ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

Madhusudan Das Picture
Published On

ଭୁବନେଶ୍ୱର: ଭାରତର ଭୋଟର ତାଲିକରେ ସ୍ପେସିଆଲ ଇଣ୍ଟେନସିଭ ରିଭିଜନ ମାଧ୍ୟମରେ ଭୋଟର ତାଲିକାରୁ ଅଧିକରୁ ଅଧିକ ଭୋଟରଙ୍କ ନାମ କଟିଯାଉଥିବା ଅଭିଯୋଗରେ କଡ଼ା ଉଦବେଗ ପ୍ରକାଶ କରିଛି ବିଜେଡି। ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ମଧ୍ୟ ସେଭଳି ହେବାର ସନ୍ଦେହ ସୃଷ୍ଟି ହୋଇଥିବା ଦଳ ଅଭିଯୋଗ କରିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳର ଉପନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ  ବିଜୟ ନାୟକ ଭୋଟର ତାଲିକାରୁ ଅଧିକରୁ ଅଧିକ ସଂଖ୍ୟାରେ ଭୋଟରଙ୍କ ନାମ ବାଦ୍‌ ପଡୁଥିବା ଅଭିଯୋଗରେ ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। 

ଆହୁରି ପଢ଼ନ୍ତୁ: କ୍ୟାମ୍ପସରେ ଉତ୍ତେଜନା: ରାଜ୍ୟର ଆଉ ୩ଟି କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ

ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ନିର୍ବାଚନ କମିସନଙ୍କ ଇଲେକ୍ଟ୍ରାଲ ରୋଲରେ ପ୍ରତିବର୍ଷ ଜାନୁଆରୀରେ ରିଭିଜନ ହୁଏ । ମାତ୍ର ଚଳିତ ବର୍ଷ ସଂଶୋଧନରେ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଭୋଟରଙ୍କୁ ବାଦ୍‌ ଦିଆଯିବା ସନ୍ଦେହଜନକ।  ଓଡ଼ିଶାରେ ଏସଆଇଆର ହେବାକୁ ଯାଉଥିବା ବେଳେ ଅଧିକ ଭୋଟରଙ୍କ ନାମ ବାଦ୍‌ ପଡିବା ଆଶଙ୍କା ଦେଖାଦେଇଛି ।  ଓଡ଼ିଶାରେ ୨୦୦୨ ମସିହାରେ ଏସଆଇଆର୍‌ ହୋଇଥିଲା। ୨୦୨୫ ମସିହା ଅଗଷ୍ଟ ୧୯ ତାରିଖରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଦେଶର ନିର୍ବାଚନ କମିସନରଙ୍କୁ ଭେଟି ଏହି ସମ୍ୱନ୍ଧରେ  ନିଜର ଆଶଙ୍କା ପ୍ରକାଶ କରିଥିଲା । ଯେଉଁମାନେ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି, ତାଙ୍କ ନାମ ଯେପରି ଭୋଟର ତାଲିକାରୁ ବାଦ୍‌ ନ ପଡେ ସେଥିପ୍ରତି ଯତ୍ନବାନ ହେବା ଉଚିତ ବୋଲି ବିଜେଡି କହିଥିଲା । ଦେଶର ଜଣେ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ପଡିବା ଦ୍ୱାରା ତାର ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି ବୋଲି ଶ୍ରୀ ମିଶ୍ର କହିଥିଲେ। 

ଆହୁରି ପଢ଼ନ୍ତୁ: କଳାହାଣ୍ଡି ଓ ରାୟଗଡ଼ାରେ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

ସେହିପରି  ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ଏସଆଇଆର ପ୍ରସଙ୍ଗରେ ନିର୍ବାଚନ କମିସନରଙ୍କ ସମଗ୍ର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ରାଜ୍ୟ ମାନଙ୍କରେ କୋଟି କୋଟି ଭୋଟରଙ୍କୁ ବାଦ୍‌ ଦିଆଯାଇଥିବାର ଅଭିଯୋଗ ଆସିଛି । ପ୍ରାୟ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରାୟ ୫ କୋଟିରୁ ଅଧିକ ଭୋଟରମାନଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି । ଓଡ଼ିଶାରେ ଏସଆଇଆର ହେବାକୁ ଯାଉଥିବା ବେଳେ ଯୋଗ୍ୟ ଭୋଟରମାନଙ୍କୁ ତାଲିକାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି । ଦୁଇ ଦିନ ତଳେ ନିର୍ବାଚନ କମିସନଙ୍କ ଏକ ଚିଠି ଏହି ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରିଛି। ଏକ ବର୍ଷ ୪ ମାସ ତଳେ ଯେଉଁମାନେ ଭୋଟର ତାଲିକାରେ ଥିଲେ, ସେଥିରୁ ପ୍ରାୟ ୧୦ ଲକ୍ଷ ଭୋଟର ବାଦ୍‌ ପଡିବା ନିଶ୍ଚିତ ଭାବେ ଅଧିକ ସନ୍ଦେହଜନକ।  ସରକାର ଓ ନିର୍ବାଚନ କମିସନ ଏହି ସନେ୍‌ଦହକୁ ଦୂର କରନ୍ତୁ ଏବଂ କିପରି ଜନସାଧାରଣଙ୍କ ଭୋଟ ଦେବାର ଅଧିକାର ଯେପରି କ୍ଷୁଣ୍ଣ ନହୁଏ, ସେଥିପ୍ରତି ଯତ୍ନବାନ ହୁଅନ୍ତୁ ବୋଲି  ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଆହୁରି ପଢ଼ନ୍ତୁ: ସରିଲା ଛାତ୍ର ସଂସଦ ନିର୍ବାଚନ: ୮ ବର୍ଷ ପରେ ମତଦାନ, ମାଆ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ଭୋଟିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର