ଝାରସୁଗୁଡ଼ା ରେଳଧାରଣାରୁ ପୂର୍ବତନ ବାର୍ ଆସୋସିଏସନ୍ ସଭାପତି ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର

Madhusudan Das Picture
Published On

ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳଧାରଣାରୁ ପୂର୍ବତନ ବାର୍ ଆସୋସିଏସନ୍ ସଭାପତି ତଥା ବିଜେଡି ନେତା ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର । ରେଳ ଲାଇନ କଡ଼ରୁ ରହସ୍ୟ ଘେରରେ ମୃତଦେହ ଠାବ ହୋଇଛି । ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟରେ ଥିବା ରେଳଧାରଣାରୁ ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ସମଗ୍ର ଜିଲ୍ଲା ଓ ଆଇନଜୀବୀ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ଜଣା ପଡ଼ି ନଥିବାବେଳେ ପରିବାର ଲୋକ ହତ୍ୟା ସନ୍ଦେହ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଲୋକେ ଶୋଇଥିବା ବେଳେ ଦ୍ରୁତ ଗତିରେ ଘରେ ପଶିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୭ଜଣ

ସୂଚନା ଅନୁସାରେ, ରେଳଧାରଣା ନିକଟରେ ଏକ ମୃତଦେହ ପଡ଼ିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାଥମିକ ତଦନ୍ତ ପରେ ମୃତକଙ୍କୁ ବରିଷ୍ଠ ଆଇନଜୀବୀ ତ୍ରିନାଥ ଗୁଆଲ ଭାବେ ଚିହ୍ନଟ କରାଯାଇଛି। ସେ ସ୍ୱର୍ଗତ ବିଧାୟକ କିଶୋର ମହାନ୍ତିଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ। ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ବିସ୍ତୃତ ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଅଧିକାରୀମାନଙ୍କ କହିବା ଅନୁଯାୟୀ, ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଘଟଣାର ପ୍ରକୃତ ସତ୍ୟତା ପଦାକୁ ଆସିବ।

ଆହୁରି ପଢ଼ନ୍ତୁ: ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ

ତ୍ରିନାଥ ଗୁଆଲ କେବଳ ଜଣେ ସଫଳ ଆଇନଜୀବୀ ନୁହେଁ, ବରଂ ଝାରସୁଗୁଡ଼ା ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଜନକଲ୍ୟାଣମୂଳକ ସଂଗଠନ ସହ ଜଡ଼ିତ ଥିଲେ । ଆଇନ କ୍ଷେତ୍ରରେ ତାଙ୍କ ଅବଦାନ ଏବଂ ସାମାଜିକ କାର୍ଯ୍ୟକଳାପ ପାଇଁ ସେ ସର୍ବମହଳରେ ସମ୍ମାନିତ ଥିଲେ । ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ଝାରସୁଗୁଡ଼ାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆଇନଜୀବୀ ସଂଘରେ ତାଙ୍କର ନେତୃତ୍ୱ ଏବଂ ଆଇନ ପେଶାରେ ତାଙ୍କର ଅବଦାନକୁ ମନେ ପକାଇ ସହକର୍ମୀ ତଥା ସ୍ଥାନୀୟ ବାସିନ୍ଦାମାନେ ଗଭୀର ଶୋକ ପ୍ରକଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ସମଗ୍ର ଓଡ଼ିଶାକୁ ଛୁଇଁଲା ମୌସୁମୀ, ବର୍ଷା ବଢିବା ସହ ଖସିବ ତାପମାତ୍ରା

23 Jun 2026 By Madhusudan Das

ଝାରସୁଗୁଡ଼ା ରେଳଧାରଣାରୁ ପୂର୍ବତନ ବାର୍ ଆସୋସିଏସନ୍ ସଭାପତି ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳଧାରଣାରୁ ପୂର୍ବତନ ବାର୍ ଆସୋସିଏସନ୍ ସଭାପତି ତଥା ବିଜେଡି ନେତା ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର । ରେଳ ଲାଇନ କଡ଼ରୁ ରହସ୍ୟ ଘେରରେ ମୃତଦେହ ଠାବ ହୋଇଛି । ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟରେ ଥିବା ରେଳଧାରଣାରୁ ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ସମଗ୍ର ଜିଲ୍ଲା ଓ ଆଇନଜୀବୀ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ଜଣା ପଡ଼ି ନଥିବାବେଳେ ପରିବାର ଲୋକ ହତ୍ୟା ସନ୍ଦେହ କରୁଛନ୍ତି ।

ସୂଚନା ଅନୁସାରେ, ରେଳଧାରଣା ନିକଟରେ ଏକ ମୃତଦେହ ପଡ଼ିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାଥମିକ ତଦନ୍ତ ପରେ ମୃତକଙ୍କୁ ବରିଷ୍ଠ ଆଇନଜୀବୀ ତ୍ରିନାଥ ଗୁଆଲ ଭାବେ ଚିହ୍ନଟ କରାଯାଇଛି। ସେ ସ୍ୱର୍ଗତ ବିଧାୟକ କିଶୋର ମହାନ୍ତିଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ। ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ବିସ୍ତୃତ ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଅଧିକାରୀମାନଙ୍କ କହିବା ଅନୁଯାୟୀ, ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଘଟଣାର ପ୍ରକୃତ ସତ୍ୟତା ପଦାକୁ ଆସିବ।

ତ୍ରିନାଥ ଗୁଆଲ କେବଳ ଜଣେ ସଫଳ ଆଇନଜୀବୀ ନୁହେଁ, ବରଂ ଝାରସୁଗୁଡ଼ା ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଜନକଲ୍ୟାଣମୂଳକ ସଂଗଠନ ସହ ଜଡ଼ିତ ଥିଲେ । ଆଇନ କ୍ଷେତ୍ରରେ ତାଙ୍କ ଅବଦାନ ଏବଂ ସାମାଜିକ କାର୍ଯ୍ୟକଳାପ ପାଇଁ ସେ ସର୍ବମହଳରେ ସମ୍ମାନିତ ଥିଲେ । ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ଝାରସୁଗୁଡ଼ାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆଇନଜୀବୀ ସଂଘରେ ତାଙ୍କର ନେତୃତ୍ୱ ଏବଂ ଆଇନ ପେଶାରେ ତାଙ୍କର ଅବଦାନକୁ ମନେ ପକାଇ ସହକର୍ମୀ ତଥା ସ୍ଥାନୀୟ ବାସିନ୍ଦାମାନେ ଗଭୀର ଶୋକ ପ୍ରକଟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର