ବିଜେଡିର କ୍ଷୋଭ: ଓଡ଼ିଶାର ସ୍ୱାର୍ଥ ବିରୋଧରେ ଭୋଟ ଦେଲେ ବିଜେପିର ୨୦ ସାଂସଦ

ମହିଳା ବିଲ୍‌କୁ ଢାଲ କରି ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାସ୍‌ କରିବାର ହୋଇଥିଲା ଷଡ଼ଯନ୍ତ୍ର

Madhusudan Das Picture
Published On

ଭୁବନେଶ୍ୱର: ମହିଳା ସଂରକ୍ଷଣକୁ ଆଳ କରି ଓଡ଼ିଶାର କ୍ଷତି ହେଉଥିବା ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ସପକ୍ଷରେ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ୨୦ ଜଣ ବିଜେପି ସାଂସଦ ଭୋଟ ଦେବା ଦୁର୍ଭାଗ୍ୟଜନକ ବୋଲି କହି ଏହାର ଦୃଢ଼ ନିନ୍ଦା କରିଛି ବିଜେଡି। ଓଡ଼ିଶାର ରାଜନୈତିକ ଓ ଆର୍ଥିକ ସ୍ୱାର୍ଥ ପ୍ରତି ବିଜେପି ଆଖି ବୁଜିଦେଇଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। 

ଆହୁରି ପଢ଼ନ୍ତୁ: ଡିଏପି ଏବଂ ୟୁରିଆ ବଦଳରେ କମ୍ପ୍ଲେକ୍ସ ସାର ଓ ଆମୋନିୟମ ସଲଫେଟ୍ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ

ଶନିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଦଳର ଉପସଭାପତି ପ୍ରମିଳା ମଲ୍ଲିକ ଓ ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ।୨୦୨୩ରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇସାରିଥିବା ବେଳେ ତାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ସହିତ ଏହାକୁ ଯୋଡ଼ି ପୁନର୍ବାର ସଂସଦରେ ବିଲକୁ ପାରିତ କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରିଥିଲା ବୋଲି ସେମାନେ କହିଥିଲେ। ପ୍ରମିଳା ମଲ୍ଲିକ କହିଥିଲେ ଯେ ୨୦୨୩ରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ସମୟରେ ବିଜେଡିର ୧୨ ଜଣ ଲୋକସଭା ଓ ୯ ଜଣ ରାଜ୍ୟସଭା ସାଂସଦ ଏହାକୁ ସମର୍ଥନ କରିଥିଲେ। ଏହା ପୂର୍ବରୁ ୨୦୧୮ ମସିହାରେ ଓଡ଼ିଶା ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ପାଇଁ ସର୍ବସମ୍ମତ ପ୍ରସ୍ତାବ ପାରିତ କରି ଦେଶର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳ ନିକଟକୁ ବିଜେଡିର ପ୍ରତିନିଧି ମଣ୍ଡଳୀ ପଠାଇଥିଲେ ଶ୍ରୀ ନବୀନ ପଟ୍ଟନାୟକ । ସମଗ୍ର ଦେଶରେ ମହିଳା ମାନଙ୍କୁ ସଂସଦ ଓ ବିଧାନସଭାରେ ଅଧିକ ସଂଖ୍ୟାରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେବା ପାଇଁ କେବଳ କଥାରେ ନୁହେଁ, କାମରେ କରି ଦେଖାଇଥିଲେ ଶ୍ରୀ ପଟ୍ଟନାୟକ। ୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଦଳୀୟ ଟିକେଟ୍‌ ଦେଇ ଉଦାହରଣ ସୃଷ୍ଟି କରିଥିଲା ବିଜୁ ଜନତା ଦଳ । ମହିଳା ସଶକ୍ତିକରଣକୁ ନେଇ ବିଜେଡି ଉପରେ ହାସ୍ୟାସ୍ପଦ ଟିପ୍ପଣୀ ଦେଉଥିବା ରାଜ୍ୟ ବିଜେପି ନେତା ମାନେ ଇତିହାସ ପଢ଼ନ୍ତୁ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ। 

ଆହୁରି ପଢ଼ନ୍ତୁ: ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କୋଭିଡ୍ ବର୍ତ୍ତମାନ ସାଧାରଣ ଫ୍ଲୁ ଭଳି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୃଗୁ ବକ୍ସିପାତ୍ର କହିଥିଲେ ଯେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ ହୋଇଥିଲେ ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯ ପ୍ରତିଶତରୁ କମି ୩.୪ ପ୍ରତିଶତ ହୋଇଥାନ୍ତା । ଏହାଦ୍ୱାରା କେବଳ ଓଡ଼ିଶାର ସ୍ୱର ଦୁର୍ବଳ ହୋଇନଥାନ୍ତା, ତତ୍ସହିତ ଆର୍ଥିକ ଅନୁଦାନ କ୍ଷେତ୍ରରେ ଓଡ଼ିଶା ଯଥେଷ୍ଟ କ୍ଷତି ସହିଥାନ୍ତା । ବର୍ତ୍ତମାନର ରାଜ୍ୟ ବିଜେପି ସରକାର କେନ୍ଦ୍ର ନିକଟରୁ ଓଡ଼ିଶା ପାଇଁ ଅଧିକ ଅନୁଦାନ ଆଣିବା ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯାଇ ଏଭଳି ଏକ ବିଲ୍‌ ସପକ୍ଷରେ ୨୦ ଜଣ ସାଂସଦ ଭୋଟ ଦେବା ନିନ୍ଦନୀୟ। ବିରୋଧୀ ଦଳ ନେତା ରାଜ୍ୟର ସମସ୍ତ ସାଂସଦଙ୍କୁ ଏ ବାବଦରେ ଚିଠି ଲେଖିବା ସହ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶାର ସ୍ୱାର୍ଥ ବିରୋଧୀ ଏହି ବିଲକୁ ସମର୍ଥନ କରି ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ଦଳର ଅସଲ ମୁଖା ଖୋଲିଯାଇଛି। ମହିଳା ସଶକ୍ତିକରଣ ପାଇଁ ବିଜେଡିର ପ୍ରତିବଦ୍ଧତା ଉପରେ ରାଜ୍ୟ ବିଜେପି ନେତା ମାନେ ପ୍ରଶ୍ନ କରିବା ହାସ୍ୟାସ୍ପଦ ବୋଲି ଶ୍ରୀ ବକ୍ସିପାତ୍ର କହିଥିଲେ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

18 Apr 2026 By Madhusudan Das

ବିଜେଡିର କ୍ଷୋଭ: ଓଡ଼ିଶାର ସ୍ୱାର୍ଥ ବିରୋଧରେ ଭୋଟ ଦେଲେ ବିଜେପିର ୨୦ ସାଂସଦ

ମହିଳା ବିଲ୍‌କୁ ଢାଲ କରି ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାସ୍‌ କରିବାର ହୋଇଥିଲା ଷଡ଼ଯନ୍ତ୍ର

ଭୁବନେଶ୍ୱର: ମହିଳା ସଂରକ୍ଷଣକୁ ଆଳ କରି ଓଡ଼ିଶାର କ୍ଷତି ହେଉଥିବା ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ସପକ୍ଷରେ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ୨୦ ଜଣ ବିଜେପି ସାଂସଦ ଭୋଟ ଦେବା ଦୁର୍ଭାଗ୍ୟଜନକ ବୋଲି କହି ଏହାର ଦୃଢ଼ ନିନ୍ଦା କରିଛି ବିଜେଡି। ଓଡ଼ିଶାର ରାଜନୈତିକ ଓ ଆର୍ଥିକ ସ୍ୱାର୍ଥ ପ୍ରତି ବିଜେପି ଆଖି ବୁଜିଦେଇଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। 

ଶନିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଦଳର ଉପସଭାପତି ପ୍ରମିଳା ମଲ୍ଲିକ ଓ ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ।୨୦୨୩ରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇସାରିଥିବା ବେଳେ ତାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ସହିତ ଏହାକୁ ଯୋଡ଼ି ପୁନର୍ବାର ସଂସଦରେ ବିଲକୁ ପାରିତ କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରିଥିଲା ବୋଲି ସେମାନେ କହିଥିଲେ। ପ୍ରମିଳା ମଲ୍ଲିକ କହିଥିଲେ ଯେ ୨୦୨୩ରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ସମୟରେ ବିଜେଡିର ୧୨ ଜଣ ଲୋକସଭା ଓ ୯ ଜଣ ରାଜ୍ୟସଭା ସାଂସଦ ଏହାକୁ ସମର୍ଥନ କରିଥିଲେ। ଏହା ପୂର୍ବରୁ ୨୦୧୮ ମସିହାରେ ଓଡ଼ିଶା ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ପାଇଁ ସର୍ବସମ୍ମତ ପ୍ରସ୍ତାବ ପାରିତ କରି ଦେଶର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳ ନିକଟକୁ ବିଜେଡିର ପ୍ରତିନିଧି ମଣ୍ଡଳୀ ପଠାଇଥିଲେ ଶ୍ରୀ ନବୀନ ପଟ୍ଟନାୟକ । ସମଗ୍ର ଦେଶରେ ମହିଳା ମାନଙ୍କୁ ସଂସଦ ଓ ବିଧାନସଭାରେ ଅଧିକ ସଂଖ୍ୟାରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେବା ପାଇଁ କେବଳ କଥାରେ ନୁହେଁ, କାମରେ କରି ଦେଖାଇଥିଲେ ଶ୍ରୀ ପଟ୍ଟନାୟକ। ୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଦଳୀୟ ଟିକେଟ୍‌ ଦେଇ ଉଦାହରଣ ସୃଷ୍ଟି କରିଥିଲା ବିଜୁ ଜନତା ଦଳ । ମହିଳା ସଶକ୍ତିକରଣକୁ ନେଇ ବିଜେଡି ଉପରେ ହାସ୍ୟାସ୍ପଦ ଟିପ୍ପଣୀ ଦେଉଥିବା ରାଜ୍ୟ ବିଜେପି ନେତା ମାନେ ଇତିହାସ ପଢ଼ନ୍ତୁ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ। 

ଭୃଗୁ ବକ୍ସିପାତ୍ର କହିଥିଲେ ଯେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ ହୋଇଥିଲେ ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯ ପ୍ରତିଶତରୁ କମି ୩.୪ ପ୍ରତିଶତ ହୋଇଥାନ୍ତା । ଏହାଦ୍ୱାରା କେବଳ ଓଡ଼ିଶାର ସ୍ୱର ଦୁର୍ବଳ ହୋଇନଥାନ୍ତା, ତତ୍ସହିତ ଆର୍ଥିକ ଅନୁଦାନ କ୍ଷେତ୍ରରେ ଓଡ଼ିଶା ଯଥେଷ୍ଟ କ୍ଷତି ସହିଥାନ୍ତା । ବର୍ତ୍ତମାନର ରାଜ୍ୟ ବିଜେପି ସରକାର କେନ୍ଦ୍ର ନିକଟରୁ ଓଡ଼ିଶା ପାଇଁ ଅଧିକ ଅନୁଦାନ ଆଣିବା ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯାଇ ଏଭଳି ଏକ ବିଲ୍‌ ସପକ୍ଷରେ ୨୦ ଜଣ ସାଂସଦ ଭୋଟ ଦେବା ନିନ୍ଦନୀୟ। ବିରୋଧୀ ଦଳ ନେତା ରାଜ୍ୟର ସମସ୍ତ ସାଂସଦଙ୍କୁ ଏ ବାବଦରେ ଚିଠି ଲେଖିବା ସହ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶାର ସ୍ୱାର୍ଥ ବିରୋଧୀ ଏହି ବିଲକୁ ସମର୍ଥନ କରି ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ଦଳର ଅସଲ ମୁଖା ଖୋଲିଯାଇଛି। ମହିଳା ସଶକ୍ତିକରଣ ପାଇଁ ବିଜେଡିର ପ୍ରତିବଦ୍ଧତା ଉପରେ ରାଜ୍ୟ ବିଜେପି ନେତା ମାନେ ପ୍ରଶ୍ନ କରିବା ହାସ୍ୟାସ୍ପଦ ବୋଲି ଶ୍ରୀ ବକ୍ସିପାତ୍ର କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର