ଦିଲ୍ଲୀରୁ ଆଭାସୀ ଜରିଆରେ ବିଜୁ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ନବୀନ, କହିଲେ 'ଓଡ଼ିଆ ସ୍ୱାଭିମାନ ଆଜି ବିପଦରେ'

ବିଜୁଙ୍କ ପୁଣ୍ୟତିଥିରେ ବିଜେଡି ପାଳିଲା ‘ପ୍ରବାଦ ପୁରୁଷ’ ଦିବସ

Madhusudan Das Picture
Published On

ଭୁବନେଶ୍ୱର: ଭାରତର ଗୌରବ, ସାହସ ସଂକଳ୍ପର ଜୀବନ୍ତ ପ୍ରତୀକ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସରେ ବିଜୁ ଜନତା ଦଳ ତରଫରୁ ଶ୍ରଦ୍ଧା ଓ ଗରିମାମୟ ଭାବରେ ‘ପ୍ରବାଦ ପୁରୁଷ ଦିବସ’ ଭାବେ ପାଳନ କରାଯାଇଛି।  ଶଙ୍ଖ ଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀରୁ ଆଭାସୀ  ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ନବୀନ କହିଛନ୍ତି ଯେ ଦେଶରେ ମହିଳା ମାନଙ୍କୁ ସଶକ୍ତୀକରଣ କରିବା ଲକ୍ଷ୍ୟରେ ସେମାନଙ୍କୁ ସାମ୍ୱିଧାନିକ ପଦରେ ସ୍ଥାପିତ କରିବା ପାଇଁ ୯୦ ଦଶକରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପଦକ୍ଷେପ ନେଇଥିଲେ। ସଂଯୋଗ ବଶତଃ ବିଜୁ ବାବୁଙ୍କ ତିରୋଧାନ ଦିବସରେ ସଂସଦରେ ମହିଳା ସରଂକ୍ଷଣ ବିଲ୍‌ ବିଷୟରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଉଛି । ତେଣୁ ବିଜୁ ଜନତା ଦଳ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ଜଣାଉଛି । ମାତ୍ର ଇତିହାସ ସାକ୍ଷୀ ଅଛି, ଓଡିଶା ଲଗାତର ଭାବେ କେନ୍ଦ୍ରୀୟ ଅବହେଳାର ଶିକାର ହୋଇଆସୁଛି । ଏବେ ଡିଲିମିଟେସନ ବିଲ୍‌ ମାଧ୍ୟମରେ ଓଡିଶାର ରାଜନୈତିକ ପରିଚୟ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡିଆ ସ୍ୱାଭିମାନ ଆଜି ବିପଦରେ । ସଂସଦରେ ଓଡିଶାର ପ୍ରତିନିଧିତ୍ୱ କମିଯାଉଥିବା ଆଶଙ୍କା ଉପୁଜିଥିବାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ବିଧାନସଭାର ଏକ ବିଶେଷ ଅଧିବେଶନ ଡାକି, ଓଡିଶାର ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଅନୁରୋଧ କରିଥିଲି ; କିନ୍ତୁ ଏବେ ଲାଗୁଛି ରାଜ୍ୟ ବିଜେପି ସରକାର ଏହିଭଳି ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୀରବଦ୍ରଷ୍ଟା ସାଜିବାକୁ ପସନ୍ଦ କରୁଛି । ରାଜ୍ୟ ବିଜେପି ସରକାର ଓଡିଆ କି ଓଡିଶାର ସ୍ୱାର୍ଥ ନୁହେଁ ବରଂ ଦଳୀୟ ସ୍ୱାର୍ଥ ପୂରଣ ପାଇଁ ଗୁରୁତ୍ୱ ଦେଉଥିବା ସ୍ପଷ୍ଟ ହେଉଛି।  ଆଉ ଏକ ଚିଠି ମାଧ୍ୟମରେ ମୁଁ ଏହି ପ୍ରସଙ୍ଗରେ ରାଜ୍ୟର ସମସ୍ତ ସାଂସଦମାନଙ୍କୁ ଅବଗତ କରିବା ସହିତ ରାଜ୍ୟର ହିତ ଦୃଷ୍ଟିରୁ ଦଳଗତ ରାଜନୀତିରୁ ଊର୍ଦ୍ଧ୍ବରେ ରହି, ଏ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିବାକୁ ଅନୁରୋଧ କରିଛି । ବିଜୁ ବାବୁ ଓଡିଆ ସ୍ୱାଭିମାନର ପ୍ରତୀକ ଥିଲେ । ଆଜି ତାଙ୍କ ତିରୋଧାନ ଦିବସରେ ଓଡିଆ ସ୍ୱାଭିମାନର ସୁରକ୍ଷା ପାଇଁ ଆମର ସମ୍ମିଳିତ ଉଦ୍ୟମ ହେବ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ।  

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ତିରୋଧାନ ଦିବସ ଅବସରରେ ସକାଳେ ବିନ୍ଦୁ ସାଗରଠାରେ ବିଜେଡି ପକ୍ଷରୁ ତିଳତର୍ପଣ ଅର୍ପଣ କରାଯାଇଥିଲା। ପରେ ଫରେଷ୍ଟ ପାର୍କ ଓ ଏୟାରପୋର୍ଟ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରଦ୍ଧାଞ୍ଜଳି ସଭା ପରେ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ପଣ୍ଡା, ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡଃ ଲେନିନ ମହାନ୍ତି ଓ ଡଃ ପ୍ରିୟବ୍ରତ ମାଝୀ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଶଙ୍ଖ ଭବନରେ ଆୟୋଜିତ ‘ପ୍ରବାଦ ପୁରୁଷ ଦିବସ’ କାର୍ଯ୍ୟକ୍ରମକୁ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ସଂଯୋଜନା କରିଥିବା ବେଳେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ,  କଳିକେଶ ନାରାୟଣ ସିଂଦେଓ, ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ଇତ୍ୟାଦି ନିଜର ବକ୍ତବ୍ୟ ରଖିବା ସହିତ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭୁବନେଶ୍ୱର ମେୟର ସୁଲୋଚନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

ଏହି କାର୍ଯ୍ୟକ୍ରମରେ ବିଜୟ ନାୟକ, ତୁମ୍ୱନାଥ ପଣ୍ଡା, ମିହିର ରାୟ, ମନ୍ମଥ ରାଉତରାୟ, ସୁମିତ୍ରା ଜେନା, ବିପ୍ଳବ ପାତ୍ର, ଅମରେଶ ପତ୍ରି, ଦୁର୍ଗା ସାମନ୍ତରାୟ, ତନ୍ମୟ ସ୍ୱାଇଁ, ଡେପୁଟି ମେୟର ମଞ୍ଜୁଲତା କହଁର, ପୂର୍ବତନ ବିଧାୟକ ଆୟୁବ ଖାନ୍‌, ବାସନ୍ତୀ ମଲ୍ଲିକ, ରମାରଞ୍ଜନ ବଳିଆରସିଂହ, ପୂର୍ବତନ ମେୟର ମିହିର ମହାନ୍ତି, କର୍ପୋରେଟର ମାନସୀ ସୁନ୍ଦରରାୟ, ପ୍ରୀତିନନ୍ଦା ରାଉତରାୟ, ଭାରତୀ ସିଂହ, ଆସିଆ ବେଗମ, ରଞ୍ଜୁଲତା ରାୟ, ଛବି ଦାସ, ପୁଷ୍ପାଞ୍ଜଳି ସେଠୀ, ପିଙ୍କି ସ୍ୱାଇଁ, ଅଲିଅଳି ମଲ୍ଲିକ, ପ୍ରଭାସିନୀ ମହାନ୍ତି, ପୁଷ୍ପା ରାଉତଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'

17 Apr 2026 By Madhusudan Das

ଦିଲ୍ଲୀରୁ ଆଭାସୀ ଜରିଆରେ ବିଜୁ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ନବୀନ, କହିଲେ 'ଓଡ଼ିଆ ସ୍ୱାଭିମାନ ଆଜି ବିପଦରେ'

ବିଜୁଙ୍କ ପୁଣ୍ୟତିଥିରେ ବିଜେଡି ପାଳିଲା ‘ପ୍ରବାଦ ପୁରୁଷ’ ଦିବସ

ଭୁବନେଶ୍ୱର: ଭାରତର ଗୌରବ, ସାହସ ସଂକଳ୍ପର ଜୀବନ୍ତ ପ୍ରତୀକ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସରେ ବିଜୁ ଜନତା ଦଳ ତରଫରୁ ଶ୍ରଦ୍ଧା ଓ ଗରିମାମୟ ଭାବରେ ‘ପ୍ରବାଦ ପୁରୁଷ ଦିବସ’ ଭାବେ ପାଳନ କରାଯାଇଛି।  ଶଙ୍ଖ ଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀରୁ ଆଭାସୀ  ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ନବୀନ କହିଛନ୍ତି ଯେ ଦେଶରେ ମହିଳା ମାନଙ୍କୁ ସଶକ୍ତୀକରଣ କରିବା ଲକ୍ଷ୍ୟରେ ସେମାନଙ୍କୁ ସାମ୍ୱିଧାନିକ ପଦରେ ସ୍ଥାପିତ କରିବା ପାଇଁ ୯୦ ଦଶକରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପଦକ୍ଷେପ ନେଇଥିଲେ। ସଂଯୋଗ ବଶତଃ ବିଜୁ ବାବୁଙ୍କ ତିରୋଧାନ ଦିବସରେ ସଂସଦରେ ମହିଳା ସରଂକ୍ଷଣ ବିଲ୍‌ ବିଷୟରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଉଛି । ତେଣୁ ବିଜୁ ଜନତା ଦଳ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ଜଣାଉଛି । ମାତ୍ର ଇତିହାସ ସାକ୍ଷୀ ଅଛି, ଓଡିଶା ଲଗାତର ଭାବେ କେନ୍ଦ୍ରୀୟ ଅବହେଳାର ଶିକାର ହୋଇଆସୁଛି । ଏବେ ଡିଲିମିଟେସନ ବିଲ୍‌ ମାଧ୍ୟମରେ ଓଡିଶାର ରାଜନୈତିକ ପରିଚୟ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡିଆ ସ୍ୱାଭିମାନ ଆଜି ବିପଦରେ । ସଂସଦରେ ଓଡିଶାର ପ୍ରତିନିଧିତ୍ୱ କମିଯାଉଥିବା ଆଶଙ୍କା ଉପୁଜିଥିବାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ବିଧାନସଭାର ଏକ ବିଶେଷ ଅଧିବେଶନ ଡାକି, ଓଡିଶାର ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଅନୁରୋଧ କରିଥିଲି ; କିନ୍ତୁ ଏବେ ଲାଗୁଛି ରାଜ୍ୟ ବିଜେପି ସରକାର ଏହିଭଳି ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୀରବଦ୍ରଷ୍ଟା ସାଜିବାକୁ ପସନ୍ଦ କରୁଛି । ରାଜ୍ୟ ବିଜେପି ସରକାର ଓଡିଆ କି ଓଡିଶାର ସ୍ୱାର୍ଥ ନୁହେଁ ବରଂ ଦଳୀୟ ସ୍ୱାର୍ଥ ପୂରଣ ପାଇଁ ଗୁରୁତ୍ୱ ଦେଉଥିବା ସ୍ପଷ୍ଟ ହେଉଛି।  ଆଉ ଏକ ଚିଠି ମାଧ୍ୟମରେ ମୁଁ ଏହି ପ୍ରସଙ୍ଗରେ ରାଜ୍ୟର ସମସ୍ତ ସାଂସଦମାନଙ୍କୁ ଅବଗତ କରିବା ସହିତ ରାଜ୍ୟର ହିତ ଦୃଷ୍ଟିରୁ ଦଳଗତ ରାଜନୀତିରୁ ଊର୍ଦ୍ଧ୍ବରେ ରହି, ଏ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିବାକୁ ଅନୁରୋଧ କରିଛି । ବିଜୁ ବାବୁ ଓଡିଆ ସ୍ୱାଭିମାନର ପ୍ରତୀକ ଥିଲେ । ଆଜି ତାଙ୍କ ତିରୋଧାନ ଦିବସରେ ଓଡିଆ ସ୍ୱାଭିମାନର ସୁରକ୍ଷା ପାଇଁ ଆମର ସମ୍ମିଳିତ ଉଦ୍ୟମ ହେବ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ।  

ତିରୋଧାନ ଦିବସ ଅବସରରେ ସକାଳେ ବିନ୍ଦୁ ସାଗରଠାରେ ବିଜେଡି ପକ୍ଷରୁ ତିଳତର୍ପଣ ଅର୍ପଣ କରାଯାଇଥିଲା। ପରେ ଫରେଷ୍ଟ ପାର୍କ ଓ ଏୟାରପୋର୍ଟ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରଦ୍ଧାଞ୍ଜଳି ସଭା ପରେ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ପଣ୍ଡା, ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡଃ ଲେନିନ ମହାନ୍ତି ଓ ଡଃ ପ୍ରିୟବ୍ରତ ମାଝୀ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଶଙ୍ଖ ଭବନରେ ଆୟୋଜିତ ‘ପ୍ରବାଦ ପୁରୁଷ ଦିବସ’ କାର୍ଯ୍ୟକ୍ରମକୁ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ସଂଯୋଜନା କରିଥିବା ବେଳେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ,  କଳିକେଶ ନାରାୟଣ ସିଂଦେଓ, ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ଇତ୍ୟାଦି ନିଜର ବକ୍ତବ୍ୟ ରଖିବା ସହିତ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭୁବନେଶ୍ୱର ମେୟର ସୁଲୋଚନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜୟ ନାୟକ, ତୁମ୍ୱନାଥ ପଣ୍ଡା, ମିହିର ରାୟ, ମନ୍ମଥ ରାଉତରାୟ, ସୁମିତ୍ରା ଜେନା, ବିପ୍ଳବ ପାତ୍ର, ଅମରେଶ ପତ୍ରି, ଦୁର୍ଗା ସାମନ୍ତରାୟ, ତନ୍ମୟ ସ୍ୱାଇଁ, ଡେପୁଟି ମେୟର ମଞ୍ଜୁଲତା କହଁର, ପୂର୍ବତନ ବିଧାୟକ ଆୟୁବ ଖାନ୍‌, ବାସନ୍ତୀ ମଲ୍ଲିକ, ରମାରଞ୍ଜନ ବଳିଆରସିଂହ, ପୂର୍ବତନ ମେୟର ମିହିର ମହାନ୍ତି, କର୍ପୋରେଟର ମାନସୀ ସୁନ୍ଦରରାୟ, ପ୍ରୀତିନନ୍ଦା ରାଉତରାୟ, ଭାରତୀ ସିଂହ, ଆସିଆ ବେଗମ, ରଞ୍ଜୁଲତା ରାୟ, ଛବି ଦାସ, ପୁଷ୍ପାଞ୍ଜଳି ସେଠୀ, ପିଙ୍କି ସ୍ୱାଇଁ, ଅଲିଅଳି ମଲ୍ଲିକ, ପ୍ରଭାସିନୀ ମହାନ୍ତି, ପୁଷ୍ପା ରାଉତଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର