ମଧ୍ୟପ୍ରାଚ୍ୟ ଯୁଦ୍ଧର ଆଳ ଦେଖାଇ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରି ରାଜ୍ୟବାସୀଙ୍କୁ ଶୋଷୁଛନ୍ତି ସରକାର: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାରର ଦୋମୁହାଁ ନୀତି ପଦାରେ ପଡ଼ିଛି । ଅତ୍ୟାବଶ୍ୟକ ସାମଗ୍ରୀ ସହ ପେଟ୍ରୋଲ ଓ ଡିଜେଲ ପରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ଯୋଗୁଁ ଖାଉଟି ଦହଗଞ୍ଜ ହେଉଛନ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧର ଆଳ ଦେଖାଇ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରି ସାଧାରଣ ଜନତାଙ୍କୁ ଶୋଷଣ କରୁଥିବାରୁ ବିଜୁ ଜନତା ଦଳ ସରକାରଙ୍କୁ କଡ଼ା ନିନ୍ଦା କରିଛି। ସୋମବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ଉପସଭାପତି  ପ୍ରତାପ ଜେନା, ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ସରକାରଙ୍କ ଶୋଷଣ ନୀତି ବିରୋଧରେ ବର୍ଷିଥିଲେ। 

ଆହୁରି ପଢ଼ନ୍ତୁ: ରାଜ୍ୟସଭା ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ, ଜୁନ୍‌ ୧୮ରେ ଭୋଟିଂ

ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ଯେତେବେଳେ ଅଶୋଧିତ ତୈଳ ବ୍ୟାରେଲ ପିଛା ୬୦ ଡଲାର ଥିଲା, ସେତେବେଳେ ଲୋକଙ୍କ ଠାରୁ ତୈଳ କମ୍ପାନୀ ମାନେ ଲାଭ କମାଇଥିଲେ । ଆଜି ଯୁଦ୍ଧର ଆଳ ଦେଖାଇ ଗତ ୧୫ ଦିନ ଭିତରେ ଭାରତ ସରକାର ଲଗାତାର ଭାବେ ୪ ଥର ତୈଳ ଦର ବୃଦ୍ଧି କରି ସାଧାରଣ ଖାଉଟିଙ୍କ ଉପରେ ଦରଦାମ୍ର ବୋଝ ଲଦି ଦେଇଛନ୍ତି। ସଞ୍ଜୟ କୁମାର ଦାସବର୍ମା କହିଥିଲେ ଯେ ଲଗାତାର ଭାବେ ତୈଳ ଦର ବୃଦ୍ଧି ଓ ସଙ୍କଟ ଯୋଗୁଁ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଷ୍ଟ୍ରାୟାତ୍ତ ତୈଳ କମ୍ପାନୀ ଗୁଡ଼ିକର ୮୦ ପ୍ରତିଶତ ମାଲିକାନା ଘରୋଇକରଣ ହୋଇଥିବାରୁ, ଆଜି ସେହିମାନଙ୍କ ସ୍ୱାର୍ଥ ପାଇଁ ସରକାର ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛନ୍ତି। ପ୍ରତାପ ଜେନା ଏନେଇ କ୍ଷୋଭକ୍ତି ପ୍ରକାଶ କରି କହିଥିଲେ ଯେ ଦରବୃଦ୍ଧି ଯୋଗୁଁ ସାଧାରଣ ଖାଉଟିଙ୍କ ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଛି। ଭାରତୀୟ ଜନତା ପାର୍ଟି ବିରୋଧୀ ଦଳରେ ଥିବାବେଳେ ପେଟ୍ରୋଲ ଓ ଡିଜେଲକୁ ଭ୍ୟାଟ୍‌ ମୁକ୍ତ କରି ଜିଏସଟି ଅନ୍ତର୍ଭୁକ୍ତ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଉଥିଲା । ଆଜି ସେମାନେ ସରକାର ଥିବାବେଳେ ତାହାକୁ ଲାଗୁ ନ କରି ତୈଳ ଦର ବାରମ୍ୱାର ବୃଦ୍ଧି କରି ସାଧାରଣ ଜନତାଙ୍କ ସହିତ ବେଇମାନୀ କରୁଛନ୍ତି। ଚିନ୍ମୟ ସାହୁ କହିଥିଲେ ଯେ ଭାରତର ବନ୍ଧୁ ରାଷ୍ଟ୍ର ରୁଷିଆ ଓ ଇରାନ ଅଶୋଧିତ ତୈଳ କମ୍‌ ମୂଲ୍ୟରେ ଯୋଗାଇବା ପାଇଁ ପ୍ରସ୍ତୁତ ଥିବାବେଳେ, ଭାରତ ସରକାର କ’ଣ ପାଇଁ ସେମାନଙ୍କ ଠାରୁ ଅଶୋଧିତ ତୈଳ କିଣୁନାହିଁ? କେଉଁ ଅଦୃଶ୍ୟ ଶକ୍ତି ଚାପରେ ଭାରତ ସରକାର ଭେନେଜୁଆଲ ଓ ଆମେରିକା ଠାରୁ ଚଢ଼ା ଦରରେ ଅଶୋଧିତ ତୈଳ କିଣୁଛନ୍ତି, ତାହା ଦେଶବାସୀଙ୍କୁ ଜଣାନ୍ତୁ ବୋଲି ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି ସୁଯୋଗ: ୭,୬୬୪ ପଦ ପାଇଁ ପ୍ରକ୍ରିୟା ଆରମ୍ଭ, ଏଥିରେ ରହିଛି ୯୩୩ଟି SI ପଦବୀ

25 May 2026 By Madhusudan Das

ମଧ୍ୟପ୍ରାଚ୍ୟ ଯୁଦ୍ଧର ଆଳ ଦେଖାଇ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରି ରାଜ୍ୟବାସୀଙ୍କୁ ଶୋଷୁଛନ୍ତି ସରକାର: ବିଜେଡି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାରର ଦୋମୁହାଁ ନୀତି ପଦାରେ ପଡ଼ିଛି । ଅତ୍ୟାବଶ୍ୟକ ସାମଗ୍ରୀ ସହ ପେଟ୍ରୋଲ ଓ ଡିଜେଲ ପରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ଯୋଗୁଁ ଖାଉଟି ଦହଗଞ୍ଜ ହେଉଛନ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧର ଆଳ ଦେଖାଇ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରି ସାଧାରଣ ଜନତାଙ୍କୁ ଶୋଷଣ କରୁଥିବାରୁ ବିଜୁ ଜନତା ଦଳ ସରକାରଙ୍କୁ କଡ଼ା ନିନ୍ଦା କରିଛି। ସୋମବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ଉପସଭାପତି  ପ୍ରତାପ ଜେନା, ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ସରକାରଙ୍କ ଶୋଷଣ ନୀତି ବିରୋଧରେ ବର୍ଷିଥିଲେ। 

ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ଯେତେବେଳେ ଅଶୋଧିତ ତୈଳ ବ୍ୟାରେଲ ପିଛା ୬୦ ଡଲାର ଥିଲା, ସେତେବେଳେ ଲୋକଙ୍କ ଠାରୁ ତୈଳ କମ୍ପାନୀ ମାନେ ଲାଭ କମାଇଥିଲେ । ଆଜି ଯୁଦ୍ଧର ଆଳ ଦେଖାଇ ଗତ ୧୫ ଦିନ ଭିତରେ ଭାରତ ସରକାର ଲଗାତାର ଭାବେ ୪ ଥର ତୈଳ ଦର ବୃଦ୍ଧି କରି ସାଧାରଣ ଖାଉଟିଙ୍କ ଉପରେ ଦରଦାମ୍ର ବୋଝ ଲଦି ଦେଇଛନ୍ତି। ସଞ୍ଜୟ କୁମାର ଦାସବର୍ମା କହିଥିଲେ ଯେ ଲଗାତାର ଭାବେ ତୈଳ ଦର ବୃଦ୍ଧି ଓ ସଙ୍କଟ ଯୋଗୁଁ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଷ୍ଟ୍ରାୟାତ୍ତ ତୈଳ କମ୍ପାନୀ ଗୁଡ଼ିକର ୮୦ ପ୍ରତିଶତ ମାଲିକାନା ଘରୋଇକରଣ ହୋଇଥିବାରୁ, ଆଜି ସେହିମାନଙ୍କ ସ୍ୱାର୍ଥ ପାଇଁ ସରକାର ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛନ୍ତି। ପ୍ରତାପ ଜେନା ଏନେଇ କ୍ଷୋଭକ୍ତି ପ୍ରକାଶ କରି କହିଥିଲେ ଯେ ଦରବୃଦ୍ଧି ଯୋଗୁଁ ସାଧାରଣ ଖାଉଟିଙ୍କ ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଛି। ଭାରତୀୟ ଜନତା ପାର୍ଟି ବିରୋଧୀ ଦଳରେ ଥିବାବେଳେ ପେଟ୍ରୋଲ ଓ ଡିଜେଲକୁ ଭ୍ୟାଟ୍‌ ମୁକ୍ତ କରି ଜିଏସଟି ଅନ୍ତର୍ଭୁକ୍ତ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଉଥିଲା । ଆଜି ସେମାନେ ସରକାର ଥିବାବେଳେ ତାହାକୁ ଲାଗୁ ନ କରି ତୈଳ ଦର ବାରମ୍ୱାର ବୃଦ୍ଧି କରି ସାଧାରଣ ଜନତାଙ୍କ ସହିତ ବେଇମାନୀ କରୁଛନ୍ତି। ଚିନ୍ମୟ ସାହୁ କହିଥିଲେ ଯେ ଭାରତର ବନ୍ଧୁ ରାଷ୍ଟ୍ର ରୁଷିଆ ଓ ଇରାନ ଅଶୋଧିତ ତୈଳ କମ୍‌ ମୂଲ୍ୟରେ ଯୋଗାଇବା ପାଇଁ ପ୍ରସ୍ତୁତ ଥିବାବେଳେ, ଭାରତ ସରକାର କ’ଣ ପାଇଁ ସେମାନଙ୍କ ଠାରୁ ଅଶୋଧିତ ତୈଳ କିଣୁନାହିଁ? କେଉଁ ଅଦୃଶ୍ୟ ଶକ୍ତି ଚାପରେ ଭାରତ ସରକାର ଭେନେଜୁଆଲ ଓ ଆମେରିକା ଠାରୁ ଚଢ଼ା ଦରରେ ଅଶୋଧିତ ତୈଳ କିଣୁଛନ୍ତି, ତାହା ଦେଶବାସୀଙ୍କୁ ଜଣାନ୍ତୁ ବୋଲି ସେ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର