳ ନାରାୟଣ ନାୟକ, ରାକେଶ କୁମାର ମୁଦୁଲି, ଶୁଭମ ଶେଖର ସାହୁ ଏବଂ ଓଏପିଏଫ୍ ଜବାନ ଶିବ ହାନ୍ତାଳ ସାମିଲ ଥିଲେ।

03 Aug 2026 By Madhusudan Das

ଖୋର୍ଦ୍ଧାରେ ଦାଦାବଟି ଦାବି ଓ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ: ୮ ଅଭିଯୁକ୍ତ ଗିରଫ, ପିସ୍ତଲ ସହ ୩ କାର ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳରେ ଘଟିଥିବା ଦାଦାବଟି ଦାବି ଓ ଗୁଳିମାଡ଼ ଘଟଣାରେ ପୋଲିସ ବଡ଼ ସଫଳତା ହାସଲ କରିଛି। ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ବିଦେଶୀ ନିର୍ମିତ ପିସ୍ତଲ, ୪ଟି ଜୀବନ୍ତ ଗୁଳି, ୩ଟି ଚାରିଚକିଆ ଗାଡ଼ି, ୬ଟି ମୋବାଇଲ ଫୋନ୍ ଏବଂ ନଗଦ ୯,୫୦୦ ଟଙ୍କା ଜବତ କରିଛି ବୋଲି ଆଜି ଜିଲା ମୁଖ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମିଳନୀ ରେ ଏସ୍ସି ପରମାର ସ୍ମିଥ ପର୍ଶୋତ୍ତମଦାସ ସୂଚନା ଦେଇଛନ୍ତି। 

ପୋଲିସ ସୂଚନା ଅନୁଯାୟୀ, ଯାକରା ଗ୍ରାମର ପ୍ଲଟିଂ ବ୍ୟବସାୟୀ ଦିବ୍ୟଜ୍ୟୋତି ମିଶ୍ର ପାନବରାଜ ମୌଜାରେ ବ୍ୟବସାୟ କରୁଥିବା ବେଳେ ତାଙ୍କଠାରୁ ୨ କୋଟି ୫୦ ଲକ୍ଷ ଟଙ୍କା ଦାଦାବଟି ଦାବି କରାଯାଇଥିଲା। ଦାଦାବଟି ଦେବାକୁ ମନା କରିବା ପରେ ୩୧ ଜୁଲାଇ ରାତିରେ ଅଭିଯୁକ୍ତମାନେ ତାଙ୍କୁ ଜରିପୁଟ ହନୁମାନ ମନ୍ଦିର ନିକଟରୁ ପାନବରଜକୁ ନେଇଯାଇଥିଲେ। ପରେ ଅଭିଯୋଗକାରୀଙ୍କ ସହଯୋଗୀମାନେ ସେଠାରେ ପହଞ୍ଚିବା ପରେ ପାନବରାଜ ସଡ଼କ ସାହି ନିକଟରେ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହି ସମୟରେ ସୂର୍ଯ୍ୟ ନାରାୟଣ ମହାନ୍ତି ଓରଫ "ମିକୁ" ଅଭିଯୋଗକାରୀଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା।  ଅଭିଯୋଗକାରୀ ଗୁଳିରୁ ବର୍ତ୍ତିଯାଇଥିଲେ ମଧ୍ୟ ଗୁଳିଟି ପାନବରାଜ ଗ୍ରାମର ଅନିଲ ଛୋଟରାୟଙ୍କ ଡାହାଣ କାନ୍ଧରେ ବାଜିଥିଲା। ଗୁରୁତର ଆହତ ଅନିଲଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା।

ଘଟଣାର ତଦନ୍ତ ସମୟରେ ଏସ୍‌ପି ପରମାର ସ୍ମିତ ପର୍ଶୋତ୍ତମଦାସ ନିର୍ଦ୍ଦେଶ ଏବଂ ଏସ୍‌ଡିପିଓ ପଙ୍କଜ କୁମାର ମାଝୀଙ୍କ ତତ୍ତ୍ୱାବଧାନରେ ମଡେଲ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ସେକ ନାସିମ ଓରଫ ବାବୁଲ (୩୪), ମେହେରାଜ ଖାନ୍ ଓରଫ ରାଜା (୨୫), ରୋଶନ ମହାରଣା ଓରଫ ସିବା (୨୨), ଦେବାଶିଷ ସ୍ୱାଇଁ ଓରଫ ସିବା (୨୮), ସୂର୍ଯ୍ୟ ନାରାୟଣ ମହାନ୍ତି ଓରଫ ମିକୁ (୨୭), ପରେଶ ମହାନ୍ତି ଓରଫ ବୁନା (୩୧), ସୌମ୍ୟ ନାରାୟଣ ମହାନ୍ତି ଓରଫ ଲିକୁ (୨୨) ଓ ଦେବୀଦତ୍ତ ମହାନ୍ତି (୩୪) ।

ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୪ଟି ଜୀବନ୍ତ ଗୁଳି, ଟାଟା ନେକ୍ସନ୍ କାର (ଓଡ଼ି-୦୨-ବିଜେଡ଼-୧୧୮୬), ସୁଜୁକି ସ୍ୱିଫ୍ଟ ଡିଜାୟର କାର  (ଓଡ଼ି-୦୨-ଏୟୁ-୩୫୫୫), ମହିନ୍ଦ୍ରା ସ୍କର୍ପିଓ (ଓଡ଼ି-୦୨-ଡିଏନ-୩୫୫୫), ୬ଟି ମୋବାଇଲ ଫୋନ୍, ନଗଦ ୯,୫୦୦ଟଙ୍କା କୁ ପୋଲିସ ଜବତ କରିଛି। ପୋଲିସ ଜବତ ସାମଗ୍ରୀକୁ ଜବତ କରିବା ସହ ମାମଲାର ଅଧିକ ତଦନ୍ତ ଜାରି ରଖିଛି ବୋଲି ଏସ୍ସି କହିଛନ୍ତି। ଏହି ଚଢ଼ାଉରେ ମଡେଲ ଥାନା ଆଇଆଇସି ସଞ୍ଜୟ କୁମାର ନାୟକ, ଏସ୍‌ଆଇ ଦିନେଶ କୁମାର ପିଙ୍ଗୁଆ, ଏଏସ୍‌ଆଇ ଗୋପବନ୍ଧୁ ରାଉତ, କନେଷ୍ଟବଳ ନାରାୟଣ ନାୟକ, ରାକେଶ କୁମାର ମୁଦୁଲି, ଶୁଭମ ଶେଖର ସାହୁ ଏବଂ ଓଏପିଏଫ୍ ଜବାନ ଶିବ ହାନ୍ତାଳ ସାମିଲ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର