ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଚାଲିବ ଇଭି ବୋଟ୍, ଓଟିଡିସି ପକ୍ଷରୁ ଟେଣ୍ଡର ଆହ୍ୱାନ

Madhusudan Das Picture
Published On

ଭୁବନେଶ୍ୱର: ଡିଜେଲ୍‌ ବୋଟ୍ ବଦଳରେ ଓଡ଼ିଶାରେ ଚାଲିବ EV ବୋଟ୍ । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପରିବେଶ ଅନୁକୂଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଏପରି ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଖୁବଶୀଘ୍ର ଇଲେକ୍ଟ୍ରିକ୍ (ଇଭି) ବୋଟ୍ ବା ବିଦ୍ୟୁତ୍ ଚାଳିତ ଡଙ୍ଗା ଚଳାଚଳ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବର୍ତ୍ତମାନ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ସ୍ଥାନରେ ପୂର୍ବରୁ ଚାଲୁଥିବା ଡିଜେଲ ଚାଳିତ ବୋଟ୍ ଗୁଡ଼ିକୁ ବଦଳାଯାଇ ସେଠାରେ ଇଭି ବୋଟ୍ ଚାଲିବ। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟର ପ୍ରାୟ ୧୦୦ଟି ପର୍ଯ୍ୟଟନସ୍ଥଳୀ ଏବଂ ଜଳାଶୟ ଯଥା ଚିଲିକା, ଟାମ୍ପରା, ଅଂଶୁପା, ସିଲଭର୍ ସିଟି ବୋଟ୍ କ୍ଲବ, ସାତକୋଶିଆ, ଡେବ୍ରିଗଡ଼, ହୀରାକୁଦ ଏବଂ ଭିତରକନିକା ଆଦିରେ ବୋଟିଂ ସୁବିଧା ଉପଲବ୍ଧ ରହିଛି। ଏହି ଇଭି ବୋଟିଂ ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ଟେଣ୍ଡର ମୁତାବକ, ବଛାଯାଇଥିବା ସ୍ଥାନଗୁଡ଼ିକରେ ବିଳାସପୂର୍ଣ୍ଣ କାଟାମାରାନ୍ ସହିତ ସୌରଶକ୍ତି ଏବଂ ଇଭି ବୋଟ୍ ବ୍ୟବହାର କରାଯିବ। କୋରାପୁଟ ଜିଲ୍ଲାର କୋଲାବରେ ୩୦ ସିଟ୍ ବିଶିଷ୍ଟ ଏକ ବୋଟ୍ ଚାଲିବ। ସେହିପରି ସମ୍ବଲପୁର ଜିଲ୍ଲାର ହୀରାକୁଦରେ ଯଥାକ୍ରମେ ୨୦ ଏବଂ ୧୦ ସିଟ୍ ବିଶିଷ୍ଟ ଦୁଇଟି ବୋଟ୍ ନିୟୋଜିତ ହେବ। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାରେ ୨୦ ସିଟ୍ ଏବଂ ଖୋର୍ଦ୍ଧା ଜିଲ୍ଲାସ୍ଥିତ ଚିଲିକାର ବରକୁଳରେ ୮ ସିଟ୍ ବିଶିଷ୍ଟ ବୋଟ୍ ସେବା ଆରମ୍ଭ କରାଯିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ପର୍ଯ୍ୟଟକମାନଙ୍କୁ ବିନା ବାଧାରେ ସେବା ଯୋଗାଇଦେବା ସହିତ ପରିବେଶ ସନ୍ତୁଳନ ବଜାୟ ରଖିବା ପାଇଁ ଏହି ବୋଟ୍ ଗୁଡ଼ିକରେ ସୌରଶକ୍ତି ଏବଂ ସିଏନ୍‌ଜି (CNG) ବ୍ୟବହାରର ମଧ୍ୟ ବ୍ୟବସ୍ଥା ରହିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ପର୍ଯ୍ୟଟନ ବିଭାଗ ଆଶା ରଖିଛି ଯେ ଏହି ନୂତନ ବୋଟିଂ ବ୍ୟବସ୍ଥା ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର