କଟକରୁ ନେଇ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ, ମୁଖ୍ୟ ଅଭୁଯୁକ୍ତ ଗିରଫ

Madhusudan Das Picture
Published On

କଟକ: କଟକରୁ ନେଇ ପୁରୀରେ ଗଣଦୁଷ୍କର୍ମ । କଟକରୁ ଅପହୃତ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ। ପୁରୀର ଏକ ହୋଟେଲ୍‌ରେ ନିଶା ଦେଇ ୪ ସାଙ୍ଗ ଅପହୃତ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୁଲିସ । ମୁଖ୍ୟ ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା କଲ୍ୟାଣୀପୁର ଅଞ୍ଚଳର ସତ୍ୟବ୍ରତ ପରିଡ଼ା ବୋଲି ଜଣାପଡିଛି । ଟ୍ରେନ୍‌ରେ ଦିଲ୍ଳୀରୁ ଫେରିବା ସମୟରେ ଯାଜପୁରରୋଡ୍‌ ରେଳଷ୍ଟେସନ୍‌ ନିକଟରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । 

ଆହୁରି ପଢ଼ନ୍ତୁ: ପଣା ସଂକ୍ରାନ୍ତିରେ 'ବସୁନ୍ଧରା ଠେକି'ର ମହତ୍ତ୍ୱ: ଜାଣନ୍ତୁ ଓଡ଼ିଆ ପରମ୍ପରାରେ କାହିଁକି ରହିଛି ଏହାର ସ୍ୱତନ୍ତ୍ର ସ୍ଥାନ

ସୂଚନା ଅନୁସାରେ, ନାବାଳିକା ଜଣକ କଟକରେ ରହି କଲେଜରେ ପାଠ ପଢୁଛନ୍ତି । ଦିଲ୍ଲୀରେ ଏକ କମ୍ପାନିରେ ଚାକିରି କରୁଥିବା ବିଞ୍ଝାରପୁରର ସତ୍ୟବ୍ରତଙ୍କ ସହିତ ଛାତ୍ରୀଙ୍କ ପୂର୍ବରୁ ପରିଚୟ ଥିଲା । ଗତ ଫେବ୍ରୁଆରି ମାସରେ ସତ୍ୟବ୍ରତ ଏକ ବାଇକରେ ଛାତ୍ରୀଙ୍କୁ ବୁଲିଯିବା ବାହାନାରେ କଟକରୁ ଡାକିନେଇ ପୁରୀ ଯାଇଥିଲା । ସାଙ୍ଗରେ ସତ୍ୟବ୍ରତର ବିଞ୍ଝାରପୁର ଅଞ୍ଚଳର ଅନ୍ୟ ତିନି ଜଣ ସାଙ୍ଗ ମଧ୍ୟ ଥିଲେ । ଦୁଇଟି ବାଇକରେ ସମସ୍ତେ ପୁରୀ ଯିବାସହ ଏକ ହୋଟେଲରେ ରହିଥିଲେ ।  ସେଠାରେ ନାବାଳିକାଙ୍କୁ ଖାଦ୍ୟ ଓ ପାନୀୟରେ ନିଶା ମିଶାଇ ଦିଆଯାଇଥିଲା ।  ଖାଦ୍ୟ ଖାଇବା ପରେ ନାବାଳିକା ଜଣକ ଅଚେତ ହୋଇପଡ଼ିଥିଲେ ।  ଏହାର ସୁଯୋଗ ନେଇ ସତ୍ୟବ୍ରତ ଓ ଅନ୍ୟ ତିନି ଜଣ ମିଶି ନାବାଳିକାଙ୍କୁ ହୋଟେଲ ଭିତରେ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ । ଥାନାରେ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଆଉ ୩ଜଣଙ୍କୁ ଖୋଜୁଛି ପୁଲିସ୍। 

ଆହୁରି ପଢ଼ନ୍ତୁ: ଜଳିବ ଅଭ୍ୟନ୍ତର, ସିଝିବ ଉପକୂଳ; ୪୪ଡିଗ୍ରୀ ମଧ୍ୟ ଛୁଇଁପାରେ ଦିନ ତାପମାତ୍ରା

16 Apr 2026 By Madhusudan Das

କଟକରୁ ନେଇ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ, ମୁଖ୍ୟ ଅଭୁଯୁକ୍ତ ଗିରଫ

କଟକ: କଟକରୁ ନେଇ ପୁରୀରେ ଗଣଦୁଷ୍କର୍ମ । କଟକରୁ ଅପହୃତ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ। ପୁରୀର ଏକ ହୋଟେଲ୍‌ରେ ନିଶା ଦେଇ ୪ ସାଙ୍ଗ ଅପହୃତ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୁଲିସ । ମୁଖ୍ୟ ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା କଲ୍ୟାଣୀପୁର ଅଞ୍ଚଳର ସତ୍ୟବ୍ରତ ପରିଡ଼ା ବୋଲି ଜଣାପଡିଛି । ଟ୍ରେନ୍‌ରେ ଦିଲ୍ଳୀରୁ ଫେରିବା ସମୟରେ ଯାଜପୁରରୋଡ୍‌ ରେଳଷ୍ଟେସନ୍‌ ନିକଟରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । 

ସୂଚନା ଅନୁସାରେ, ନାବାଳିକା ଜଣକ କଟକରେ ରହି କଲେଜରେ ପାଠ ପଢୁଛନ୍ତି । ଦିଲ୍ଲୀରେ ଏକ କମ୍ପାନିରେ ଚାକିରି କରୁଥିବା ବିଞ୍ଝାରପୁରର ସତ୍ୟବ୍ରତଙ୍କ ସହିତ ଛାତ୍ରୀଙ୍କ ପୂର୍ବରୁ ପରିଚୟ ଥିଲା । ଗତ ଫେବ୍ରୁଆରି ମାସରେ ସତ୍ୟବ୍ରତ ଏକ ବାଇକରେ ଛାତ୍ରୀଙ୍କୁ ବୁଲିଯିବା ବାହାନାରେ କଟକରୁ ଡାକିନେଇ ପୁରୀ ଯାଇଥିଲା । ସାଙ୍ଗରେ ସତ୍ୟବ୍ରତର ବିଞ୍ଝାରପୁର ଅଞ୍ଚଳର ଅନ୍ୟ ତିନି ଜଣ ସାଙ୍ଗ ମଧ୍ୟ ଥିଲେ । ଦୁଇଟି ବାଇକରେ ସମସ୍ତେ ପୁରୀ ଯିବାସହ ଏକ ହୋଟେଲରେ ରହିଥିଲେ ।  ସେଠାରେ ନାବାଳିକାଙ୍କୁ ଖାଦ୍ୟ ଓ ପାନୀୟରେ ନିଶା ମିଶାଇ ଦିଆଯାଇଥିଲା ।  ଖାଦ୍ୟ ଖାଇବା ପରେ ନାବାଳିକା ଜଣକ ଅଚେତ ହୋଇପଡ଼ିଥିଲେ ।  ଏହାର ସୁଯୋଗ ନେଇ ସତ୍ୟବ୍ରତ ଓ ଅନ୍ୟ ତିନି ଜଣ ମିଶି ନାବାଳିକାଙ୍କୁ ହୋଟେଲ ଭିତରେ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ । ଥାନାରେ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଆଉ ୩ଜଣଙ୍କୁ ଖୋଜୁଛି ପୁଲିସ୍। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର