ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା: ଝିଆରୀ ଓ ପୁତୁରା ସମେତ ୪ ଅଭିଯୁକ୍ତଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଲା ପୋଲିସ

Madhusudan Das Picture
Published On

ବ୍ରହ୍ମପୁର: ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା । ଝିଆରୀ ଓ ପୁତୁରା ସମେତ ୪ ଅଭିଯୁକ୍ତଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଲା ଗୋପାଳପୁର ପୋଲିସ । ୨୪ ଘଣ୍ଟିଆ ରିମାଣ୍ଡ ଅନୁମତି ଦେଲେ JMFC ରୁରାଲ କୋର୍ଟ । ଆଜି ଅପରାହ୍ନ ୪ଟାରୁ ଆସନ୍ତାକାଲି ୪ଟା ଯାଏଁ ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ । ୪ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ସୁଧୀରଙ୍କ ଝିଆରୀ ନିବେଦିତା ଓ ପୁତୁରା ତୁଷାର । କାଳୁଚରଣ ପ୍ରଧାନ ଓ ସୂର୍ଯ୍ୟପ୍ରତାପଙ୍କୁ ବି ରିମାଣ୍ଡରେ ନେଲା ପୋଲିସ । ୨ ଦିନିଆ ରିମାଣ୍ଡ ଆବେଦନ କରିଥିଲା ପୋଲିସ । ୨୪ ଘଣ୍ଟିଆ ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ । 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ସେହିପରି ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଗୋପାଳପୁର ପୋଲିସ୍ ସିନ୍ ରିକ୍ରିଏସନ୍ କରିବା ସହ ସେମାନଙ୍କୁ ମୁହାଁମୁହିଁ ଜେରା କରିଥିଲା । ଜେରା ସମୟରେ ପୋଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି। ମାମଲା ସହ ଜଡ଼ିତ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବାରେ ଉକ୍ତ ତଥ୍ୟ ସହାୟକ ହେବ ବୋଲି କୁହାଯାଉଛି । ସେମାନଙ୍କୁ ଧରିବା ପରେ ମାମଲା ଅଧିକ ସ୍ପଷ୍ଟ ହେବ ।

ଆହୁରି ପଢ଼ନ୍ତୁ: ବାଇକ୍‌-ସ୍କୋର୍ପିଓ ମୁହାଁମୁହିଁ ଧକ୍କା; ଦମ୍ପତି ମୃତ, ୫ ଗୁରୁତର

ଅନ୍ୟପଟେ ସୁଧୀର ପାତ୍ରଙ୍କ ପୋଷ୍ଟ ମର୍ଟମରୁ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଅତ୍ୟଧିକ ମାଡ଼ ସହ ଶ୍ବାସରୁଦ୍ଧରୁ ହୋଇଛି ସୁଧୀରଙ୍କ ମୃତ୍ୟୁ । ସୁଧୀରଙ୍କ ମୁଣ୍ଡ ଓ ଛାତିରେ ପ୍ରବଳ ମାଡ଼ ହୋଇଥିଲା । ମାଡ଼ରେ ପିଞ୍ଜରା ହାଡ଼ ଭାଙ୍ଗିଯାଇଥିଲା । ଶ୍ୱାସରୁଦ୍ଧ ସହ ଛାନିଆରେ ସୁଧୀରଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି mkcg ର FMT ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାଶ । 

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରା ଜଗନ୍ନାଥ ସଂସ୍କୃତିକୁ ଅପମାନ: ଇସ୍କନର ମନମାନି ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ଓଡ଼ିଆ ଅସ୍ମିତା ପରିଷଦ

29 Apr 2026 By Madhusudan Das

ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା: ଝିଆରୀ ଓ ପୁତୁରା ସମେତ ୪ ଅଭିଯୁକ୍ତଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଲା ପୋଲିସ

ବ୍ରହ୍ମପୁର: ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା । ଝିଆରୀ ଓ ପୁତୁରା ସମେତ ୪ ଅଭିଯୁକ୍ତଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଲା ଗୋପାଳପୁର ପୋଲିସ । ୨୪ ଘଣ୍ଟିଆ ରିମାଣ୍ଡ ଅନୁମତି ଦେଲେ JMFC ରୁରାଲ କୋର୍ଟ । ଆଜି ଅପରାହ୍ନ ୪ଟାରୁ ଆସନ୍ତାକାଲି ୪ଟା ଯାଏଁ ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ । ୪ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ସୁଧୀରଙ୍କ ଝିଆରୀ ନିବେଦିତା ଓ ପୁତୁରା ତୁଷାର । କାଳୁଚରଣ ପ୍ରଧାନ ଓ ସୂର୍ଯ୍ୟପ୍ରତାପଙ୍କୁ ବି ରିମାଣ୍ଡରେ ନେଲା ପୋଲିସ । ୨ ଦିନିଆ ରିମାଣ୍ଡ ଆବେଦନ କରିଥିଲା ପୋଲିସ । ୨୪ ଘଣ୍ଟିଆ ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ । 

ସେହିପରି ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଗୋପାଳପୁର ପୋଲିସ୍ ସିନ୍ ରିକ୍ରିଏସନ୍ କରିବା ସହ ସେମାନଙ୍କୁ ମୁହାଁମୁହିଁ ଜେରା କରିଥିଲା । ଜେରା ସମୟରେ ପୋଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି। ମାମଲା ସହ ଜଡ଼ିତ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବାରେ ଉକ୍ତ ତଥ୍ୟ ସହାୟକ ହେବ ବୋଲି କୁହାଯାଉଛି । ସେମାନଙ୍କୁ ଧରିବା ପରେ ମାମଲା ଅଧିକ ସ୍ପଷ୍ଟ ହେବ ।

ଅନ୍ୟପଟେ ସୁଧୀର ପାତ୍ରଙ୍କ ପୋଷ୍ଟ ମର୍ଟମରୁ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଅତ୍ୟଧିକ ମାଡ଼ ସହ ଶ୍ବାସରୁଦ୍ଧରୁ ହୋଇଛି ସୁଧୀରଙ୍କ ମୃତ୍ୟୁ । ସୁଧୀରଙ୍କ ମୁଣ୍ଡ ଓ ଛାତିରେ ପ୍ରବଳ ମାଡ଼ ହୋଇଥିଲା । ମାଡ଼ରେ ପିଞ୍ଜରା ହାଡ଼ ଭାଙ୍ଗିଯାଇଥିଲା । ଶ୍ୱାସରୁଦ୍ଧ ସହ ଛାନିଆରେ ସୁଧୀରଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି mkcg ର FMT ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାଶ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର