ଖୁବ୍ଶୀଘ୍ର ଓମ୍ଫେଡ୍-ମିଲେଟ ମିଶନ ମଧ୍ୟରେ ଏମଓୟୁ: ରାଜଧାନୀର ୩୦ ପାର୍ଲରରେ ମିଳିବ ମିଲେଟ୍ ଫୁଡ୍
ଭୁବନେଶ୍ୱର: ଓଡ଼ିଶାର ମିଲେଟ୍ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ତଥା ଘରେ ଘରେ ମିଲେଟ୍ ଖାଦ୍ୟ ସାମଗ୍ରୀକୁ ପହଞ୍ଚାଇବା ପାଇଁ ଓଡ଼ିଶା ମିଲେଟ୍ ମିଶନ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଭୁବନେଶ୍ୱରର ଓମ୍ଫେଡ୍ ପାର୍ଲର୍ରେ ମିଳିବ ମିଲେଟ୍ରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ। ଏଥିପାଇଁ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ଶୀଘ୍ର ଓମ୍ଫେଡ୍ ଓ ରାଜ୍ୟ ମିଲେଟ ମିଶନ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷରିତ ହେବ। ଆସନ୍ତା ୧୦ତାରିଖ ସୁଦ୍ଧା ଓମ୍ଫେଡ଼୍ ପାର୍ଲରରେ ଏହି ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେବ। ଭୁବନେଶ୍ୱରର […]
ଭୁବନେଶ୍ୱର: ଓଡ଼ିଶାର ମିଲେଟ୍ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ତଥା ଘରେ ଘରେ ମିଲେଟ୍ ଖାଦ୍ୟ ସାମଗ୍ରୀକୁ ପହଞ୍ଚାଇବା ପାଇଁ ଓଡ଼ିଶା ମିଲେଟ୍ ମିଶନ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଭୁବନେଶ୍ୱରର ଓମ୍ଫେଡ୍ ପାର୍ଲର୍ରେ ମିଳିବ ମିଲେଟ୍ରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ। ଏଥିପାଇଁ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ଶୀଘ୍ର ଓମ୍ଫେଡ୍ ଓ ରାଜ୍ୟ ମିଲେଟ ମିଶନ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷରିତ ହେବ। ଆସନ୍ତା ୧୦ତାରିଖ ସୁଦ୍ଧା ଓମ୍ଫେଡ଼୍ ପାର୍ଲରରେ ଏହି ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେବ। ଭୁବନେଶ୍ୱରର ୩୦ଟି ଓମ୍ଫେଡ୍ ପାର୍ଲର୍ରେ ଏହି ଖାଦ୍ୟ ସାମଗ୍ରୀ ମିଳିବ। ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀରୁ ଏହି ପାଇଲଟ୍ ପ୍ରକଳ୍ପ ଆରମ୍ଭ କରାଯିବାର ଯୋଜନା ଥିବାବେଳେ ଆଗାମୀ ଦିନରେ ଏହାକୁ ପରିବ୍ୟାପ୍ତ କରାଯିବ। ଏନେଇ ଖୁବ୍ଶୀଘ୍ର ଓମ୍ଫେଡ଼୍ ଏବଂ ଓଡ଼ିଶା ମିଲେଟ୍ ମିଶନ୍ ସହ ଏମ୍ଓୟୁ କରାଯିବ।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଓମ୍ଫେଡ୍କୁ ମିଲେଟ୍ ଫୁଡ୍ ଯୋଗାଇବେ। ଭୁବନେଶ୍ୱରର କିଛି ସ୍ଥାନର ଓମ୍ଫେଡ୍ ପାର୍ଲରକୁ ଚିହ୍ନଟ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏଥିପାଇଁ ସାରା ଓଡ଼ିଶାରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁ୍ତ ମିଲେଟ୍ ଖାଦ୍ୟ ଉପଲବ୍ଧ ରହିବ। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଚିହ୍ନଟିକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ବିଶେଷକରି ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଏହି ଖାଦ୍ୟ ସାମଗ୍ରୀ ଆସିବ। ଏଥିପାଇଁ ଓଡ଼ିଶା ମିଲେଟ୍ ମିଶନ ପକ୍ଷରୁ କଞ୍ଚାମାଲ୍ ଯୋଗାଇବା ସହ ଉତ୍ପାଦନ, ଯୋଗାଣ, ଏବଂ ପ୍ରସ୍ତୁତି ପ୍ରଣାଳୀ ଆଦିର ସହଯୋଗ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି।
ଓମ୍ଫେଡ୍ ଷ୍ଟଲରେ ବିକ୍ରି ପାଇଁ ରହିଥିବା ଖାଦ୍ୟ ସାମଗ୍ରୀର ପ୍ରଚାରପ୍ରସାରର ଦାୟିତ୍ୱ ନେବ ମିଲେଟ୍ ମିଶନ୍। ଏନେଇ ମିଲେଟ୍ ମିଶନ୍ ଏବଂ ଓମ୍ଫେଡ୍ ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ମଧ୍ୟ ହୋଇସାରିଛି। ଏହାସହିତ ମିଶନ୍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ମଧ୍ୟ ବୈଠକ ସରିଛି। ଓମ୍ଫେଡ୍ରେ କେବଳ ବିକ୍ରିର ବ୍ୟବସ୍ଥା କରାଯାଉଥିବାବେଳେ ସେଥିରୁ ହେଉଥିବା ବ୍ୟବସାୟର ଲାଭାଂଶ ଏସ୍ଏଚ୍ଜି ମହିଳାମାନଙ୍କୁ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଖାଦ୍ୟ ପଦାର୍ଥ ଦ୍ୱାରା ମାର୍କେଟରେ ଲୋକଙ୍କୁ ଆକର୍ଷିତ କରିବାର ଫ୍ରେମ୍ ୱାର୍କ ଶେଷ ହୋଇଛି। ୨୦୨୩ ମସିହାରେ ହେବାକୁ ଥିବା ହକି ବିଶ୍ୱକପ୍ ସହ ‘ଇଣ୍ଟନ୍ୟାସନାଲ୍ ଇୟର୍ ଅଫ୍ ମିଲେଟ୍’କୁ ଦୃଷ୍ଟିରେ ରଖି ଏହାକୁ ଅଧିକ ପ୍ରଚାରପ୍ରସାର କରାଯିବାର ଯୋଜନା ରହିଛି।