୪ ଦିନ ହେଲା ଲାଇନ ନଥିଲା, ତାତିଲେ ଲୋକେ; ମରାମତି ପାଇଁ ଆସିଥିବା କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଦେଲେ

Madhusudan Das Picture
Published On

ଦେବଗଡ: କାଳବୈଶାଖୀରେ ତାର ଛିଣ୍ଡି ଗାଁରେ ୪ ଦିନ ହେଲା ଲାଇନ ନାହିଁ। ଏତେ ଗରମରେ ରହି ହେଉନି। ନା ଘରେ ନା ବାହାରେ ବସି ହେଉଛି। ତା ସାଙ୍ଗକୁ ଲାଇନ ନ ଥିବାରୁ ପାଣି ଅଭାବରୁ ପନିପରିବା ମରିଯିବାକୁ ବସିଲାଣି। ଏହାକୁ ନେଇ ତାତିଲେ ଲୋକେ। ମରାମତି କରିବାକୁ ଆସିଥିବା ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ ଓ ସେମାନଙ୍କ ଉପରିସ୍ଥ ଅଧିକାରୀଙ୍କୁ ଡାକିବାକୁ କହିଲେ। ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଦୁଧିଆନାଳୀ ଗ୍ରାମରେ ଏଭଳି ଏକ ଘଟଣା ଘଟିଛି। 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ତାତିରୁ ମିଳିବନି ନିସ୍ତାର: ଆସନ୍ତା ୩ ଦିନ ଯାଏଁ ପ୍ରବଳ ଗ୍ରୀଷ୍ମପ୍ରବାହ, ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

କାଳବୈଶାଖୀ ଯୋଗୁଁ  ଚାରିଦିନ ହେଲା ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ଥିଲା। ଗୁରୁବାର ବିଦ୍ୟୁତ ବିଭାଗ ପକ୍ଷରୁ ଏହାକୁ ସଜାଡିବାକୁ ଆସିଥିବା ବେଳେ ତିନି କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଖୁଣ୍ଟରେ ବାନ୍ଧି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଆସିବାକୁ ଦାବି କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗ ର ଅଧିକାରୀ ଗ୍ରାମବାସୀଙ୍କ ନିକଟରେ ପହଂଚି ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ନ ଦେଇଛନ୍ତି ସେପର୍ଯ୍ୟନ୍ତ ଅଟକ ଥିବା ବିଦ୍ୟୁତ କର୍ମଚାରୀ ଛଡାଜିବ ନାହିଁ ବୋଲି ଗ୍ରାମବାସୀ ରୋକଠୋକ୍ ଶୁଣାଇ ଦେଇଛନ୍ତି । ଖବର ପାଇ କଂସର ଫାଣ୍ଡି ପୁଲିସ ଏବଂ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ବିଦ୍ୟୁତ କର୍ମଚାରୀଙ୍କୁ ମୁକ୍ତ କରିଥିଲେ ଉତ୍ୟକ୍ତ ଲୋକ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ବିନୋଦ ବେହେରାକୁ ଗିରଫ କଲା କ୍ରାଇମବ୍ରାଞ୍ଚ

28 May 2026 By Madhusudan Das

୪ ଦିନ ହେଲା ଲାଇନ ନଥିଲା, ତାତିଲେ ଲୋକେ; ମରାମତି ପାଇଁ ଆସିଥିବା କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଦେଲେ

ଦେବଗଡ: କାଳବୈଶାଖୀରେ ତାର ଛିଣ୍ଡି ଗାଁରେ ୪ ଦିନ ହେଲା ଲାଇନ ନାହିଁ। ଏତେ ଗରମରେ ରହି ହେଉନି। ନା ଘରେ ନା ବାହାରେ ବସି ହେଉଛି। ତା ସାଙ୍ଗକୁ ଲାଇନ ନ ଥିବାରୁ ପାଣି ଅଭାବରୁ ପନିପରିବା ମରିଯିବାକୁ ବସିଲାଣି। ଏହାକୁ ନେଇ ତାତିଲେ ଲୋକେ। ମରାମତି କରିବାକୁ ଆସିଥିବା ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ ଓ ସେମାନଙ୍କ ଉପରିସ୍ଥ ଅଧିକାରୀଙ୍କୁ ଡାକିବାକୁ କହିଲେ। ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଦୁଧିଆନାଳୀ ଗ୍ରାମରେ ଏଭଳି ଏକ ଘଟଣା ଘଟିଛି। 

କାଳବୈଶାଖୀ ଯୋଗୁଁ  ଚାରିଦିନ ହେଲା ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ଥିଲା। ଗୁରୁବାର ବିଦ୍ୟୁତ ବିଭାଗ ପକ୍ଷରୁ ଏହାକୁ ସଜାଡିବାକୁ ଆସିଥିବା ବେଳେ ତିନି କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ଖୁଣ୍ଟରେ ବାନ୍ଧି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଆସିବାକୁ ଦାବି କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗ ର ଅଧିକାରୀ ଗ୍ରାମବାସୀଙ୍କ ନିକଟରେ ପହଂଚି ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ନ ଦେଇଛନ୍ତି ସେପର୍ଯ୍ୟନ୍ତ ଅଟକ ଥିବା ବିଦ୍ୟୁତ କର୍ମଚାରୀ ଛଡାଜିବ ନାହିଁ ବୋଲି ଗ୍ରାମବାସୀ ରୋକଠୋକ୍ ଶୁଣାଇ ଦେଇଛନ୍ତି । ଖବର ପାଇ କଂସର ଫାଣ୍ଡି ପୁଲିସ ଏବଂ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ବିଦ୍ୟୁତ କର୍ମଚାରୀଙ୍କୁ ମୁକ୍ତ କରିଥିଲେ ଉତ୍ୟକ୍ତ ଲୋକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର