୩ ବର୍ଷ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଛି ଲୋକପାଳ ପଦବୀ, ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Madhusudan Das Picture
Published On

କଟକ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଲୋକପାଳ ପଦବୀ ଖାଲି ପଡ଼ିଥିବା ବେଳେ ଏହାକୁ ପୂରଣ କରାଯାଉ ନଥିବା ପ୍ରସଂଗରେ ରୁଜୁ ଜନସ୍ୱାର୍ଥ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ଶୁଣାଣି କରିଛନ୍ତି ହାଇକୋର୍ଟ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ (ରେଜିଷ୍ଟ୍ରାର)ଙ୍କୁ ହାଇକୋର୍ଟ ନୋଟିସ ଜାରି କରିବା ସହ ଆସନ୍ତା ଦୁଇସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମଏସ ରମଣଙ୍କ ଖଣ୍ଡପୀଠ ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଓ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ମାମଲାର ବିବରଣୀରୁ ପ୍ରକାଶ ଯେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଦ୍ୱାରା ପ୍ରଣିତ ଛାତ୍ର ଅଭିଯୋଗ ସମାଧାନ ନିୟମାବଳୀ-୨୦୨୩ର ଧାରା ୬ ଅନୁସାରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ଲୋକପାଳ ନିଯୁକ୍ତି ପାଇଁ ନିୟମ ଅଛି। ସେହିଭଳି ଛାତ୍ରଛାତ୍ରୀଙ୍କ ନାମଲେଖାଠାରୁ ପରୀକ୍ଷା ପର୍ଯ୍ୟନ୍ତ ସମସ୍ତ ଅଭିଯୋଗର ସମାଧାନ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ପ୍ରଣିତ ଛାତ୍ର ଅଭିଯୋଗ ସମାଧାନ ନିୟମାବଳୀର ଧାରା ୫ ଅନୁସାରେ ଏକ ଅଭିଯୋଗ ସମାଧାନ କମିଟି ଗଠନ କରାଯିବାର ବ୍ୟବସ୍ଥା ରହିଛି। ଏହି କମିଟିର ନିଷ୍ପତ୍ତି ବିରୋଧରେ ଅପିଲ ଶୁଣାଣି କରିବାକୁ ଧାରା-୬ ଅନୁସାରେ ଜଣେ ଲୋକପାଳ ନିଯୁକ୍ତ ହେବାର ପ୍ରାବଧାନ ରହିଛି। ଜଣେ ପୂର୍ବତନ କୁଳପତି କିମ୍ବା ୧୦ ବର୍ଷର ଅଭିଜ୍ଞତା ଥିବା ପ୍ରଫେସର ତଥା ଜଣେ ପୂର୍ବତନ ଜିଲ୍ଲାଜଜ୍‌ ଏହି ପଦରେ ତିନିବର୍ଷ ଅବା ସତୁରି ବର୍ଷ ବୟସ ଯାଏଁ ନିଯୁକ୍ତି ପାଇବାର ବ୍ୟବସ୍ଥା ରହିଛି। କିନ୍ତୁ ୨୦୨୩ ମସିହା ମେ ମାସରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଲୋକପାଳ ନିଯୁକ୍ତ ହୋଇନାହାନ୍ତି। 

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

୨୦୨୫ ଫେବ୍ରୁଆରୀ ୬ ତାରିଖରେ ଝାଡଖଣ୍ଡ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ବି ଆର୍‌ ଷଡ଼ଙ୍ଗୀଙ୍କୁ ଲୋକପାଳ ଭାବେ ନିଯୁକ୍ତି ଆଦେଶ ଜାରି ହୋଇଥିଲେ ସୁଦ୍ଧା ସେ ଜାତୀୟ ମାନବାଧିକାର କମିସନର ସଦସ୍ୟ ଭାବରେ ନିଯୁକ୍ତ ହୋଇଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇ ନଥିଲେ। ଏହାପରେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଲୋକପାଳ ନିଯୁକ୍ତି ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ଅଭିଯୋଗ କରି ଏହି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

07 May 2026 By Madhusudan Das

୩ ବର୍ଷ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଛି ଲୋକପାଳ ପଦବୀ, ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଲୋକପାଳ ପଦବୀ ଖାଲି ପଡ଼ିଥିବା ବେଳେ ଏହାକୁ ପୂରଣ କରାଯାଉ ନଥିବା ପ୍ରସଂଗରେ ରୁଜୁ ଜନସ୍ୱାର୍ଥ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ଶୁଣାଣି କରିଛନ୍ତି ହାଇକୋର୍ଟ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ (ରେଜିଷ୍ଟ୍ରାର)ଙ୍କୁ ହାଇକୋର୍ଟ ନୋଟିସ ଜାରି କରିବା ସହ ଆସନ୍ତା ଦୁଇସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମଏସ ରମଣଙ୍କ ଖଣ୍ଡପୀଠ ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଓ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଦ୍ୱାରା ପ୍ରଣିତ ଛାତ୍ର ଅଭିଯୋଗ ସମାଧାନ ନିୟମାବଳୀ-୨୦୨୩ର ଧାରା ୬ ଅନୁସାରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ଲୋକପାଳ ନିଯୁକ୍ତି ପାଇଁ ନିୟମ ଅଛି। ସେହିଭଳି ଛାତ୍ରଛାତ୍ରୀଙ୍କ ନାମଲେଖାଠାରୁ ପରୀକ୍ଷା ପର୍ଯ୍ୟନ୍ତ ସମସ୍ତ ଅଭିଯୋଗର ସମାଧାନ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ପ୍ରଣିତ ଛାତ୍ର ଅଭିଯୋଗ ସମାଧାନ ନିୟମାବଳୀର ଧାରା ୫ ଅନୁସାରେ ଏକ ଅଭିଯୋଗ ସମାଧାନ କମିଟି ଗଠନ କରାଯିବାର ବ୍ୟବସ୍ଥା ରହିଛି। ଏହି କମିଟିର ନିଷ୍ପତ୍ତି ବିରୋଧରେ ଅପିଲ ଶୁଣାଣି କରିବାକୁ ଧାରା-୬ ଅନୁସାରେ ଜଣେ ଲୋକପାଳ ନିଯୁକ୍ତ ହେବାର ପ୍ରାବଧାନ ରହିଛି। ଜଣେ ପୂର୍ବତନ କୁଳପତି କିମ୍ବା ୧୦ ବର୍ଷର ଅଭିଜ୍ଞତା ଥିବା ପ୍ରଫେସର ତଥା ଜଣେ ପୂର୍ବତନ ଜିଲ୍ଲାଜଜ୍‌ ଏହି ପଦରେ ତିନିବର୍ଷ ଅବା ସତୁରି ବର୍ଷ ବୟସ ଯାଏଁ ନିଯୁକ୍ତି ପାଇବାର ବ୍ୟବସ୍ଥା ରହିଛି। କିନ୍ତୁ ୨୦୨୩ ମସିହା ମେ ମାସରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଲୋକପାଳ ନିଯୁକ୍ତ ହୋଇନାହାନ୍ତି। 

୨୦୨୫ ଫେବ୍ରୁଆରୀ ୬ ତାରିଖରେ ଝାଡଖଣ୍ଡ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ବି ଆର୍‌ ଷଡ଼ଙ୍ଗୀଙ୍କୁ ଲୋକପାଳ ଭାବେ ନିଯୁକ୍ତି ଆଦେଶ ଜାରି ହୋଇଥିଲେ ସୁଦ୍ଧା ସେ ଜାତୀୟ ମାନବାଧିକାର କମିସନର ସଦସ୍ୟ ଭାବରେ ନିଯୁକ୍ତ ହୋଇଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇ ନଥିଲେ। ଏହାପରେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଲୋକପାଳ ନିଯୁକ୍ତି ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ଅଭିଯୋଗ କରି ଏହି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର