ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ଘଟଣାସ୍ଥଳରେ ପୋଲିସ୍‌ ଡିଜି ଓ ଡିସିପିଙ୍କ ତଦନ୍ତ

Madhusudan Das Picture
Published On

ବାଲିଅନ୍ତା: ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା । ଘଟଣାସ୍ଥଳରେ ଡିଜିପି ୱାଇ.ବି. ଖୁରାନିଆ ଓ ଡିସିପି ଜଗମୋହନ ମୀନାଙ୍କ ତଦନ୍ତ ଜାରି । ବାଲିଅନ୍ତା ଥାନା ପୁଲିସଙ୍କ ସହ ସକାଳୁ ସକାଳୁ ଘଟଣା ସ୍ଥଳରେ ଡିଜିପି ଓ ଡିସିପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣ ଗିରଫ ହୋଇଛନ୍ତି । 

ଆହୁରି ପଢ଼ନ୍ତୁ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ ବିଜେପି ବିଧାୟକଙ୍କ ଗାଳିଗୁଲଜକୁ ବିଜେଡିର ନିନ୍ଦା

ଘଟଣାସ୍ଥଳରେ ପହଞ୍ଚି କେଉଁ ଭଳି ଭାବେ ଘଟଣା ଘଟିଥିଲା ସେହି ବିଷୟରେ ଡିଜିଙ୍କୁ ଅବଗତ କରୁଛନ୍ତି ଡିସିପି । ଭିଡିଓ ଗୁଡ଼ିକ ତଦନ୍ତ କରାଯାଇ ଅନ୍ୟ ଯେଉଁମାନେ ଘଟଣାରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କହିଛନ୍ତି। ସେପଟେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ଥଳ ପରିଦର୍ଶନ ସହ ପ୍ରାଥମିକ ତଦନ୍ତ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ପୀଡିତାଙ୍କୁ ଭେଟିବା ସହ ସୋମ୍ୟଙ୍କ ଘରକୁ ମଧ୍ୟ ଯିବେ ବୋଲି ଜଣାପଡିଛି । 

ଆହୁରି ପଢ଼ନ୍ତୁ: କୋରାପୁଟର କାଲାଡି ପ୍ରାଥମିକ ବିଦ୍ୟାଳୟର ଫାଟକ ଓ ପାଚେରି କାନ୍ଥ ଭୁଶୁଡ଼ି ୨ ଛାତ୍ର ଆହତ

ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଥିବା ବେଳେ ବାଲିଅନ୍ତା ଥାନାରେ ଫୋର୍ସ ମୁତୟନ ହୋଇଛନ୍ତି। ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି। ଗୋଟେ ଏତଲା ମୃତ ଯୁବକଙ୍କ ବାପା ଦେଇଥିବା ବେଳେ ଅନ୍ୟ ଏକ ଏତଲା ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ କରାଯାଇଛି । ଘଟଣା ନେଇ ମୁଖ୍ୟମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜରେ ପ୍ରବଳ ବର୍ଷା ଲାଗି ସତର୍କତା: ସ୍କୁଲ ଛୁଟି ଘୋଷଣା, ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

08 May 2026 By Madhusudan Das

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ଘଟଣାସ୍ଥଳରେ ପୋଲିସ୍‌ ଡିଜି ଓ ଡିସିପିଙ୍କ ତଦନ୍ତ

ବାଲିଅନ୍ତା: ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା । ଘଟଣାସ୍ଥଳରେ ଡିଜିପି ୱାଇ.ବି. ଖୁରାନିଆ ଓ ଡିସିପି ଜଗମୋହନ ମୀନାଙ୍କ ତଦନ୍ତ ଜାରି । ବାଲିଅନ୍ତା ଥାନା ପୁଲିସଙ୍କ ସହ ସକାଳୁ ସକାଳୁ ଘଟଣା ସ୍ଥଳରେ ଡିଜିପି ଓ ଡିସିପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣ ଗିରଫ ହୋଇଛନ୍ତି । 

ଘଟଣାସ୍ଥଳରେ ପହଞ୍ଚି କେଉଁ ଭଳି ଭାବେ ଘଟଣା ଘଟିଥିଲା ସେହି ବିଷୟରେ ଡିଜିଙ୍କୁ ଅବଗତ କରୁଛନ୍ତି ଡିସିପି । ଭିଡିଓ ଗୁଡ଼ିକ ତଦନ୍ତ କରାଯାଇ ଅନ୍ୟ ଯେଉଁମାନେ ଘଟଣାରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କହିଛନ୍ତି। ସେପଟେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ଥଳ ପରିଦର୍ଶନ ସହ ପ୍ରାଥମିକ ତଦନ୍ତ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ପୀଡିତାଙ୍କୁ ଭେଟିବା ସହ ସୋମ୍ୟଙ୍କ ଘରକୁ ମଧ୍ୟ ଯିବେ ବୋଲି ଜଣାପଡିଛି । 

ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଥିବା ବେଳେ ବାଲିଅନ୍ତା ଥାନାରେ ଫୋର୍ସ ମୁତୟନ ହୋଇଛନ୍ତି। ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି। ଗୋଟେ ଏତଲା ମୃତ ଯୁବକଙ୍କ ବାପା ଦେଇଥିବା ବେଳେ ଅନ୍ୟ ଏକ ଏତଲା ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ କରାଯାଇଛି । ଘଟଣା ନେଇ ମୁଖ୍ୟମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର